Posted inଜାତୀୟ

ତିହାରରୁ ଫୋନ୍‌ କରିପାରିବେନି କୁଖ୍ୟାତ ଅପରାଧି, ହାଇ ରିସ୍କ୍‌ ଓ୍ବାର୍ଡରେ ଲାଗିବ ଜାମର…

ନୂଆଦିଲ୍ଲୀ, ୨୪।୬ : ତିହାରରେ ଅପରାଧିଙ୍କ ପାଖରେ ମୋବାଇଲ ଫୋନର ନିରନ୍ତର ଉପଲବ୍ଧତା ଯୋଗୁଁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ସମ୍ପ୍ରତି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କ ଉପରେ ପଞ୍ଜାବୀ ଗାୟକ ସିଦ୍ଧୁ ମୋସୱାଲାଙ୍କୁ ଜେଲରୁ ହତ୍ୟା କରିବାର ଷଡଯନ୍ତ୍ର ଫୋନ ମାଧ୍ୟମରେ ଜଣାପଡିବା ମାତ୍ରେ ଜେଲ ପ୍ରଶାସନ  କୌଣସି ପରିସ୍ଥିତିରେ ବନ୍ଦୀମାନଙ୍କ ଦ୍ୱାରା ମୋବାଇଲ ବ୍ୟବହାର ବନ୍ଦ କରିବାକୁ ଆରମ୍ଭ କରିଛି। ଏଥିପାଇଁ ତିହାର ପ୍ରଶାସନ ବର୍ତ୍ତମାନ ଜେଲ ୱାର୍ଡରେ ଜାମର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଜାମରଗୁଡିକ ଜେଲର ହାଇ ରିସ୍କ୍‌ ୱାର୍ଡରେ ସ୍ଥାପନ କରାଯିବ। ଯାହାଫଳରେ ଏହି ୱାର୍ଡରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀମାନେ ମୋବାଇଲ ବ୍ୟବହାର କରିପାରିବେ ନାହିଁ ।

ତିହାର ଜେଲର ଡିଜି ସନ୍ଦୀପ ଗୋଏଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତିହାରର ଏହି ବନ୍ଦୀମାନଙ୍କ ମୋବାଇଲ ବ୍ୟବହାର ଉପରେ ବର୍ତ୍ତମାନ ଟେକ୍ନୋଲୋଜିର ପ୍ରୟୋଗ କରାଯିବ। ମୋବାଇଲ କନେକ୍ଟିଭିଟି ସିଷ୍ଟମ ବନ୍ଦ ହେବା ସହିତ ଜେଲ ବନ୍ଦୀମାନଙ୍କୁ ଜେଲରୁ କଲ୍‌ କରିବା ବନ୍ଦ ହେବ। ଏହାର କାର୍ଯ୍ୟ ଜୋରସୋରରେ ଚାଲିଛି। ହାଇ ରିସ୍କ ୱାର୍ଡରେ ଜାମର ଲଗାଇବା ପରେ ମୋବାଇଲ ବ୍ୟବହାର କରି ହେବ ନାହିଁ ବୋଲି ଡିଜି ସୂଚନା ଦେଇଛନ୍ତି।

ବର୍ତ୍ତମାନ ବନ୍ଦୀମାନଙ୍କ ମଧ୍ୟରେ ମୋବାଇଲ ସଂଯୋଗକୁ ବନ୍ଦ କରିବା ପାଇଁ ସମଗ୍ର ତିହାର ଜେଲରେ କେବଳ ୩ଟି କଲ ଜାମିଂ ଟାୱାର ସ୍ଥାପନ କରାଯାଇଛି। ବନ୍ଦୀମାନେ ଜାମରର ତାର କାଟଦେଉଛନ୍ତି। ଜେଲର କେଉଁ ଅଞ୍ଚଳରେ
ଜାମରର କୌଣସି ପ୍ରଭାବ ନାହିଁ ତାହା ବନ୍ଦୀମାନେ ଜାଣିଛନ୍ତି। ବେଳେବେଳେ ସେମାନେ ଅନ୍ୟମାନଙ୍କ ନେଟ୍‌ ମଧ୍ୟ ବ୍ୟବହାର କରୁଛନ୍ତି। ତେଣୁ ଏଭଳି କାର୍ଯ୍ୟ ରୋକ ଲଗାଇବା ପାଇଁ ଜେଲ୍‌ ପ୍ରଶାସନ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri