ଏବେ ଅନିଚ୍ଛୁକ

ବର୍ତ୍ତମାନ ଭାରତର ପ୍ରମୁଖ ରାଜନୈତିକ ଶକ୍ତି ହେଉଛି ଭାରତୀୟ ଜନତା ପାର୍ଟି (ଭାଜପା)। ରାଜନୈତିକ ଫାଇଦା ପାଇଁ ଆଦର୍ଶକୁ ସାମୟିକ ଭାବେ ବିରାମ ଦେବାରେ ଏହାର ଇତିହାସ ରହିଛି। ଏହା ମଧ୍ୟ ସମୟକ୍ରମେ ପୁରୁଣା ହୋଇଯାଉଥିବା ସ୍ଥିତିକୁ ପରିତ୍ୟାଗ କରିଛି। ଏହି ଦିଗଟି ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ଯାହା ଆମେ ଏହି ସ୍ତମ୍ଭର ଶେଷଭାଗକୁ ଲକ୍ଷ୍ୟକଲେ ଜାଣିପାରିବା। ଉଦାହରଣ ସ୍ବରୂପ ୧୯୫୦ ଦଶକରେ ଜନସଂଘ ରୂପରେ ଦଳ ଡ. ଆମ୍ବେଡକରଙ୍କ ହିନ୍ଦୁ କୋଡ୍‌ ବିଲ୍‌କୁ ବିରୋଧ କରିଥିଲା। ହିନ୍ଦୁ ବିବାହକୁ ଚିରନ୍ତନ ମନେକରିବା କାରଣରୁ ହେଉ କିମ୍ବା ଛାଡ଼ପତ୍ର ଯୌଥ ପରିବାରକୁ ଶେଷ କରିଦେବ ବୋଲି ଭାବି ଏହାକୁ ଗ୍ରହଣକରି ନ ଥିଲା (ମୂଳତଃ ଏହା ଚାହୁଁ ନ ଥିଲା ମହିଳାମାନେ ଉତ୍ତରାଧିକାରରେ ଭାଗ ନିଅନ୍ତୁ)। ହିନ୍ଦୁ ସମାଜ ଏବଂ ସହରରେ ଅଣୁ ପରିବାରରେ ଛାଡ଼ପତ୍ର ସ୍ବାଭାବିକ ହୋଇଗଲା ପରେ ଏହି ସ୍ଥିତି ଅଦୃଶ୍ୟ ହୋଇଗଲା। କୌତୂହଳପୂର୍ଣ୍ଣ ବିଷୟ ହେଉଛି, ହିନ୍ଦୁତ୍ୱ ସହିତ ଏହାର ଔପଚାରିକ ସମ୍ପର୍କ। ଭାଜପା ୧୯୯୬ ମେନିଫେଷ୍ଟୋରେ ପ୍ରଥମ ଥର ପାଇଁ ହିନ୍ଦୁତ୍ୱ ଶବ୍ଦ ବ୍ୟବହାର କରିଥିଲା। ଏହାର ୧୯୯୮ ମେନିଫେଷ୍ଟୋରେ ଧାରା ୩୭୦, ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଓ ଏକକ ନାଗରିକ ସଂହିତା ସମେତ ‘ହିନ୍ଦୁତ୍ୱ’ର ଆଠଟି ବିଷୟ ଉଲ୍ଲେଖ କରିଥିଲା। କିନ୍ତୁ ପରବର୍ତ୍ତୀ ବର୍ଷ ଏସବୁକୁ ବନ୍ଦ କରିଦିଆଗଲା। ହିନ୍ଦୁତ୍ୱ କିମ୍ବା ୩୭୦ କିମ୍ବା ଗୋହତ୍ୟା କିମ୍ବା ୟୁନିଫର୍ମ ସିଭିଲ୍‌ କୋଡ୍‌ କିଛି ରହିଲା ନାହିଁ। ଅନ୍ୟପକ୍ଷରେ ୧୯୯୯ ମେନିଫେଷ୍ଟୋରେ ସଂଖ୍ୟାଲଘୁ ସମ୍ପ୍ରଦାୟ ସମ୍ପର୍କିତ ପାଞ୍ଚଟି ବିଷୟ ଉଲ୍ଲେଖ କରାଗଲା। ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଏବଂ ଧର୍ମନିରପେକ୍ଷତା ପାଇଁ ଦଳ ପ୍ରତିବଦ୍ଧତା ନିଶ୍ଚିତ କରିଥିଲା। ତେବେ ସେହି ଗୋଟିଏ ବର୍ଷରେ କ’ଣ ଏତେ ବଦଳିଗଲା? ସେତେବେଳେ ବି ଭାଜପା କ୍ଷମତାରେ ଥିଲା। ଅଟଳ ବିହାରୀ ବାଜପେୟୀଙ୍କ ସହିତ ମମତା ବାନାର୍ଜୀ, ଜେ. ଜୟଲଲିଥା ଏବଂ ଜର୍ଜ ଫର୍ନାଣ୍ଡିଜ୍‌ଙ୍କ ଭଳି ଅନେକ ନେତା ଥିଲେ। ବାଜପେୟୀ ଶାସନ ପାଇଁ ଦଳର ଆଦର୍ଶ ବା ବିଚାରଧାରାକୁ ତ୍ୟାଗ କରିଥିଲେ। ସେହିବର୍ଷ ଭାଜପା ଆଉ ଥରେ ଜିତିଥିଲା। ତେବେ ଦଳର ୨୦୦୪ ମେନିଫେଷ୍ଟୋ ଥିଲା ଏନ୍‌ଡିଏର ଏକ ଡକ୍ୟୁମେଣ୍ଟ। ସେଥିରେ ଏକକ ନାଗରିକ ସଂହିତା ଓ ହିନ୍ଦୁତ୍ୱ କିମ୍ବା ଧାରା ୩୭୦ ବିଷୟରେ କିଛି ବି ଲେଖା ନ ଥିଲା। ତେବେ ଅଯୋଧ୍ୟା ବିବାଦକୁ ନେଇ ଏକ ଆପୋସ ସମାଧାନ ପାଇଁ ଏନ୍‌ଡିଏ ଆହ୍ବାନ ଦେଇଥିଲା। ଏଭଳି ପରିବର୍ତ୍ତନ ପୂର୍ବରୁ ମଧ୍ୟ ଘଟିଥିଲା।
୧୯୫୭ରେ ପାର୍ଟି ଘୋଷଣା କରିଥିଲା ଯେ, ଭାରତୀୟ ଜୀବନର ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଅର୍ଥନୈତିକ ବ୍ୟବସ୍ଥାରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିବ। ଅବଶ୍ୟ ଏଗୁଡ଼ିକ ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇ ନ ଥିଲା କି ଭବିଷ୍ୟତରେ ମାନିଫେଷ୍ଟୋରେ ‘ବୈପ୍ଳବିକ ପରିବର୍ତ୍ତନ’ ବିଷୟ ପୁନର୍ବାର ଉଠାଯାଇ ନ ଥିଲା। ୧୯୫୪ରେ ଏବଂ ପୁନର୍ବାର ୧୯୭୧ରେ ଜନସଂଘ ସମସ୍ତ ଭାରତୀୟ ନାଗରିକଙ୍କ ସର୍ବାଧିକ ଆୟକୁ ମାସିକ ୨,୦୦୦ ଓ ସର୍ବନିମ୍ନ ୧୦୦ ଟଙ୍କା ପର୍ଯ୍ୟନ୍ତ ୨୦:୧ ଅନୁପାତରେ ସୀମିତ କରିବାକୁ ନିଷ୍ପତ୍ତି ନେଇଥିଲା। କୁହାଯାଇଥିଲା ଯେ, ଏହି ବ୍ୟବଧାନ ହ୍ରାସ କରି ଏକ ଆଦର୍ଶ ବ୍ୟବଧାନ ୧୦:୧ ଅନୁପାତରେ ପହଞ୍ଚତ୍ବା ପର୍ଯ୍ୟନ୍ତ ଏହା କାର୍ଯ୍ୟ ଜାରି ରଖିବ ଏବଂ ସମସ୍ତ ଭାରତୀୟ ସେମାନଙ୍କ ସ୍ଥିତିକୁ ଆଧାରକରି ଏହି ପରିସର ଭିତରେ ଆୟ କରିପାରିବେ। ଏହା ସହ ପାର୍ଟି ମଧ୍ୟ ସହରଗୁଡ଼ିକରେ ଆବାସିକ ଘରଗୁଡ଼ିକର ଆକାରକୁ ସୀମିତ କରିବା ସହ ୧୦୦୦ ବର୍ଗ ଗଜ୍‌ରୁ ଅଧିକ ପ୍ଲଟ୍‌କୁ ଅନୁମତି ଦେବ ନାହିଁ ବୋଲି ଘୋଷଣା କରିଥିଲା। ବାଜପେୟୀଙ୍କ ଅଧୀନରେ ଏହା ଜାରି ରହିଲା, କିନ୍ତୁ ପରେ ବନ୍ଦ କରିଦିଆଗଲା। କୌତୂହଳର ବିଷୟ, ବ୍ୟକ୍ତଗତ ସ୍ବାଧୀନତାର ସମ୍ପୂର୍ଣ୍ଣ ବିରୋଧୀ ଆଡ୍‌ମିନିଷ୍ଟ୍ରେଟିଭ ଡିଟେନ୍‌ଶନ (ବିନା ବିଚାର ଓ ଦୋଷରେ ବ୍ୟକ୍ତିଙ୍କୁ ଅଟକ ରଖିବା) ଆଇନକୁ ଜନସଂଘ ରଦ୍ଦ କରିବ ବୋଲି କହିଥିଲା। ୧୯୫୦ ଦଶକରେ ମଧ୍ୟ ଏହି ପ୍ରତିଶ୍ରୁତିକୁ ଦୋହରାଯାଇଥିଲା। ତେବେ ୧୯୬୭ରେ ଏହା କହିଥିଲା ଯେ, ଦେଶଦ୍ରୋହୀ ତଥା ବ୍ୟାଘାତକାରୀ ତତ୍ତ୍ୱଗୁଡ଼ିକ ମୌଳିକ ଅଧିକାରକୁ ଅନୁମତି ଦେବ ନାହିଁ। କିନ୍ତୁ ସମୟକ୍ରମେ ସଂଘ ଏବଂ ଭାଜପା ଆଡ୍‌ମିନିଷ୍ଟ୍ରେଟିଭ ଡିଟେନ୍‌ଶନ ଲ’ ତଥା ୟୁଏପିଏ ଭଳି ଆଇନର ବଡ଼ ସମର୍ଥକ ପାଲଟିଗଲା।
୧୯୫୪ରେ ପାର୍ଟି ଘୋଷଣା କରିଥିଲା, ଆଦୌ ଚାଷ ହୋଇ ନ ଥିବା ମାଟିକୁ ହଳ କରିବାରେ କେବଳ ଟ୍ରାକ୍ଟର ବ୍ୟବହାର ହେବ ଏବଂ ସାଧାରଣ ଚାଷ ଉଦ୍ଦେଶ୍ୟରେ ତାହାର ବ୍ୟବହାରକୁ ବନ୍ଦ କରାଯିବ। ଅବଶ୍ୟ ବଳଦ ଓ ଷଣ୍ଢ ହତ୍ୟା ବନ୍ଦ କରିବା ପାଇଁ ଏଭଳି ଚେଷ୍ଟା କରୁଥିଲା। ପରେ ଏହା ବି ବନ୍ଦ ହୋଇଗଲା ଓ ତାହାର କାରଣ ସମ୍ପର୍କରେ କିଛି କୁହାଗଲା ନାହିଁ। ୧୯୫୧ରେ ଗୋହତ୍ୟା ନିଷେଧାଦେଶ କାରଣ ସମ୍ପର୍କରେ ଉଲ୍ଲେଖ କରିଥିଲା ଯେ, ଗୋରୁକୁ କୃଷି ଜୀବନର ଏକ ଅର୍ଥନୈତିକ ୟୁନିଟ୍‌ କରିବା ପାଇଁ ଏହା ଆବଶ୍ୟକ। ୧୯୫୪ର ମାନିଫେଷ୍ଟୋ ଅଧିକ ଧର୍ମୀୟ ଥିଲା ଏବଂ ଗୋ ସୁରକ୍ଷାକୁ ଏକ ‘ଧର୍ମୀୟ କର୍ତ୍ତବ୍ୟ’ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା। ତେବେ ଏସବୁ ମଧ୍ୟରୁ କୌଣସିଟିର ବର୍ତ୍ତମାନ ସହ ସମ୍ପର୍କ ଅଛି କି? ଅବଶ୍ୟ ଏହା ହୋଇଛି, ୨୦୧୪ରୁ ମୋଦି ଯାହା କରିଆସୁଛନ୍ତି ତାହା ଏବେ ଜାରି ରଖିବା ପାଇଁ ତାଙ୍କ ୨୪୦ ସଦସ୍ୟ ବିଶିଷ୍ଟ ଭାଜପାର କ୍ଷମତା ନାହିଁ। ଲେଖକ ପ୍ରତାପ ଭାନୁ ମେହେଟ୍ଟା ଏହା ଉପରେ ବର୍ଣ୍ଣନା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପରାଜୟର କାରଣ ନିର୍ଣ୍ଣୟ କରିବାରେ ଏବଂ ଏକ ନୂତନ ଯୋଜନା କରିବାରେ ଅସମର୍ଥ। ସେ ପାର୍ଲାମେଣ୍ଟରେ ବ୍ୟାକ୍‌ଫୁଟ୍‌ରେ ଅଛନ୍ତି। ନିୟନ୍ତ୍ରଣ କରିବାର କ୍ଷମତା ଚାଲିଯାଇଛି। ଅଧିକାଂଶଙ୍କ ମତରେ ତାଙ୍କ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ଲୋକପ୍ରିୟ ଭାବନାକୁ ଅନ୍ତର୍ନିହିତ କରିବାର କ୍ଷମତା ଅପସରିଗଲା। ତେବେ ମୋଦି ବର୍ତ୍ତମାନ କ’ଣ କରିବା ଉଚିତ ଭାଜପା ଏହାର ଉତ୍ତର ଦେଉ। ଆଦର୍ଶରୁ ଶାସନକୁ ପରିବର୍ତ୍ତନ କରିବାରେ ବାଜପେୟୀ ସମୟ ନଷ୍ଟକରି ନ ଥିଲେ। ତାଙ୍କୁ ଅନୁକରଣକରି ମୋଦି ଧର୍ମନିରପେକ୍ଷବାଦୀଙ୍କୁ ଉତ୍ସାହିତ କରିବା ଦରକାର, କିନ୍ତୁ ସେ ତାହା କରିବାକୁ ଏବେ ଅନିଚ୍ଛୁକ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?