Posted inଫୁରସତ

ପିପିଇ କିଟ୍‌ ତଳେ ପୋଷାକ ନ ପିନ୍ଧିବା ଯୋଗୁ ଏହି ନର୍ସଙ୍କୁ ନେଇ ହୋଇଥିଲା ହଙ୍ଗାମା: ଏବେ ହେଲେ ନ୍ୟୁଜ ଆଙ୍କର

ରୁଷର ଏକ ଡାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ନର୍ସ ନାଦିଆ ଜୁକୋଭା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏଥର ନାଦିଆଙ୍କୁ ଏକ ଚ୍ୟାନେଲରେ ନ୍ୟୁଜ ଆଙ୍କର୍‌ ଭାବେ ଦେଖିବାକୁ ମିଳିଛି। ଯାହା ଆଲୋଚନାର କାରଣ ପାଲଟିଛି।

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମସ୍କୋ ଦକ୍ଷିଣରେ ତୁଲା ନାମକ ଏକ ସ୍ଥାନରେ ନାଦିଆଙ୍କୁ ଏକ ସ୍ଥାନୀୟ ଟିଭି ଚ୍ୟାନେଲଦ୍ୱାରା ଆଙ୍କର ଭାବେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ସେ ସେଠାରେ ପାଣିପାଗ ଉପସ୍ଥାପିକା ଭାବ କାର୍ଯ୍ୟ କରିବେ। ପରେ ସେ ଜଣେ ନର୍ସ ଭାବରେ ମଧ୍ୟ କାର୍ଯ୍ୟ ଜାରି ରଖିବେ।

କୁହାଯାଇଛି ଯେ, ସେ ପାଣିପାଗର ପୂର୍ବାନୁମାନ ଆଙ୍କର୍‌ ପାଇଁ ଫିଟ୍‌ । ଏଥିସହ ସେ ଜଣେ ନର୍ସ ଭାବରେ କାର୍ଯ୍ୟ କରି ଡାକ୍ତର ହେବାର ସ୍ବପ୍ନକୁ ପୂରଣ କରିବାରେ ସକ୍ଷମ ହେବେ। କାରଣ ତାଙ୍କ ପ୍ରଶିକ୍ଷଣ ମଧ୍ୟ ଜାରି ରହିଛି।

ତେବେ ପୂର୍ବରୁ ନାଦିଆଙ୍କୁ ରୁଷର ଏକ କ୍ରୀଡା ପୋଷାକ ବ୍ରାଣ୍ଡ ତରଫରୁ ଏକ ମଡେଲ ଭାବରେ ଏକ ଦାୟିତ୍ୱ ପ୍ରଦାନ କରାଯାଇଥିଲା, ମାତ୍ର ସେ ଏହି ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ। କାରଣ ସେ କେବଳ ଔଷଧ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲେ।

ଆଙ୍କରକୁ ହେବାକୁ ନେଇ ସେ କହିଛନ୍ତି, ମୋ ପାଇଁ ଏକ ବଡ଼ କଥା। ଏହି ସୁଯୋଗ ପାଇଁ ସେ ଚ୍ୟାନେଲକୁ ଧନ୍ୟବାଦ ଜଣାଇବା ସହ ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇବେ ବୋଲି କହିଛନ୍ତି।

ରୁଷର ଏକ ଡାକ୍ତରଖାନାରେ ପିପିଇ କିଟ ତଳେ ପିନ୍ଧିଥିବା ପୋଷାକ ପାଇଁ ସେ ପ୍ରଥମେ ସମାଲୋଚନାର ଶିକାର ହୋଇଥିଲେ। କେବଳ ଏତିକି ନୁହେଁ, ୨୩ ବର୍ଷୀୟ ନାଦିଆଙ୍କୁ ଡ୍ରେସ କୋଡ୍‌ ଅନୁପଯୁକ୍ତ ଅଭିଯୋଗରେ ହସ୍ପିଟାଲରୁ ବହିଷ୍କାର କରାଯାଇଥିଲା।

ହସ୍ପିଟାଲରୁ ନାଦିଆଙ୍କ ଚିତ୍ର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା, ସେ ରୁଷର ହଟ ନର୍ସ ଭାବରେ ମଧ୍ୟ ଜଣାଶୁଣା ଥିଲେ ହେଁ ଅନେକ ଲୋକ ତାଙ୍କୁ ସମାଲୋଚନା କରିବା ସହିତ ଡାକ୍ତରଖାନାକୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡିଥିଲା।

ନାଦିଆ କହିଛନ୍ତି ଯେ, କ୍ରମାଗତ ଭାବରେ ପିପିଇକିଟ ପିନ୍ଧିବା କାରଣରୁ ସେ ଅତ୍ୟଧିକ ଗରମ ଅନୁଭବ କରିଥାନ୍ତି। ମାତ୍ର ସେ ଏଥିରୁ ବିରତି ମଧ୍ୟ ନେଇ ନାହାଁନ୍ତି, ତେଣୁ ସେ ପିପିଇ ତଳେ କେବଳ ଭିତର ଏଭଳି ପୋଷାକ ପିନ୍ଧି କାମ କରିବା ଭଲ ବୋଲି ଭାବିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri