Posted inଖେଳ

ଆଇସିସି ର଼୍ୟାଙ୍କିଙ୍ଗ୍‌: ଦିନିକିଆରେ ଶ୍ରେଷ୍ଠ ଦୁଇ ସ୍ଥାନରେ କୋହଲି, ରୋହିତ୍‌

ଦୁବାଇ,୨୭।୮(ପି.ଟି.): ବୁଧବାର ପ୍ରକାଶିତ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମା ସେମାନଙ୍କ ପ୍ରଭୁତ୍ୱ ଜାରି ରଖିଛନ୍ତି। କୋହଲି ଓ ରୋହିତ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ତେବେ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲୀୟ ରନ୍‌ ମେଶିନ୍‌ କୁହାଯାଉଥିବା ଷ୍ଟିଭ୍‌ ସ୍ମିଥ୍‌ ବ୍ୟାଟ୍ସମ୍ୟାନ ତାଲିକାରେ ପୂର୍ବପରି ଶୀର୍ଷ ସ୍ଥାନରେ ରହିଛନ୍ତି। କୋହଲି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟତମ ଅଷ୍ଟ୍ରେଲୀୟ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ୍‌ ତୃତୀୟ ସ୍ଥାନରେ ରହିଛନ୍ତି।
ଅନ୍ୟପେଟ ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ବ୍ୟାଟ୍ସମ୍ୟାନ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପାକିସ୍ତାନ ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ସୀମିତ ଓଭର ଅଧିନାୟକ ଆରୋନ ଫଞ୍ଚ୍‌ ତୃତୀୟ ସ୍ଥାନରେ ରହିଛନ୍ତି।
ଦିନିକିଆ ବୋଲିଂ ତାଲିକାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଶୀର୍ଷ ସ୍ଥାନରେ ରହିଛନ୍ତି। ସେହିପରି ଟେଷ୍ଟ ବୋଲିଂ ତାଲିକାରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଆଫଗାନିସ୍ତାନ ତାରକା ସ୍ପିନର ରସିଦ୍‌ ଖାନ୍‌ ଟି୨୦ ଫର୍ମାଟ୍‌ର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଦଳୀୟ ତାଲିକାରେ ଭାରତ ଦିନିକିଆରେ ଶୀର୍ଷ ସ୍ଥାନରେ ରହିଛି। ତେବେ ଟେଷ୍ଟ ଓ ଟି୨୦ ଫର୍ମାଟ୍‌ରେ ଭାରତ ତୃତୀୟ ସ୍ଥାନରେ ରହିଛି।
ସାଉଥାମ୍ପଟନରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ୨୬୭ ରନର ଦ୍ୱିଶତକୀୟ ପାଳି ଖେଳିଥିବା ଇଂଲଣ୍ଡ ଯୁବ ବ୍ୟାଟ୍ସମ୍ୟାନ ଜ୍ୟାକ କ୍ରଲି ଓ ୭ ଉଇକେଟ ହାସଲ କରିଥିବା ଜେମ୍ସ ଆଣ୍ଡରସନ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଲଙ୍ଗ୍‌ଜମ୍ପ ମାରିଛନ୍ତି। କ୍ରଲି ୫୩ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୨୮ତମ ସ୍ଥାନ ଅଧିକାର କରିଛନ୍ତି। ଏହି ଟେଷ୍ଟ ସିରିଜ ପୂର୍ବରୁ ସେ ୯୫ତମ ସ୍ଥାନରେ ରହିଥିଲେ। ସିରିଜରେ ମୋଟ ଉପରେ ୩୨୦ ରନ ସଂଗ୍ରହ କରି ସେ ଇଂଲଣ୍ଡ ପାଇଁ ଶ୍ରେଷ୍ଠ ଚତୁର୍ଥ ର଼୍ୟାଙ୍କ୍‌ର ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ବୋଲିଂରେ ଆଣ୍ଡରଶନ ୬ଟି ସ୍ଥାନ ଉପରକୁ ଉଠି ଟପ୍‌-୧୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତୃତୀୟ ଟେଷ୍ଟରେ ସେ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ହିସାବରେ ୬୦୦ ଉଇକେଟ ହାସଲ କରିବାର ରେକର୍ଡ କରିଛନ୍ତି। ସେହିପର ୧୫୨ ରନର ଶତକୀୟ ପାଳି ଖେଳିଥିବା ଜୋସ୍‌ ବଟଲର ୬୩୭ ପଏଣ୍ଟ ହାସଲ କରି କ୍ୟାରିୟର ଶ୍ରେଷ୍ଠ ୨୧ତମ ସ୍ଥାନ ଅଧିକାର କରିଛନ୍ତି। ଅଲରାଉଣ୍ଡର ତାଲିକାରେ ବେନ୍‌ ଷ୍ଟୋକ୍ସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡର ଶୀର୍ଷରେ ରହିଛନ୍ତି। ପାକିସ୍ତାନ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ୧୪୧ ରନର ଶତକୀୟ ଇନିଂସ ଖେଳିଥିବା ଅଧିନାୟକ ଅଝାର ଅଲୀ ୧୧ଟି ସ୍ଥାନ ଉପରକୁ ଉଠି ୨୩ତମ ସ୍ଥାନରେ ରହିଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୩ଟି ସ୍ଥାନ ଉପରକୁ ଉଠି ୭୨ତମ ସ୍ଥାନ ଅଧିକାର କରିଛନ୍ତି। ପାର୍ଟ ଟାଇମ୍‌ ସ୍ପିନର ଫଓ୍ବାଦ ଆଲାମ ଓ ଆସଦ ସାଫିକ ଯଥାକ୍ରମେ ୨୨ ଓ ୯ଟି ସ୍ଥାନ ଉପରକୁ ଉଠି ୯୪ ଓ ୧୦୦ତମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri