ସଂଗ୍ରହାଳୟ ପାଇଁ ସମ୍ବଳ ନାହିଁ

ଅନୁଗୋଳ ଅଫିସ,୧୧ା୮

ପୁରାତନ ସଭ୍ୟତା, ଏହାର ସଂସ୍କୃତି, ଭାଷା, ଲିପି, ମୁଦ୍ରା ଆଦି ସମ୍ପର୍କରେ ଢେର ଜ୍ଞାନ ଦେଇଥାଏ ସଂଗ୍ରହାଳୟ। ନୂତନ ଶିକ୍ଷା, ଗବେଷଣା ଦିଗରେ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଖାସ୍‌ ଏହି କାରଣରୁ ପ୍ରତି ଜିଲାରେ ଗୋଟିଏ ଲେଖାଏ ସଂଗ୍ରହାଳୟ ଖୋଲିବା ପାଇଁ ୨୦୦୫ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିରେ ଅନୁଗୋଳ ଜିଲା ମଧ୍ୟ ସାମିଲ ଥିଲା। ଏଥିପାଇଁ ଜିଲାକୁ ୨୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ୨୦୦୯-୧୦ରେ ଉକ୍ତ ଅର୍ଥରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଭବନ ନିକଟରେ ଏକ ବିଲ୍‌ଡିଂ ନିର୍ମାଣ କରାଯାଇଥିଲା। ହେଲେ ୧୦ ବର୍ଷ ପରେ ବି ସେଠାରେ ସଂଗ୍ରହାଳୟଟିଏ ସ୍ଥାପନ କରାଯାଇପାରି ନାହିଁ। ଫଳରେ ଜିଲାର ମାଟିତଳୁ ମିଳିଥିବା ଓ ତାଳଚେର ରାଜବାଟିରେ ଥିବା ବହୁ ପୁରାତନ ତଥା ବିରଳ ସାମଗ୍ରୀ ଲୋକଲୋଚନକୁ ଆସିପାରୁନାହିଁ।
ଅବିଭକ୍ତ ଢେଙ୍କାନାଳରୁ ପୃଥକ୍‌ ହୋଇ ୧୯୯୩ରେ ଅନୁଗୋଳ ଏକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା। ୧୯୯୫-୯୬ ମସିହାରେ ତତ୍କାଳୀନ ଅନୁଗୋଳ ଜିଲାପାଳ ପି.କେ. ନାୟକ ତାଳଚେର ରାଜବାଟି ସଂଗ୍ରହାଳୟର ବହୁ ବିରଳ ସାମଗ୍ରୀକୁ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସେ ସମୟରେ ରାଜ ପରିବାର ସହିତ ଆଲୋଚନା କରାଯାଇ ଏକ ଜିଲା ସଂଗ୍ରହାଳୟ ସ୍ଥାପନ ନିମନ୍ତେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଅର୍ଥାଭାବ ଦର୍ଶାଇ ସେତେବେଳେ ରାଜ୍ୟ ସରକାର ଏହାକୁ ଗ୍ରହଣ କରି ନ ଥିଲେ। ହେଲେ ନିଜସ୍ବ ଉଦ୍ୟମରେ ବିଲ୍‌ଡିଂ ନିର୍ମାଣ କରି ମ୍ୟୁଜିୟମ୍‌ କରିବାକୁ ସରକାର ପରାମର୍ଶ ଦେଇଥିଲେ। ତେବେ ୨୦୦୫ରେ ସବୁ ଜିଲାରେ ସଂଗ୍ରହାଳୟ ଖୋଲାଯିବା ନିମନ୍ତେ ସରକାର ନିଷ୍ପତ୍ତି ନେବା ପରେ ଅନୁଗୋଳ ଜିଲାକୁ ଏଥିପାଇଁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ ଅର୍ଥରେ ଜିଲା ପ୍ରଶାସନ କୋଠା ନିର୍ମାଣ କରିବା ପରେ ସେଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଜିଲା ପାଠାଗାର ଖୋଲାଯାଇଛି। କିନ୍ତୁ ସଂଗ୍ରହାଳୟ ସ୍ଥାପନ ଦିଗରେ ଆବଶ୍ୟକ ଦୃଷ୍ଟି ଦିଆଯାଇ ନାହିଁ। ଏପରି କି ବିଭିନ୍ନ ସ୍ଥାନରୁ ଖୋଦେଇ ବେଳେ ମିଳିଥିବା ପୁରାତନ ସାମଗ୍ରୀମାନ କେଉଁଠି ଅଛି ସେ ନେଇ ଜାଣିବାକୁ ପ୍ରଶାସନ ଉଦ୍ୟମ କରୁନାହିଁ। କିଛି ବର୍ଷ ତଳେ ବଅଁରପାଳ ବ୍ଲକ ସାନକେରଜାଙ୍ଗ ଗଁାରୁ ପ୍ରାକ୍‌ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଥିଲା। ସେହିପରି ତଳମୂଳ ଓ ଜୁକୁବୁ ଗଁାରୁ ମିଳିଥିବା ପୁରୁଣା ତାମ୍ରଫଳକ ଓ ନବୋଦୟ ବିଦ୍ୟାଳୟ ନିର୍ମାଣ ବେଳେ ଚମ୍ପତ୍ତିମୁଣ୍ଡାଠାରୁ ଉଦ୍ଧାର ହୋଇଥିବା ପଥର ମୂର୍ତ୍ତି ମଧ୍ୟ ବେଶ୍‌ ପୁରାତନ ବୋଲି କୁହାଯାଉଥିଲା। ସେଥିରୁ କିଛି ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଥିବାବେଳେ ବଳକା କେଉଁଠି ଅଛି ତାହାର ଖୋଜଖବର ନାହିଁ। ଜୁକୁବୁ ଗଁାରୁ ମିଳିଥିବା ତାମ୍ରଫଳକରେ ଖୋଦେଇ ହୋଇଥିବା ଭାଷା ଜାଣିବା ପାଇଁ ଜଣେ ଶିକ୍ଷାବିତ୍‌ଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଉକ୍ତ ତାମ୍ରଫଳକ କେଉଁଆଡ଼େ ଗଲା ସେ ସମ୍ପର୍କରେ ସଂସ୍କୃତି ବିଭାଗ, ଅନୁଗୋଳ ପାଖରେ ଖବର ନାହିଁ। କେବଳ ମିଳିଥିବା ଏସବୁ ସାମଗ୍ରୀ ନୁହେଁ, ତାଳଚେର ରାଜବାଟିସ୍ଥିତ ରାଜାଙ୍କ ସଂଗ୍ରହାଳୟରେ ଏମିତି କିିଛି ବିରଳ କୀର୍ତ୍ତିରାଜି ରହିଛି ଯାହା ରାଜ୍ୟ ସଂଗ୍ରହାଳୟରେ ମଧ୍ୟ ଦେଖିବାକୁ ମିଳେ ନାହିଁ। କିନ୍ତୁ ସେଗୁଡ଼ିକ ପ୍ରଦର୍ଶନ ହୋଇପାରୁ ନାହିଁ।
ଜିଲା ସଂସ୍କୃତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାନବ ସମ୍ବଳ ଓ ଅର୍ଥ ଅଭାବରୁ ପୁରାତନ ସାମଗ୍ରୀ ସମ୍ପର୍କରେ ତଥ୍ୟ ସଂଗ୍ରହ ଲାଗି ଉଦ୍ୟମ ହେଉନାହିଁ। ସେସବୁ ଏବେ କାହା ପାଖରେ ରହିଛି, ସେ ନେଇ ବିଭାଗ ନିକଟରେ କୌଣସି ତଥ୍ୟ ମଧ୍ୟ ନାହିଁ। ଏ ବାବଦରେ ଖର୍ଚ୍ଚ କରିବାକୁ ସରକାର ଟଙ୍କାଟିଏ ଦେଉ ନ ଥିବାରୁ ଏହି କାର୍ଯ୍ୟରେ ବାଧା ଉପୁଜିଛି। ଏ ନେଇ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ସଂଗ୍ରହାଳୟ ସ୍ଥାପନ ଦିଗରେ ଥିବା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରାଯିବ। ସଂସ୍କୃତି ବିଭାଗ, ଅନୁଗୋଳ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜେଏସ୍‌ପିଏଲ୍‌ରେ ବିଶ୍ୱ ଗୁଣବତ୍ତା ଦିବସ: ନିରନ୍ତର ଉନ୍ନତି ପାଇଁ ଏକ ସୁଯୋଗ

ଅନୁଗୋଳ ଅଫିସ, ୧୫।୧୧-ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌) ପ୍ଲାଣ୍ଟ ପରିସରରେ ଗୁରୁବାର ବିଶ୍ୱ ଗୁଣବତ୍ତା ଦିବସ ପାଳିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଓଡ଼ିଶା...

ଅନୁଗୋଳ ଆସିଥିଲେ ନିଜାମୁଦ୍ଦିନ ଫେରନ୍ତା : ଚିହ୍ନଟ ପରେ କ୍ୱାରାଣ୍ଟାଇନରେ ୧୨ ଜଣ

ଅନୁଗୋଳ ଅଫିସ୍, ୨ା୪- ଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ଯୋଗ ଦେଇଥିବା ମୁସଲିମ ସମ୍ପ୍ରଦାୟର ପ୍ରାୟ ୩ ଜଣ ଧର୍ମଗୁରୁ ଅନୁଗୋଳ ଆସିଥିବା ଜଣାପଡିଛି । ସେମାନେ...

ଅନ୍ୟ ୨ ଯୁବକଙ୍କ ସମ୍ପର୍କରେ ରିପୋର୍ଟ ମାଗିଲେ ଏସ୍‌ପି

ଅନୁଗୋଳ ଅଫିସ୍‌, ୧।୨ – ଅନୁଗୋଳ ଥାନା ଲିଙ୍ଗରାଯୋଡ଼ିର ବାପି ଓରଫ୍‌ ସତ୍ୟଜିତ୍‌ ପ୍ରଧାନଙ୍କ ଠାରୁ ୩ ବନ୍ଧୁକ, ଗୋଟିଏ ଭଙ୍ଗା ମାଗାଜିନ୍‌ ଓ ୯...

ମିଳିବ ନିଃଶୁଳ୍କ ପ୍ରଶିକ୍ଷଣ

ଅନୁଗୋଳ ଅଫିସ, ୭।୧୨ ରାଜ୍ୟର ଶିକ୍ଷିତ ଯୁବତୀଯୁବକଙ୍କୁ ନିଃଶୁଳ୍କ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ। ଇଲେକ୍ଟ୍ରିସିଆନ, ରାଜମିସ୍ତ୍ରି ଏବଂ ୱେଲ୍ଡର ଟ୍ରେଡ୍‌ରେ ଉଚ୍ଚମାନର ପ୍ରଶିକ୍ଷଣ ଦିଆଯିବା...

ଖଣି କାର୍ଯ୍ୟ ରୋକିଲେ କ୍ଷତିଗ୍ରସ୍ତ

ଛେଣ୍ଡିପଦା,୨୧ା୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତର ରାଇଝରଣ, କାଉଁଶିିପ, ଗୋଳାଗାଡିଆ, ଧୋବାମଳିହା ଗ୍ରାମବାସୀ ନାଲ୍‌କୋ ପାଇଁ କୋଇଲା ଖନନ କରୁଥିବା ଘରୋଇ କମ୍ପାନୀରେ...

ଜନସାଧାରଣ ନୁହେଁ, ଶିଳ୍ପପତି ପାଇବେ ଲାଭ

ଅନୁଗୋଳ ଅଫିସ, ୬।୨ ଖୁବ୍‌ଶୀଘ୍ର ଦେଶରେ ସ୍କ୍ରାପେଜ୍‌ ନୀତି ଲାଗୁ ହେବ। ଏହାଦ୍ୱାରା ୧୫ ବର୍ଷର ବ୍ୟବସାୟିକ ଓ ୨୦ ବର୍ଷର ଘରୋଇ ଗାଡ଼ିକୁ ରାସ୍ତାରୁ...

ଉନ୍ନତି, ଉପକୃତଙ୍କ ସମ୍ପର୍କରେ ମାଗିଲେ ରିପୋର୍ଟ

ଅନୁଗୋଳ ଅଫିସ/କଣିହଁ।, ୧୧।୧ – ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ...

ସ୍ତ୍ରୀଙ୍କୁ ମାରି କୂଅରେ ପକାଇବା ଘଟଣା: ଅଭିଯୁକ୍ତ ସ୍ବାମୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୩୦।୭:୨୦୧୬ ମସିହା ନଳଚନ୍ଦ୍ରପୁର ଗାଁରେ ଘଟିଥିବା ନବବଧୂ ହତ୍ୟା ଘଟଣାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ହତ୍ୟାକାରୀ ସ୍ବାମୀକୁ ୫ ବର୍ଷ କାରାଦଣ୍ଡ...

Advertisement
Archives

Model This Week