ସମ୍ପତ୍ତିରୁ ମିଳୁନି ଉତ୍ତରାଧିକାରୀ ସୁଯୋଗ

ଅନୁଗୋଳ ଅଫିସ, ୧।୧୧: ପୈତୃକ ସମ୍ପତ୍ତି ସତ୍ତ୍ୱେ ପୁତ୍ରକୁ ମିଳୁନି ଉତ୍ତରାଧିକାରୀ ପ୍ରମାଣପତ୍ର। ଏପରି କି ଦଖଲରେ ଥିଲେ ମଧ୍ୟ ଜାତି, ଆୟ ଓ ବାସିନ୍ଦା ପ୍ରମାଣପତ୍ର ପାଇବା ସୁଯୋଗରୁ ବଞ୍ଚିତ ହେବାକୁ ପଡ଼ୁଛି। ଜମି ଖରିଦ କିମ୍ବା ବିକ୍ରି ହୋଇପାରୁ ନାହିଁ। ଦୀର୍ଘ ୪୦ ବର୍ଷ ତଳେ ପରୀକ୍ଷାମୂଳକ ଭାବେ ଲାଗୁ ହୋଇଥିବା ଚକବନ୍ଦୀ ଯୋଗୁ ଏପରି ସମସ୍ୟା ଭୋଗୁଛନ୍ତି ଅନୁଗୋଳ ଉପଖଣ୍ଡର ୯୨ଟି ରାଜସ୍ବ ଗ୍ରାମବାସୀ। ଚକବନ୍ଦୀ ଉଚ୍ଛେଦ ପାଇଁ ବାରମ୍ବାର ପ୍ରଶାସନ, ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ ବି ସେ ଦିଗରେ ପଦକ୍ଷେପ ଶୂନ।
୧୯୨୭ରେ ପ୍ରଥମ କରି ବନ୍ଦୋବସ୍ତ(ସେଟେଲମେଣ୍ଟ) ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୧୯୬୩-୬୪ରେ ଏହାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଗଲା। ୧୯୭୨-୭୩ରେ ପୁନର୍ବାର ବନ୍ଦୋବସ୍ତ ଆରମ୍ଭ ହୋଇ ୧୯୮୧-୮୨ରୁ ଲାଗୁହେଲା। ସେହି ସମୟରେ ଅବିଭକ୍ତ ଢେଙ୍କାନାଳ ଜିଲାରେ ଥିବା ଅନୁଗୋଳ ଉପଖଣ୍ଡର ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦାର ୯୨ଟି ରାଜସ୍ବ ଗ୍ରାମର ଜମିକୁ ପରୀକ୍ଷାମୂଳକ ଭାବେ ଚକବନ୍ଦୀ ଉଦ୍ଦେଶ୍ୟରେ ବନ୍ଦୋବସ୍ତ କରାଯାଇଥିଲା। ଛୋଟ ଜମିର ମୂଲ୍ୟାଙ୍କନ କରାଯାଇ ସେଠାରେ ଥିବା ଅନ୍ୟ ଲୋକଙ୍କ ବଡ଼ ଜମିରେ ମିଶାଇ ଚକ କଟାଗଲା। ଚକ ଅନୁଯାୟୀ ପଟ୍ଟା ମଧ୍ୟ ପ୍ରଦାନ କରାଗଲା। ସରକାରୀ ନିୟମ ରହିଲା, ଯଦି କୌଣସି ଲୋକ ଜମି ବିକ୍ରି କରିବାକୁ ଚାହିଁବେ, ତେବେ ଚକକୁ ଲାଗିକରି ଥିବା ମାଲିକଙ୍କୁ ବିକ୍ରି କରିବେ, ତାହା ପୁଣି ଅନୁମତି ମିଳିବା ପରେ। ଆଉ ଚକବନ୍ଦୀ ଜମି ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ବଲପୁରରେ ଥିବା ଉତ୍ତରାଞ୍ଚଳ ରାଜସ୍ବ କମିଶନର ହିଁ ନେଇପାରିବେ। ସରକାରଙ୍କ ଏପରି ବ୍ୟବସ୍ଥା ଯୋଗୁ ଦୀର୍ଘ ୪୦ ବର୍ଷ ହେଲା ସମ୍ପୃକ୍ତ ୯୨ ଗ୍ରାମବାସୀ ଜମି ଉପରେ ସରକାରୀ ଭାବେ ନିଜ ଅଧିକାର ସାବ୍ୟସ୍ତ କରିପାରିପାରୁ ନାହାନ୍ତି। ବିଶେଷକରି ଦଖଲ ଦିଆଯାଇ ନ ଥିବାରୁ ସେମାନେ ପୂର୍ବ ସାବକ ମୁତାବକ ମାଲିକାନା ସାବ୍ୟସ୍ତ କରୁଥିଲେ ମଧ୍ୟ ସରକାରୀ ଭାବେ ଉତ୍ତାଧିକାରୀ ପ୍ରମାଣପତ୍ର, ଜାତି, ଆୟ ଓ ବାସିନ୍ଦା ପ୍ରମାଣପତ୍ର ପାଇପାରୁ ନାହାନ୍ତି। ଜରୁରୀ ଆବଶ୍ୟକତା ବେଳେ ଜମି ବିକ୍ରି ହୋଇପାରୁ ନାହିଁ। ଏପରି କି ରାଜପଥ, ରେଳପଥ, ଖଣି, କାରଖାନା ପାଇଁ ପ୍ରକୃତ ଜମି ହରା କ୍ଷତିପୂରଣ ପାଇପାରୁ ନାହାନ୍ତି। ତେଣୁ ଚକବନ୍ଦୀ ଉଚ୍ଛେଦ କରାଯାଇ ପୂର୍ବ ଦଖଲ ବା ସାବକ ଅନୁଯାୟୀ ଜମି ପ୍ରଦାନ କରିବାକୁ ଚାଷୀ ସୁରକ୍ଷା କମିଟି ପକ୍ଷରୁ ବାରମ୍ବାର ଦାବି କରାଯାଇ ଆସୁଛି।

ସାବକ ଅନୁଯାୟୀ ପଟ୍ଟା ମିଳୁ
ଗ୍ରାମବାସୀଙ୍କ ନିକଟରେ ଜମିର ରେକର୍ଡ, ନକ୍ସା ରହିଛି। କିନ୍ତୁ ଦଖଲ ପ୍ରଦାନ କରାଯାଉନାହିଁ। ଏହା ହିଁ ବର୍ଷ ବର୍ଷ ଧରି ଜମି ମାଲିକମାନଙ୍କ ଅଡ଼ୁଆ ବଢ଼ାଇବାରେ ଲାଗିଛି। ପୁରୁଣା ଦଖଲ ଅନୁଯାୟୀ ଜମି ପଟ୍ଟା ପ୍ରଦାନ କରାଗଲେ ସମସ୍ୟାର ସମାଧାନ ହୋଇପାରିବ।
-ଭାସ୍କର ଦେହୁରୀ, ସଭାପତି, ଚକବନ୍ଦୀ ଉଚ୍ଛେଦ କମିଟି

ଜମି ବିକ୍ରି କରିପାରୁ ନାହୁଁ
ଉତ୍ତରାଧିକାରୀ ସୂତ୍ରରୁ ଜମି ଦଖଲରେ ଥିଲେ ମଧ୍ୟ ଚକବନ୍ଦୀ ଯୋଗୁ ପଟ୍ଟା ଅନ୍ୟଜଣଙ୍କ ନାମରେ ରହିଛି। ତେଣୁ ଆବଶ୍ୟକ ସମୟରେ ବିକ୍ରି କରିପାରୁ ନାହଁୁ। ଋଣ ପାଇଁ ବ୍ୟାଙ୍କକୁ ଗଲେ ନିଜ ଜମିର ପଟ୍ଟା ଦେଖାଇପାରୁ ନାହଁୁ। ଯଥାଶୀଘ୍ର ଚକବନ୍ଦୀ ଉଚ୍ଛେଦ କରାଯାଉ।
-ଗଣେଶ୍ୱର ସାହୁ, ଜମି ମାଲିକ

ଆମ ଜମି ଫେରାଇ ଦିଅ
ଚକବନ୍ଦୀ ଉଚ୍ଛେଦ କରି ଆମ ଜମି ଆମକୁ ଫେରାଇ ଦିଅ। ସରକାରଙ୍କ ନିକଟକୁ ବାରମ୍ବାର ଦୌଡ଼ି ନୟାନ୍ତ ହେଲୁଣି। ରାସ୍ତା, ଖଣି, ଶିଳ୍ପ ପାଇଁ ଜମି ଯାଉଥିଲେ ମଧ୍ୟ ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଛୁ। ଲାଭ ଅନ୍ୟ ଜଣଙ୍କ ପାଖକୁ ଯାଉଛି। ତୁରନ୍ତ ସମାଧାନ କରାଯାଉ।
-କିଶୋର ଚନ୍ଦ୍ର ପ୍ରଧାନ, ଜମି ମାଲିକ

ସରକାରଙ୍କୁ ଅବଗତ କରାଯିବ
ସମସ୍ୟା ଦୀର୍ଘଦିନର। ଏହା ପଲିସି ଲେବୁଲ ନିଷ୍ପତ୍ତି ରହିଛି। ରାଜ୍ୟ ସରକାରଙ୍କୁ ମିଳିଥିବା ଦାବିପତ୍ର ପ୍ରଦାନ କରାଯିବ। ବାସ୍ତବରେ ଯାହା ସମସ୍ୟା ରହିଛି, ତାହା ମଧ୍ୟ ହାଇଲାଇଟ୍‌ କରାଯାଇ ସରକାରଙ୍କୁ ଅବଗତ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri