ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ

ଗଞ୍ଜାମ,୨୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି। ଦୈନଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତରେ ଗତ ୨୪ରୁ ଆଜି ପର୍ଯ୍ୟନ୍ତ ୯ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଏହାର ମୁକାବିଲା ନିମନ୍ତେ ସ୍ଥାନୀୟ ସରପଞ୍ଚ ଏ.ସୁନିତା ପ୍ରଧାନ ଜିଲାପାଳ କ୍ଷମତା ବ୍ୟବହାର କରି ଉକ୍ତ ପଞ୍ଚାୟତ ବିଭିନ୍ନ ଗ୍ରାମ ରାସ୍ତା ସିଲ୍‌ କରିବା ସହ ୭ ଦିନ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଦୋକାନ ବଜାର ବନ୍ଦ ରହିବା ସହ ମାଙ୍ଗଳିକ କାର୍ଯ୍ୟ ଓ ସଭା ସମିତି ବନ୍ଦ କରିବl ପାଇଁ ସରପଞ୍ଚଙ୍କ ଚିଠିରେ ଉଲ୍ଲେଖ ରହିଛି। ଶଟ୍‌ଡାଉନ ଘୋଷଣା ପତ୍ର ଜିଲାପାଳ, ଉପଜିଲାପାଳ, ରମ୍ଭା ଓ ଗଞ୍ଜାମ ଥାନାକୁ ଅବଗତି ନିମନ୍ତେ ଜଣାଇ ଦିଆଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ପହିଲାରୁ ଗଞ୍ଜାମରେ ଟ୍ରାଫିକ ନିୟମ କଡ଼ାକଡ଼ି: ନ ମାନିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ବ୍ରହ୍ମପୁର,୨୮।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୨୦୧୯ ସେପ୍ଟେମ୍ବର ୧ରେ ସାରା ଭାରତରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ହୋଇଥିଲା...

ଭିନ୍ନକ୍ଷମ ହୋଇ ବି ସକ୍ଷମ ଟେରା ମେହେର: ଚକ୍ଷୁ ନ ଥାଇ କରୁଛନ୍ତି ଜୋତା ଚକାଚକ୍‌

ବନ୍ତଳା, ୨୦।୧୨- ଭିନ୍ନକ୍ଷମ ହୋଇଥିଲେ ବି କୌଣସି ସକ୍ଷମ ମଣିଷଙ୍କ ଠାରୁ ସେ କମ୍‌ ନୁହନ୍ତି। ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ଆଖି ନ ଥାଇ...

ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ବୀରମହାରାଜପୁର

ଅମରପାଲି, ୧୬।୧୦ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପଣ୍ଡିଆପାଲି ଖେଳ ପଡିଆରେ ଚାଲିଥିବା ୧୦ମ ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର...

ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୭।୧୧: ବରଗଡ଼ ଟାଉନ ଥାନା ପୋଲିସ ବୁଧବାର ରାତିରେ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସ୍ଥାନୀୟ...

ଟ୍ରକ୍‌ -ବାଇକ ମୁହାଁମୁହିଁ ଧକ୍କା: ଜଳିଗଲା ଟ୍ରକ୍‌,ବାଇକ

ବୋରିଗୁମ୍ମା,୧୧।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା- କୋଟପାଡ଼ ୬୩ ନଂ. ଜାତୀୟ ରାଜପଥ ଶଶାହାଣ୍ଡି ନିକଟରେ ସୋମବାର ବିଳମ୍ବିତ ରାତିରେ ଟ୍ରକ୍‌ -ବାଇକ ଧକ୍କା ହୋଇ ଟ୍ରକ୍‌,ବାଇକ...

ବଲାଙ୍ଗୀର ମାଛ ବଜାରରେ ଲକ୍‌ଡାଉନ୍‌ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ

ବଲାଙ୍ଗୀର ଅଫିସ,୧।୪-ବଲାଙ୍ଗୀର ଜିଲା ପ୍ରଶାସନ ଓ ଟାଉନ୍‌ ପୋଲିସ ଲକ୍‌ଡାଉନ୍‌ କଟକଣାକୁ କିପରି କଡାକଡି ଭାବେ ପାଳନ କରାଯିବ ସେ ଦିଗରେ ଉଦ୍ୟମ ଜାରି ରଖିଛି।...

ଜବରଦଖଲମୁକ୍ତ ହେଲା ସରକାରୀ ପୋଖରୀ: ଦଖଲକାରୀ ପରିବାର ଦେବେ ୨୬ ଲକ୍ଷ ୧ ହଜାର ୫୫୫ ଟଙ୍କା

ଅନୁଗୋଳ ଅଫିସ,୪ା୬ – ଦୀର୍ଘବର୍ଷ ଧରି ଜବରଦଖଲରେ ଥିବା ମତ୍ସ୍ୟ ବିଭାଗର କେତେକ ପୋଖରୀ ମଙ୍ଗଳବାର ଦଖଲମୁକ୍ତ ହୋଇଛି। ଏହାପରେ ବୁଧବାର ଅନୁଗୋଳ ମତ୍ସ୍ୟ ବିଭାଗ...

ଆବାସ ଯୋଜନା ବାଟ୍‌ବନା: ବିଲ୍‌ ଟଁକା ଲାଗି ହିତାଧିକାରୀ ହଟ୍‌ହଟା

ଲାଠୋର, ୧୬।୨ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପକାଘର ଯୁଗେଇ ଦେଉଛନ୍‌। ଘର ତିଆରି ଲାଗି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ୧୬ ହଜାର ଟଁକା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *