Posted inଜାତୀୟ

ସତ୍ତା ନୁହେଁ, ସତ୍ୟମେବ

ନୂଆଦିଲ୍ଲୀ,୨୭ା୮: କ୍ଷମତା ନୁହେଁ, ସତ୍ୟର ବିଜୟ ହେବ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ କେନ୍ଦ୍ରର ଭୁଲ୍‌ ନିଷ୍ପତ୍ତି ଓ ବିରୋଧୀ ଶାସିତ ରାଜ୍ୟଗୁଡ଼ିକୁ କ୍ରମାଗତ ଅବହେଳା ବିରୋଧରେ ଏକାଠି ହୋଇ ଲଢ଼ିବାକୁ ପଡ଼ିବ ବୋଲି ଆହ୍ବାନ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଏବଂ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ସମେତ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପ୍ରସଙ୍ଗରେ ବୁଧବାର ଅପରାହ୍ନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱାରା ଆହୂତ ଭର୍ଚୁଆଲ ବୈଠକରେ ଉଦ୍ଧବ କହିଥିଲେ, ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଲଢ଼ିବା ନା ତାଙ୍କୁ ଡରି ରହିଯିବା ପ୍ରଥମେ ସେହି ନିଷ୍ପତ୍ତି ନିଆଯାଉ। କାରଣ ଆମ ପାଇଁ ଏହା ‘ସତ୍ତାମେବ ଜୟତେ’ ନୁହେଁ, ବରଂ ‘ସତ୍ୟମେବ ଜୟତେ’। ଆମେ ଏକାଠି ଅଛେ ଓ ଏକତ୍ର ହୋଇ
ଲଢ଼ିବା ବୋଲି ଉଦ୍ଧବ ବିରୋଧୀ ଏକତାର ସନ୍ଦେଶ ଦେଇଛନ୍ତି। ଇଞ୍ଜିନିୟରିଂ ପାଠପଢ଼ା ପାଇଁ ଜେଇଇ ଏବଂ ଡାକ୍ତରୀ ଶିକ୍ଷା ଲାଗି ଉଦ୍ଦିଷ୍ଟ ଏନ୍‌ଇଇଟି ପୂର୍ବ ନିର୍ଦ୍ଧାରିତ ସମୟରେ ହେବ ବୋଲି ମଙ୍ଗଳବାର ବିଳମ୍ବିତ ରାତିରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଏହି ପ୍ରସଙ୍ଗକୁ ନେଇ ଜାତୀୟ ବିତର୍କ ସୃଷ୍ଟି ହୋଇଛି। କରୋନା ଭାଇରସ୍‌ ସଂକ୍ରମଣ ଦୃଷ୍ଟିରୁ ଏହି ଦୁଇ ପରୀକ୍ଷାକୁ ସ୍ଥଗିତ ରଖିବା କିମ୍ବା ବାତିଲ କରିବା ଦାବିରେ ଦେଶବ୍ୟାପୀ ଛାତ୍ରୀଛାତ୍ର ନିଜ ନିଜ ଘରୁ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଛନ୍ତି। ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ର ଗୁରୁବାର ସକାଳ ୮ଟାରେ ଘରେ ଥାଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ କଳାପତାକା ଦେଖାଇବେ, ହାତ ଓ କପାଳରେ କଳାପଟି ବାନ୍ଧିବେ, ମୁହଁରେ ବ୍ଲାକ୍‌ ମାସ୍କ ପିନ୍ଧିବେ ଏବଂ ସେମାନଙ୍କ ପ୍ରୋଫାଇଲ୍‌ ପିକ୍ଚରକୁ ବ୍ଲାକ୍‌ କରିଦେବେ। ଦେଶରେ ମହାମାରୀ କରୋନାର ପ୍ରକୋପ ବଢ଼ିଚାଲିଥିବାବେଳେ ପରୀକ୍ଷା କରାଗଲେ ସ୍ଥିତି ଭୟାବହ ହେବ ବୋଲି ଅନେକ ବିରୋଧୀ ଦଳ ନେତା ଓ ବିଭିନ୍ନ ରାଜ୍ୟର ସରକାର ଏନେଇ ନିଷ୍ପତ୍ତି ବଦଳାଇବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଜେଇଇ-ଏନ୍‌ଇଟି ପରୀକ୍ଷା ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ଯିବାକୁ ସ୍ଥିର କରିଛନ୍ତି।
କଂଗ୍ରେସର ଅନ୍ତରୀଣ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ବୁଧବାର ଅପରାହ୍ନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ଭର୍ଚୁଆଲ ମିଟିଂରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇ କେନ୍ଦ୍ରର ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସମେତ ଅଶୋକ ଗେହଲଟ(ରାଜସ୍ଥାନ), ଭୂପେଶ ବଘେଲ (ଛତିଶଗଡ଼) ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀର ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ଯୋଗଦେଇଥିଲେ। କଂଗ୍ରେସ ଶାସିତ ଏହି ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମେଣ୍ଟ ସରକାରରେ ଥିବା ହେମନ୍ତ ସୋରେନ(ଝାଡ଼ଖଣ୍ଡ), ଉଦ୍ଧବ ଠାକ୍‌ରେ (ମହାରାଷ୍ଟ୍ର) ତଥା ତୃଣମୂଳ କଂଗ୍ରେସ ଶାସିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ସୋନିଆ କହିଛନ୍ତି, ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ସମ୍ପର୍କିତ ଘୋଷଣା ବାସ୍ତବରେ ଏକ ଧକ୍କା ହୋଇଥିବାରୁ ଏହାକୁ ନେଇ ଆମେ ଚିନ୍ତିତ ହେବା ଆବଶ୍ୟକ। ଛାତ୍ରୀଛାତ୍ରଙ୍କ ଅନ୍ୟ ସମସ୍ୟାଗୁଡ଼ିକ ଓ ପରୀକ୍ଷାକୁ ଖାମଖିଆଲି ଭାବେ ପରିଚାଳନା କରାଯାଉଛି। ଏହା ବିରୋଧରେ ଆମକୁ ଏକାଠି ହେବାକୁ ପଡ଼ିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ଛାତ୍ରୀଛାତ୍ର ପରୀକ୍ଷା ଦେବା ପାଇଁ ସ୍ଥିତି ସ୍ବାଭାବିକ ନ ହେବା ଯାଏ ଏହାକୁ ସ୍ଥଗିତ ରଖାଯାଉ। ଛାତ୍ରୀଛାତ୍ରଙ୍କ ଜୀବନକୁ ବିପଦକୁ ଠେଲିଦେଇ ପାରିବା ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛୁ। କିନ୍ତୁ କିଛି ଉତ୍ତର ଆସିନାହିଁ। ତେଣୁ ଚାଲନ୍ତୁ ସମସ୍ତେ ମିଶି ସୁପ୍ରିମକୋର୍ଟ ଯିବା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମମତାଙ୍କ ସହ ସ୍ବର ମିଳାଇ କହିଛନ୍ତି, ବୈଠକରେ ବସିଥିବା ଆମେ ସମସ୍ତେ ପରୀକ୍ଷା ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିଶନ ଦାଏର କରିବା ଉଚିତ। ସେହିପରି ଏହି ଦୁଇ ପରୀକ୍ଷା କରାଗଲେ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିବ। ଏଥିପାଇଁ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ଚେତାବନୀ ଦେବା ସହ ଏହି ପ୍ରସଙ୍ଗରେ ମିଳିତ ଭାବେ ଲଢ଼େଇ କରିବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମତରେ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହେବା ଆବଶ୍ୟକ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍‌ ଓ ୨୭ରେ ଆଡ୍‌ଭାନ୍ସ ଏବଂ ସେହି ମାସ ୧୩ ତାରିଖରେ ଏନ୍‌ଇଇଟି ପରୀକ୍ଷା କରିବା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ନିଷ୍ପତ୍ତି ନେଇଛି। ପରୀକ୍ଷାର୍ଥୀମାନେ କରୋନା ଭୂତାଣୁରେ ସଂକ୍ରମିତ ହେବା ଆଶଙ୍କା ଥିବାରୁ ଏହି ଦୁଇ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ଛାତ୍ରୀଛାତ୍ରଙ୍କ ଏକ ମୂଲ୍ୟବାନ ବର୍ଷକୁ ବେକାର ହେବାକୁ ଦିଆଯାଇପାରିବ ନାହିଁ ଓ ଜୀବନ ତା’ ବାଟରେ ଚାଲିବ କହି ଅଦାଲତ ଉକ୍ତ ପିଟିଶନକୁ ଖାରଜ କରିଦେଇଥିଲେ। ଶୀର୍ଷ ଅଦାଲତଙ୍କ ଏହି ରାୟ ବିରୋଧରେ କେନ୍ଦ୍ର ସରକାର ଅପିଲ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଚିଠି ଲେଖି ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?