ନିଜସ୍ବ ଗୃହ ନାହିଁ, ମନ୍ଦିର ପିଣ୍ଡାରେ ଅଙ୍ଗନୱାଡି କେନ୍ଦ୍ର

ଧରାକୋଟ,୪।୯(ଡି.ଏନ୍‌.ଏ.): କୋମଳମତି ଶିଶୁମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି। ତିନିରୁ ପାଞ୍ଚ ବର୍ଷ ବୟସର ପିଲାମାନଙ୍କର ଏହା ହେଉଛି ପ୍ରାକ ଶୈଖିକ କେନ୍ଦ୍ର । ଏଣୁ ଅଭିଭାବକମାନେ ବହୁ ଆଶା ଓ ଭରସା କରି କେନ୍ଦ୍ରକୁ ନିଜ ପିଲାଙ୍କୁ ପଠାନ୍ତି । ହେଲେ ନିଜସ୍ବ ଗୃହ ବଦଳରେ ମନ୍ଦିର ପିଣ୍ଢାରେ ବସି ପିଲା ପାଠ ପଢୁଛନ୍ତି। ଗଛ ତଳେ ଅବା ମନ୍ଦିର ରୋଷଶାଳା ବାରଣ୍ଡାରେ ଖାଦ୍ୟ ଖାଉଛନ୍ତି । ପିଲାଙ୍କ ଖାଇବା ଉପରେ ସତର୍କ ଦୃଷ୍ଟି ପକାଉଛନ୍ତି କୁଆ,ମାଙ୍କଡ ଓ କୁକୁର । ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖୁଛନ୍ତି କର୍ମୀ ଓ ଦୁଇଜଣ ସହାୟିକା। ଏହା ଦେଖିବାକୁ ମିଳିଛି ଧରାକୋଟ ବ୍ଲକ ଜଗମୋହନ ୨ ଓ ୩ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ। ଦୁଇଟି କେନ୍ଦ୍ରରେ ପ୍ରାୟ ୪୦ ଜଣ ପିଲା ପଢୁଛନ୍ତି। ଘର ନାହିଁ, ବିଦ୍ୟୁତ୍‌ ନାହିଁ, ପାଣି ନାହିଁ, କଳାପଟା ନାହିଁ, ଖାଦ୍ୟ ଖାଇବା ପାଇଁ ଜାଗା ନାହିଁ। ପ୍ରକାଶ ଯେ, ୨୦୧୯-୨୦୨୦ରେ ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ସରକାର ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଣ୍ଠିରୁ ୮ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରିଥିଲେ। କାମ ଆରମ୍ଭ ହୋଇଥିଲା। ଛାତ ନ ପକାଇ ଅଧପନ୍ତରିଆ ଭାବେ ଏହାକୁ ଛାଡ଼ି ଦିଆଗଲା । କାର୍ଯ୍ୟନିର୍ବାହୀ ସଂସ୍ଥା ବ୍ଲକ ପ୍ରଶାସନ ତରଫରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ବାଇଁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯେ, ସଂପୃକ୍ତ ଯନ୍ତ୍ରୀଙ୍କ ବଦଳି ହୋଇଯାଇଛି, ନୂତନ ଯନ୍ତ୍ରୀ ଦାୟିତ୍ୱ ନେବା ପରେ କାମ ଆରମ୍ଭ ହେବ। ପିଲାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ପ୍ରଶାସନକୁ ଦୁଇବର୍ଷ ଲାଗିଲାଣି। ତଥାପି କାମ ସରିନାହିଁ। ବର୍ତ୍ତମାନ ଏହା ଛେଳି ଗୁହାଳ ପାଲଟିଲାଣି। ସଂପ୍ରତି ନିର୍ବାଚିତ ସରପଞ୍ଚ ଲିନା କୁମାରୀ ମହାରଣା କହିଛନ୍ତି ଅର୍ଦ୍ଧ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର ସମ୍ପୂର୍ଣ୍ଣ କରାଯିବା ସହ ପ୍ରସ୍ତାବିତ ନୂତନ କେନ୍ଦ୍ରର ଗୃହ ନିର୍ମାଣ ଓ ସରକାରଙ୍କ ଅନ୍ୟାନ୍ୟ ବିଭାଗର ପ୍ରସ୍ତାବିତ କାର୍ଯ୍ୟାଳୟ ସଦର ମହକୁମାରେ ତ୍ୱରିତ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ସେହିପରି ୨ ନମ୍ବର କେନ୍ଦ୍ରର କର୍ମୀ ଗତ ୨୫ା୧୨ା୨୦୨୧ରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାହା ପରଠାରୁ ଏହା ଖାଲି ପଡ଼ିଛି। କର୍ମୀ ନିଯୁକ୍ତି ପାଇଁ ସାକ୍ଷାତକାର ସରିଛି ହେଲେ ନିଯୁକ୍ତି ଦିଆଯାଉନାହିଁ । ଏଣୁ ଦୁଇ ଓ ତିନି ନମ୍ବର କେନ୍ଦ୍ରର ଠିକଣା ବଳା ମଣି ଠାକୁରାଣୀ ମନ୍ଦିର ପିଣ୍ଡା। କର୍ମୀଙ୍କ ସହ ଦୁଇଜଣ ସହାୟିକା ପିଲାଙ୍କ ତଦାରଖ କରୁଛନ୍ତି । କର୍ମୀଙ୍କ ଘରେ ରୋଷେଇ ହୋଇ ପିଲାଙ୍କ ନିମନ୍ତେ ଖାଦ୍ୟ ଆସୁଛି । ବର୍ଷା, ଶୀତ ଦିନରେ ପିଲାଙ୍କ କଥା ନ କହିବା ଭଲ। ଘଟଣା ସମ୍ପର୍କରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କହିଛନ୍ତି ସେ ଏ ନେଇ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri