ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି। ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡିକୁ ନେଇ ଆରମ୍ଭରୁ ଅସନ୍ତୋଷ ତେଜି ଉଠିଥିଲା ଏବଂ ଆନ୍ଦୋଳନ ଚାପରେ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ଧାନବିକ୍ରି ପଞ୍ଜୀକରଣରୁ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ଅନ୍ୟପଟେ ଏବେ ଦେବୋତ୍ତର ଜମିକୁ ଧାନବିକ୍ରି ପଞ୍ଜୀକରଣରେ ସାମିଲ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏପରି କି ବିଭିନ୍ନ ମନ୍ଦିର ସେବାୟତ, ପୂଜକମାନେ ଅନ୍ୟବର୍ଷ ଭଳି ଏଥର ଧାନବିକ୍ରି ପଞ୍ଜୀକରଣ ପାଇଁ ସ୍ଥାନୀୟ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)କୁ ଗଲେ ସେଠାରେ ବିଭାଗୀୟ ଅଧିକାରୀମାନେ ଦେବୋତ୍ତର ଜମିରେ ଧାନବିକ୍ରି ପଞ୍ଜୀକରଣକୁ ରୋକଠୋକ୍‌ ମନା କରି ଦେଉଛନ୍ତି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ସୋମବାର ଜିଲାର ଅତାବିରା, ବରପାଲି, ଭେଡ଼େନ ସମେତ ବିଭିନ୍ନ ବ୍ଲକର ସେବାୟତମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଭେଟିଥିଲେ ଏବଂ ସ୍ମାରକପତ୍ର ପ୍ରଦାନ କରିଥିଲେ। ସମବାୟ ସମିତି ସମୂହ ଉପନିବନ୍ଧକ(ଡିଆରସିଏସ୍‌)ଙ୍କ ସହିତ ସେ ନେଇ ଆଲୋଚନା କରି ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ।
ସୂଚନା ଅନୁଯାୟୀ, ଜିଲାରେ ରହିଥିବା ବିଭିନ୍ନ ଦେବଦେବୀଙ୍କ ନାମରେ ଅନେକ ଜମି ରହିଛି। ଦେବୋତ୍ତର ବିଭାଗ ଅଧୀନରେ ସେବାୟତମାନେ ସେହି ଜମିରେ ଧାନଚାଷ କରି ଆସୁଛନ୍ତି। ସେଥିରେ ଅମଳ ହେଉଥିବା ଧାନରେ ଦେବଦେବୀଙ୍କ ଭୋଗ ପ୍ରସ୍ତୁତ ହେଉଥିବାବେଳେ ବଳକା ଧାନକୁ ପ୍ରତିବର୍ଷ ବିକ୍ରି କରି ମନ୍ଦିରର ଅନ୍ୟକାମରେ ତାହା ବିନିଯୋଗ ହୋଇଆସୁଛି। ତେବେ ପୂର୍ବରୁ ପ୍ରତିବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ସେହି ଜମିରେ ଧାନବିକ୍ରି ପଞ୍ଜୀକରଣ ହୋଇ ଆସୁଥିଲା। ଗତବର୍ଷ ପଞ୍ଜୀକରଣ ପାଇଁ ପ୍ରଥମରୁ ମନା କରିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ପୁଣି ସେହି ଜମି ଧାନବିକ୍ରି ପାଇଁ ପଞ୍ଜୀକରଣ ହୋଇଥିଲା ଏବଂ ସେବାୟତମାନେ ମଣ୍ଡିରେ ଧାନବିକ୍ରି କରିବାର ସୁଯୋଗ ପାଇଥିଲେ।
କିନ୍ତୁ ଏଥର ଆରମ୍ଭରୁ ଦେବୋତ୍ତର ଜମିରେ ଧାନବିକ୍ରି ପଞ୍ଜୀକରଣକୁ ବିଭାଗୀୟ ଅଧିକାରୀମାନେ ମନା କରି ଦେଉଥିବା ଅଭିଯୋଗ ହୋଇଛି। ଏହା ମନ୍ଦିରଗୁଡ଼ିକରେ କାର୍ଯ୍ୟରତ ସେବାୟତଙ୍କ ଚିନ୍ତା ବଢ଼ାଇ ଦେଇଛି। ଦେବଦେବୀଙ୍କ ନାମରେ ରହିଥିବା ଜମିରୁ ଅମଳ ଧାନ ବିକ୍ରି ନ କଲେ ସେମାନଙ୍କ ସେବା ପାଇଁ ଲାଗୁଥିବା ଅର୍ଥ କୁଆଡୁ ଆଣିବେ ବୋଲି ସେବାୟତମାନେ ପ୍ରଶ୍ନ କରିବା ସହିତ ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ସେହିପରି ପଞ୍ଜୀକରଣ ସମୟରେ ଅନ୍ୟଚାଷୀଙ୍କ କ୍ଷେତ୍ରରେ ମଧ୍ୟ ବିଦ୍ୟୁତ୍‌ ଦେୟ ପ୍ରଦାନକୁ ବାଧ୍ୟତାମୂଳକ କରାଯାଉଥିବା, ଭାଗଚାଷୀଙ୍କ ପଞ୍ଜୀକରଣ ପାଇଁ ମୋବାଇଲ ଆପ୍‌ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ନ ଥିବା ଆଦି ଅଭିଯୋଗ ହୋଇଛି। ସାର ସଂକଟ ନେଇ ମଧ୍ୟ ଚାଷୀମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆବଶ୍ୟକ ସମୟରେ ସେମାନଙ୍କୁ ସାର ମିଳୁ ନ ଥିବାବେଳେ ସାର କଳାବଜାର ହେଉଥିବା ଅଭିଯୋଗ ହୋଇଛି। ଉପରୋକ୍ତ ସମସ୍ୟା ସମୂହର ତ୍ୱରିତ୍‌ ସମାଧାନ ଦିଗରେ ପଦକ୍ଷେପ ନିଆ ନ ଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସଂଯୁକ୍ତ କୃଷକ ସଂଗଠନର ସୁରେଶ ନିକାଣ୍ଟି, ନିରଞ୍ଜନ ପ୍ରଧାନ, ଈଶାନ୍ତ ଭୋଇ, ରବିଶଙ୍କର ପ୍ରଧାନ, କାରଣ ସାହୁ, ଥବିର ସାହୁ, ସୁବଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?