ଭଞ୍ଜନଗର, ୨୬।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ନିକଟସ୍ଥ ବାଣତୁମ୍ବୁ ଓଁଶାନ୍ତି ନଗରସ୍ଥିତ ପ୍ରଭୁ ସ୍ମୃତିଭବନ ପରିସରରେ ନିର୍ମାଣାଧୀନ ବିଶ୍ୱଜ୍ୟୋତି ପ୍ରଭୂତୋପବନ ଆଶ୍ରମ ପକ୍ଷରୁ ଗୁରୁବାର ଏକ ବୃକ୍ଷରୋପଣ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଭୁ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ନିର୍ମାଣାଧୀନ ଏହି ଆଶ୍ରମ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯିବା ସହିତ ଯୋଗାଭ୍ୟାସ ଓ ଆଧ୍ୟାତ୍ମିକ ବ୍ୟାୟାମ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ପ୍ରଦୋଷ କୁମାର ପାତ୍ରଙ୍କ ଆକର୍ଷଣୀୟ ବ୍ୟାୟାମ ପ୍ରଦର୍ଶନ ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କାର୍ଯ୍ୟକ୍ରମରେ ରାଜେଶ୍ୱରୀ, ମମତା, ସୁଜାତା, ମାମା, ବୁଲୁ, ରବି, ସତ୍ୟବାନ, ନାରାୟଣ, ବବି ରଥ ଏବଂ ପ୍ରଦୋଷ କୁମାର ପାତ୍ରଙ୍କ ସମେତ ବହୁ ବିକେ ଭାଇଭଉଣୀ ଅଂଶଗ୍ରହଣ କରିଥିଲେ।
ଆଶ୍ରମ ପରିସରରେ ବାବାଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସାକାର କରିବା ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ସଂକଳ୍ପ ନେଇଥିଲେ। ବୃକ୍ଷରୋପଣ, ଯୋଗ ଏବଂ ଆଧ୍ୟାତ୍ମିକତା ମାଧ୍ୟମରେ ପରିବେଶ ସୁରକ୍ଷା, ସାଧନା ଓ ମାନବୀୟ ଏକତାର ବାର୍ତ୍ତା ଦେଇଥିଲା ଏହି କାର୍ଯ୍ୟକ୍ରମ।

