ଚପିଯାଇଛି ତଦନ୍ତ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ହେଉନି

ଖୋର୍ଦ୍ଧା ଅଫିସ,୨୪ା୬: ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନେ ଚେୟାର ଟେବୁଲରେ ବସି ପାଠ ପଢ଼ିବା ସହ ସ୍ବଚ୍ଛ ପାଣି ପିଇବେ। ଏଥିଲାଗି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲାକୁ ୮୩ ଲକ୍ଷ ୪୭ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା। ତେବେ ସରକାରଙ୍କ ଗାଇଡ୍‌ଲାଇନ ଉଲ୍ଲଂଘନ କରାଯାଇ ବିନା ଟେଣ୍ଡରରେ ସାମଗ୍ରୀ କିଣାଯିବା ସହ ଏଥିରେ ଅନିୟମିତତା ହୋଇଥିବା ନେଇ ୨୦୨୧ ଜୁଲାଇରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ ଆଣିଥିଲେ। ଏହି ଅନିୟମିତତା ସମ୍ପର୍କରେ ସେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଶାସନ ସଚିବ ଏବଂ ମିଶନ ଶକ୍ତି ନିର୍ଦ୍ଦେଶକଙ୍କ ସମେତ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତତ୍କାଳୀନ ଜିଲାପାଳ ସନତ୍‌ ମହାନ୍ତି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ ଏହାର ତଦନ୍ତ ରିପୋର୍ଟ ଏହି ସମୟରେ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ବିଭାଗୀୟ ଅଧିକାରୀ ଅବସର ଗ୍ରହଣ କରିଥିଲେ। ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଜିଲାପାଳ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ତତ୍କାଳୀନ ଜିଲାପାଳ ମହାନ୍ତିଙ୍କ ବଦଳି ପରେ ସଂଗ୍ରାମ କେଶରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିଲେ। ଏବେ ଜିଲାପାଳ ମହାପାତ୍ରଙ୍କ ମଧ୍ୟ ବଦଳି ହୋଇଯାଇଛି। ଏହା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଗଲାନାହିଁ, ବରଂ ତଦନ୍ତ ରିପୋର୍ଟ ସରକାରୀ ଫାଇଲରେ ଚପିଯାଇଛି।
ବିଧାୟକ ରାଉତରାୟଙ୍କ ଅଭିଯୋଗ ମୁତାବକ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶନାମା ଅନୁସାରେ ସମଗ୍ର ରାଜ୍ୟରେ ଜିଲା ମଙ୍ଗଳ ଅଧିକାରୀଙ୍କ ଜରିଆରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଟେବୁଲ, ଚେୟାର, ଓ୍ବାଟର ଫିଲ୍ଟର ସାମଗ୍ରୀ କିଣାଯାଇ ଯୋଗାଇ ଦିଆଯିବ। ଏହି ସାମଗ୍ରୀ କେବଳ ଜିଲା କ୍ରୟ କମିଟି ଇ-ପୋର୍ଟାଲ ଜରିଆରେ ଗ୍ଲୋବାଲ ଟେଣ୍ଡର କରିବାର ନିୟମ ରହିଛି। ଜିଲା ମଙ୍ଗଳ ଅଧିକାରୀ ଗ୍ଲୋବାଲ ଟେଣ୍ଡର ପରିବର୍ତ୍ତେ ୩ଟି ସଂସ୍ଥାକୁ ଅନୁକମ୍ପା ଦେଖାଇ ସାମଗ୍ରୀ କିଣିବାକୁ ଅନୁମତି ଦେଇଥିଲେ। ସମ୍ପୃକ୍ତ ସଂସ୍ଥା ଟାଙ୍ଗୀ ସିଡିପିଓ ଅଫିସକୁ ୨୫୩ ଅଙ୍ଗନଓ୍ବାଡି କେନ୍ଦ୍ରରୁ ୪, ବୋଲଗଡ଼ ସିଡିପିଓଙ୍କୁ ୨୨୮ଟି କେନ୍ଦ୍ରରୁ ୮୦ଟି କେନ୍ଦ୍ରକୁ ସାମଗ୍ରୀ ଦିଆଯାଇଛି। ସିଡିପିଓ ବିଏମ୍‌ସି-୨ର ୧୦୨ଟି କେନ୍ଦ୍ରରୁ ମାତ୍ର ୨୦ଟି କେନ୍ଦ୍ରକୁ ସାମଗ୍ରୀ ଦେଇଛନ୍ତି। ତେବେ ସମ୍ପୂର୍ଣ୍ଣ ସାମଗ୍ରୀ ଯୋଗାଣ କରି ନ ଥିବା ବେଳେ କିପରି ଉକ୍ତ ସଂସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ ଟଙ୍କା ପଇଠ କରାଯାଇଛି ବୋଲି ରାଉତରାୟ ପ୍ରଶ୍ନ କରିଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସମ୍ପୃକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ଲାଗି ରାଉତରାୟ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri