ପୁଣି ପୂଜକଙ୍କ ଘର ଉଚ୍ଛେଦ ପାଇଁ ନୋଟିସ୍‌ ଜାରି

ଗଞ୍ଜାମ,୩୦ା୬(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠଛକଠାରେ ଦୀର୍ଘ ୭୦ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା ପୂଜକ କନ୍ଧ ଶତପଥୀଙ୍କ ଘର ଆସନ୍ତା ୫ରେ ଭାଙ୍ଗିବାକୁ ପୁଣି ନୋଟିସ୍‌ ଜାରି କରିଛନ୍ତି ତହସିଲଦାର ଅରୁଣ କୁମାର ନାୟକ। ନୋଟିସ୍‌ ପାଇବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ପୂଜକ କନ୍ଧ ଶତପଥୀଙ୍କ ପରିବାର। ତହସିଲଦାର ନାୟକଙ୍କ ଏହି କାର୍ଯ୍ୟକୁ ସମଗ୍ର ଗଞ୍ଜାମ ସହରବାସୀ ଦୃଢ଼ ନିନ୍ଦା କରିଛନ୍ତି । ପୂଜକଙ୍କ ଘରକୁ ଲାଗି ରହିଥିବା ସରକାରୀ ଜାଗାରେ ଜଣେ ଲୋକ ପାଚେରି ବୁଲାଇଥିବା ବେଳେ ତାକୁ ଉଚ୍ଛେଦ ନ କରି ଜଣେ ଲୋକ ୭୦ ବର୍ଷରୁ ଊର୍ଦ୍ଧ୍ୱ ରହି ଆସୁଥିବା ଘରକୁ ତହସିଲଦାର କାହା ଇଙ୍ଗିତରେ ଏପରି କାର୍ଯ୍ୟ କରୁଛନ୍ତି ସହରବାସୀ ପ୍ରଶ୍ନ କରିଛନ୍ତି। ଏପରିକି ଘର ବାଡ଼ିପଟ ୫ ହାତ ସରକାରୀ ଜାଗା ଦର୍ଶାଇ ତହସିଲଦାର ଭାଙ୍ଗିବାକୁ ଉଦ୍ୟମ ଚଳାଇଥିବାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ।

ପ୍ରକାଶ ଯୋଗ୍ୟ, ଗତ ମଙ୍ଗଳବାର ତହସିଲଦାର ଜେସିବି ମେଶିନ ସାହାଯ୍ୟରେ ଘର ଭାଙ୍ଗିବାକୁ ପ୍ରସ୍ତୁତି ଆରମ୍ଭ ହେବା ବେଳକୁ ଶତପଥୀଙ୍କ ସ୍ତ୍ରୀ ଓ ପୁଅ ବୋହୂ ଜେସିବି ଆଗରେ ବସି ରହିଥିଲେ। ଏହି ଘଟଣା ନେଇ ତହସିଲଦାର ନାୟକ ଏବଂ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସ୍ଥାନୀୟ ଲୋକ ପ୍ରବଳ ବିରୋଧ କରିବା ପରେ ତହସିଲଦାର ନିରାଶ ହୋଇ ଫେରି ଯାଇଥିଲେ। ପୁଣି ଆସନ୍ତା ୫ରେ ଘର ଜବର ଦାଖଲ ଉଛେଦ ପାଇଁ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାରେ ଉଭୟଙ୍କ ଏତଲା ପରେ ପୋଲିସ ପୃଥକ୍‌ ପୃଥକ୍‌ ଭାବେ କେସ୍‌ ନଂ ୧୦୦/୨୨ ଓ ୧୦୧/୨୨ ଦୁଇଟି ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri