୮ ମଧ୍ୟରୁ ୭ ନିର୍ଦ୍ୱନ୍ଦ୍ୱ

ଅନୁଗୋଳ ଅଫିସ, ୨୪।୩: ଅନୁଗୋଳ ଜିଲାରେ ବୁଧବାର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି। ମୋଟ ୮ ବ୍ଲକ ମଧ୍ୟରୁ କେବଳ କଣିହଁାକୁ ବାଦ୍‌ ଦେଲେ ଅନ୍ୟ ୭ ବ୍ଲକ ଉପାଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସମସ୍ତ ବ୍ଲକରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହୋଇଥିବା ସୂଚନା ମିଳିଛି। ଅନୁଗୋଳ ବ୍ଲକ ଉପାଧ୍ୟକ୍ଷ ଭାବେ ଟାଇଁସି ପଞ୍ଚାୟତ ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବଅଁରପାଳ ବ୍ଲକ ଉପାଧ୍ୟକ୍ଷା ଭାବେ ତୁବେ ପଞ୍ଚାୟତ ସମିତି ସଭ୍ୟା ବନିତା ସାହୁ, ପାଲଲହଡ଼ା ବ୍ଲକରେ ପରାଛାଟ ପଞ୍ଚାୟତ ସମିତି ସଭ୍ୟ ମେଘନାଦ କିଷାନ, ଛେଣ୍ଡିପଦା ବ୍ଲକରେ ନିଶା ପଞ୍ଚାୟତ ସମିତିସଭ୍ୟା ଝରଣା ସ୍ବାଇଁ, ଆଠମଲ୍ଲିକ ବ୍ଲକରେ କୁଦଗାଁ ପଞ୍ଚାୟତ ସମିତିସଭ୍ୟା ମମତା ମହାକୁଡ, କିଶୋରନଗର ବ୍ଲକରେ ବାମୁର ପଞ୍ଚାୟତ ସମିତିସଭ୍ୟ ଲବ କୁମାର ପ୍ରଧାନ, ତାଳଚେରରେ କଳମଛୁଇଁ ପଞ୍ଚାୟତ ସମିତି ସଭ୍ୟା ଅଞ୍ଚଳ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ତେବେ କଣିହଁା ବ୍ଲକରେ ଦୁଇ ପ୍ରାର୍ଥୀ ଥିବାରୁ ଭୋଟଗ୍ରହଣ ହୋଇଥିଲା। ହନୁମାନପୁର ପଞ୍ଚାୟତ ସମିତି ସଭ୍ୟା ନମିତା ସାହୁଙ୍କୁ ୮ଟି ଭୋଟ ମିଳିଥିବା ବେଳେ କଣିହଁା ପଞ୍ଚାୟତ ସମିତି ସଭ୍ୟା ଜୟନ୍ତୀ ପ୍ରଧାନ ୧୯ ଖଣ୍ଡ ଭୋଟ ପାଇ ଉପାଧ୍ୟକ୍ଷା ଭାବେ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅନୁମତିରେ ବିଦ୍ୟୁତ୍‌ ସଂଯୋଗକୁ ବିରୋଧ: ଏନଜେନ ଜେଇ, ଲାଇନ ମ୍ୟାନ ଅଟକ

ବନ୍ତଳା, ୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ବଡକେରା ବିଦ୍ୟୁତ୍‌ ସବଷ୍ଟେଶନ ଅଧୀନରେ ଥିବା ତୁମୁଣି ଭାଲିଆ ପାଳ ଗ୍ରାମରେ ଗ୍ରାମବାସୀଙ୍କ ଅଗୋଚରରେ ଏକ ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ...

ଝିଅର ଏକୋଇଶିଆ ଦିନ ମା’ଙ୍କ ମୃତ୍ୟୁ

ଅନୁଗୋଳ ଅଫିସ, ୯।୬ – ଝିଅର ଏକୋଇଶିଆ ପାଳନ ପୂର୍ବରୁ ମା’ଙ୍କ ଜୀବନ ଯିବା ଘଟଣା ଶୁକ୍ରବାର ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ...

ଏନ୍‌ଟିଏସ୍‌ଇ ସ୍କଲାରଶିପ୍‌ ପରୀକ୍ଷା:ସାନଭି ସନ୍ଦିପିକା କୃତକାର୍ଯ୍ୟ

ତାଳଚେର, ୭|୯(ନି.ପ୍ର.)ଏନ୍‌ଟିପିସି ଦ୍ୱାରା ପରିଚାଳିତ କଣିହାଁ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ମେଧାବୀ ଛାତ୍ରୀ ସାନଭି ସନ୍ଦିପିକା ପ୍ରଧାନ ସର୍ବଭାରତୀୟ ସ୍କଲାରଶିପ୍‌ ପରୀକ୍ଷା ଏନଟିଏସ୍‌ଇରେ କୃତକାର୍ଯ୍ୟ...

୧୭ରୁ ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା: ୭ ଦିନ ଧରି ଚାଲିବ, ପଡ଼ିବ ୨୪୦ ଷ୍ଟଲ

ଅନୁଗୋଳ ଅଫିସ, ୧୩।୯-ଆସନ୍ତା ୧୭ ତାରିଖ ବିଶ୍ୱକର୍ମା ପୂଜା ଅବସରରେ ଅନୁଗୋଳ ଜିଲାର ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବ। ୨୩ ତାରିଖ...

ଏମ୍‌ସିଏଲ୍‌ ହିଙ୍ଗୁଳା କୋଇଲା ଖଣି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ଜୀବନ ଗଲା

ତାଳଚେର,୫।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଏମ୍‌ସିଏଲ୍‌ରେ ଥିବା ହିଙ୍ଗୁଳା କୋଇଲା ଖଣିରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଆଲୋକମାଳାରେ ସଜ୍ଜିତ ହେବ ସହର

ଅନୁଗୋଳ ଅଫିସ, ୧୪ା୩: ଜିଲାସ୍ତରୀୟ ଓଡ଼ିଶା ଦିବସ ଓ ଅନୁଗୋଳ ଜିଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଜିଲା କାର୍ଯ୍ୟାଳୟ...

ଝିଅ ବିବାହ ପୂର୍ବରୁ ବାପାଙ୍କ ଆତ୍ମହତ୍ୟା

ବଇଣ୍ଡା,୪ା୫(ଡି.ଏନ.ଏ.): ମଙ୍ଗଳବାର ରାତିରେ ହୋଇଥାନ୍ତା ଝିଅ ବାହାଘର। ଏଥିପାଇଁ ଘରେ ସରିଥିଲା ସମସ୍ତ ପ୍ରସ୍ତୁତି। ହେଲେ ବଧୂ ବେଶରେ ଝିଅକୁ ଶାଶୁଘରକୁ ବିଦା କରିବା ପୂର୍ବରୁ...

ନିୟମ ମାନୁନାହାନ୍ତି ବହିରାଗତ

ଅନୁଗୋଳ ଅଫିସ, ୨୩।୫- ମହାମାରୀ କରୋନା ରୋକିବାକୁ ଅନୁଗୋଳ ଜିଲା ପ୍ରଶାସନ ଉଦ୍ୟମ ଜାରି ରଖିଥିବା ବେଳେ ଅନେକ ବହିରାଗତ ନିୟମ ପାଳନ କରୁ ନ...

Advertisement
Archives

Model This Week