ମୋରାଟୋରିୟମ ମାମଲାରେ କେନ୍ଦ୍ରକୁ ଭର୍ତ୍ସନା; ସପ୍ତାହେ ମଧ୍ୟରେ ପକ୍ଷ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭।୮: କରୋନା ମହାମାରୀ ଯୋଗୁ ଲୋକମାନେ ସାମ୍ନା କରୁଥିବା ବିଭିନ୍ନ ଆର୍ଥତ୍କ ସମସ୍ୟାରୁ ଆଶ୍ୱସ୍ତି ଦେବାକୁ ରିଜର୍ଭ ବ୍ୟାଙ୍କ ଋଣ କିସ୍ତି ପ୍ରଦାନ ଉପରେ ମୋରାଟୋରିୟମ ସୁବିଧା ବା ଆଶ୍ୱସ୍ତି ଦେଇଥିଲେ। ହେଲେ ଏହି ମୋରାଟୋରିୟମ ଏହାର ପ୍ରକୃତ ଉଦ୍ଦେଶ୍ୟ ପୂରଣ କରିବାକୁ ସକ୍ଷମ ହୋଇ ନ ଥିବା ନଜରକୁ ଆସିଛି। ଲୋକମାନେ ଏହାଦ୍ୱାରା ଲାଭ ପାଉ ନ ଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟରେ ଆଗ୍ରା ନିବାସୀ ଗଜେନ୍ଦ୍ର ଶର୍ମା ଆବେଦନ କରିଥିଲେ। ଏଭଳି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ବୁଧବାର ଭର୍ତ୍ସନା କରିଛନ୍ତି। ମୋରାଟୋରିୟମ ଅବଧି ମଧ୍ୟରେ ସୁଧଛାଡ଼ ପ୍ରସଙ୍ଗ ଉପରେ ନ୍ୟାୟାଳୟ ଚିନ୍ତା ପ୍ରକଟ କରିଛନ୍ତି। ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ଗୋଟିଏ ସପ୍ତାହ ମଧ୍ୟରେ ନିଜର ପକ୍ଷ ରଖୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବରେ ଋଣ କିସ୍ତି ପ୍ରଦାନ କ୍ଷେତ୍ରରେ ଲାଗୁ ହେଉଥିବା ସୁଧ ଉପରେ ସୁଧ ଭଳି ପ୍ରସଙ୍ଗକୁ ନେଇ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଖଣ୍ଡପୀଠ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଆଇନରେ କେନ୍ଦ୍ର ନିକଟରେ ପର୍ଯ୍ୟାପ୍ତ କ୍ଷମତା ରହିଛି। ମାତ୍ର କେନ୍ଦ୍ର କାହିଁକି ଆର୍‌ବିଆଇ ପଛରେ ରହିବା ଭଳି କାମ କରୁଛି। ଗୋଟିଏ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗ ଉପରେ ସ୍ଥିତି ସ୍ପଷ୍ଟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ସହ ମିଳିତ ହୋଇ କାର୍ଯ୍ୟ କରୁଥିବା ମେହେଟା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ ଆର୍‌.ସୁବାସ ରେଡ୍ଡୀ ଏବଂ ଜଷ୍ଟିସ ଏମ୍‌.ଆର୍‌.ଶାହା ରହିଛନ୍ତି। ସୁଧ ଉପରେ ଅତିରିକ୍ତ ସୁଧ ଲାଗୁ ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରଶ୍ନ କରିବାକୁ ସଲିସିଟର ଜେନେରାଲ ଯୁକ୍ତିରେ କହିଛନ୍ତି, ସବୁ ସମସ୍ୟାର ଏକ ସାଧାରଣ ସମାଧାନ କରାଯାଇପାରିବ ନାହିଁ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ମାମଲା ଲଢ଼ୁଛନ୍ତି। ମୋରାଟୋରିୟମ ଅବଧି ଅଗଷ୍ଟ ୩୧ରେ ଶେଷ ହେଉଥିବାରୁ ଏହାକୁ ବଢ଼ାଇବା ଲାଗି ସେ ନିବେଦନ କରିଛନ୍ତି। ସେପ୍ଟେମ୍ବର ୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି।
କୋଭିଡ୍‌ ଯୋଗୁ ଋଣ କିସ୍ତି ପ୍ରଦାନ କ୍ଷେତ୍ରରେ ମୋରାଟୋରିୟମ ସୁବିଧା କରାଯାଇଥିବା ବେଳେ ସୁଧ ଉପରେ ସୁଧ କାହିଁକି ଚାର୍ଜ କରାଯିବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ସମ୍ବିଧାନରେ ପ୍ରଦତ୍ତ ଧାରା ୨୧ ଜୀବନ ଧାରଣର ଅଧିକାର ବିପନ୍ନ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଏଭଳି ଆବେଦନ କରାଯାଇଛି। ମୋରାଟୋରିୟମ ଅବଧିରେ ଋଣ କିସ୍ତି ଉପରେ ସୁଧ ନ ଚାର୍ଜ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ ରହିଛି। ଏହି ପ୍ରସଙ୍ଗରେ ଜୁନ୍‌ ୪ରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ପକ୍ଷ ଲୋଡ଼ାଯାଇଥିଲା। ସୁଧ ଛାଡ଼ ହେଲେ ଏହା ବ୍ୟାଙ୍କଗୁଡିକର ଆର୍ଥତ୍କ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆର୍‌ବିଆଇ ପୂର୍ବରୁ କହିସାରିଛି। ମୋରାଟୋରିୟମ ଅବଧିରେ ଋଣ କିସ୍ତି ଉପରେ ସୁଧ ଲାଗୁ ନ କରିବା ଏବଂ ସୁଧ ଉପରେ ସୁଧ ଲାଗୁ ଭଳି ପ୍ରସଙ୍ଗ ଉପରେ ବିଚାର କରିବା ଆବଶ୍ୟକତା ରହିଛି। ଏଭଳି ଚ୍ୟାଲେଞ୍ଜିଂ ସମୟରେ ମୋରାଟୋରିୟମ ସୁବିଧା ଦେଇ ସୁଧ ଉପରେ ସୁଧ ଲାଗୁ କରିବା ପ୍ରସଙ୍ଗ ଅତ୍ୟନ୍ତ ଚିନ୍ତାଜନକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି ଏଣ୍ଟରଟେନମେଣ୍ଟର ଅଡୁଆ ବଢ଼ିଲା

ନୂଆଦିଲ୍ଲୀ,୩୦।୯: ଜି ଏଣ୍ଟରଟେନମେଣ୍ଟ ସୋନି ଟିଭି ସହ ମିଶ୍ରଣ ନେଇ ଯୋଜନା ରଖିଥିଲା। ମାତ୍ର ବର୍ତ୍ତମାନ ଏହାର ଅଡୁଆ ବଢିଥିବା ଜଣାପଡିଛି। ଜି ଏଣ୍ଟରଟେନମେଣ୍ଟର ସବୁଠାରୁ...

କଳାଟଙ୍କା ଉପରେ ଲଗାମ ଲାଗିଛି: ମୋଦି

ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ ୪ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏଭଳି ପଦକ୍ଷେପ ଯୋଗୁ କଳାଟଙ୍କା ଉପରେ ଲଗାମ ଲାଗିଛି।...

୨.୯ କୋଟି ଭାରତୀୟଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୨୪।୫: ଦିନିକୁ ଦିନ ସାଇବର କ୍ରିମିନାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେଉଛି। ସାବଧାନ ନ ହେଲେ ଅନେକ କ୍ଷତି ସହିବାକୁ ପଡୁଥିବା ଦେଖାଯାଇଛି। ନିକଟରେ ଆଉ ଏକ...

୫୦,୯୨୦ ଟଙ୍କା ଛୁଇଁଲା ସୁନା

ନୂଆଦିଲ୍ଲୀ,୨୨।୭: ଗତ ୨ ଦିନ ଧରି ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧି ପରିଲକ୍ଷିତ ହେବା ସହ ୧୦ ଗ୍ରାମ ପିଛା ଦର ୫୦ ହଜାର...

ମେ’ରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୮।୪: ବିଭିନ୍ନ ଛୁଟି ଲାଗି ମେ ମାସରେ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଣୁ ନିଜର ଜରୁରୀ କାମ...

ଟଙ୍କା ମୂଲ୍ୟରେ ସର୍ବାଧିକ ଦିନିକିଆ ହ୍ରାସ

ନୂଆଦିଲ୍ଲୀ: ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବାଧିକ ଦିନିକିଆ ହ୍ରାସ ଦେଖାଯାଇଛି। ଦେଶ ମଧ୍ୟରେ କରୋନା ମାମଲା ବଢିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି।...

ମାର୍ଚ୍ଚ ପହିଲାରୁ ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ: ମାର୍ଚ୍ଚ ପହିଲାରୁ ସ୍ପେକ୍ଟ୍ରମ ନିଲାମ ଆରମ୍ଭ ହେବ। ୩.୯୨ ଲକ୍ଷ କୋଟି ଟଙ୍କାର ରେଡିଓ ଓ୍ବେଭକୁ ଏଥର ନିଲାମ କରାଯିବ ବୋଲି ଜଣାପଡିଛି। ଟେଲିକମ...

ବୃଦ୍ଧି ପାଉଛି ଅଶୋଧିତ ତୈଳ ଆମଦାନୀ

ନୂଆଦିଲ୍ଲୀ, ୨୨ା୫: ବିଶ୍ୱର ତୃତୀୟ ସର୍ବାଧିକ ଅଶୋଧିତ ତୈଳ ଆମଦାନୀ କରୁଥିବା ଭାରତ ଏପ୍ରିଲରେ ଗତ ସାଢେ ୩ ବର୍ଷ ମଧ୍ୟରେ ସର୍ବାଧିକ ତୈଳ ଗ୍ରହଣ କରିଛି।...

Advertisement
Archives

Model This Week