Posted inଜାତୀୟ

ଲୁଡ଼ୁ ନିଶାରେ ରେଣୁ ସର୍ବସ୍ବାନ୍ତ

ଲକ୍ଷ୍ନୌ,୭ା୧୨: ଜୁଆ ଖେଳିଲେ ସର୍ବସ୍ବାନ୍ତ ହେବା ଥୟ ବୋଲି ମହାଭାରତ ଆମକୁ ଶିଖାଇଛି। ଏଭଳି ଅନେକ ଦୃଷ୍ଟାନ୍ତ ଥାଇ ମଧ୍ୟ ସଚେତନ ନ ହେବାର ମାନେ ହେଉଛି, ବିପତ୍ତିକୁ ଡାକିବା। ଉତ୍ତରପ୍ରଦେଶର ରେଣୁଙ୍କ ପାଖକୁ ଜୟପୁରରେ ଥିବା ତାଙ୍କ ସ୍ବାମୀ ଟଙ୍କା ପଠାଉଥିଲେ। ସେହି ଅର୍ଥକୁ ସେ ଲୁଡ଼ୁ ଖେଳରେ ହରାଇ ଦେବାପରେ ଶେଷରେ ଭଡ଼ା ଘର ମାଲିକଙ୍କ ନିକଟରେ ନିଜକୁ ବାଜି ଲଗାଇଲେ। ଅନ୍ତିମ ଖେଳରେ ପରାଜୟ ରେଣୁଙ୍କୁ ବାଧ୍ୟକଲା ଘର ମାଲିକଙ୍କ ସହ ରହିବାକୁ। ଏହି ଘଟଣାକୁ ନେଇ ସମ୍ପ୍ରତି ୟୁପିରେ ଅନେକ ଚର୍ଚ୍ଚା।
ଉତ୍ତରପ୍ରଦେଶର ଦେଓରିଆ ଜିଲା ଦେବକାଲି ଅଞ୍ଚଳରୁ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜୁଆଖେଳରେ ଆସକ୍ତ ରେଣୁଙ୍କ ସ୍ବାମୀ ରାଜସ୍ଥାନର ଜୟପୁରରେ କାମ କରନ୍ତି। ସ୍ବାମୀ ଦୁଇ ପିଲାଙ୍କ ଲାଳନପାଳନ ଏବଂ ଘର ଚଳାଇବା ପାଇଁ ତାଙ୍କ ନିକଟକୁ ନିୟମିତ ଭାବେ ଟଙ୍କା ପଠାନ୍ତି। କିନ୍ତୁ ଏପଟେ ରେଣୁ ସେହି ଅର୍ଥରାଶିକୁ ଘର ମାଲିକଙ୍କ ସହ ଲୁଡ଼ୁ ଖେଳରେ ହରାଇ ଚାଲିଥାନ୍ତି। ଦିନେ ଏମିତି ଖେଳ ଚାଲୁ ଚାଲୁ ଲୋଭୀ ମହିଳା ସବୁ ସମ୍ବଳ ହରାଇ ବସିଲେ। ଅବସ୍ଥା ଏମିତି ହେଲା ଯେ, ତାଙ୍କ ପାଖରେ ଆଉ ଟଙ୍କାଏ ବି ରହିଲାନି। ସେତିକିରେ ସେ ମନକୁ ବୁଝାଇ ଘରକୁ ଫେରିଯାଇଥିଲେ କିଛି ଅସ୍ବାଭାବିକ ପରିସ୍ଥିତି ଘଟି ନ ଥାନ୍ତା। ହେଲେ କିନ୍ତୁ ହରାଇଥିବା ଟଙ୍କା ଫେରିପାଇବା ଆଶାରେ ରେଣୁ ଘର ମାଲିକଙ୍କଠାରେ ଶେଷ ସର୍ତ୍ତ ଲଗାଇଥିଲେ। ମୁଁ ଜିତିଲେ ସବୁ ଟଙ୍କା ଫେରାଇ ନେବି। ତୁମେ ଜିତିଲେ ସବୁଦିନ ପାଇଁ ମୁଁ ତୁମର। ବାଜି ହାରିବା ପରେ ରେଣୁଙ୍କୁ ପର ପୁରୁଷ ସହ ରହିବାକୁ ପଡ଼ିଥିଲା। ଅନୁତପ୍ତ ରେଣୁ ଦିନେ ନିଜ ସ୍ବାମୀଙ୍କୁ ଫୋନ୍‌ କରି ପୂରା ଘଟଣା ବଖାଣିଥିଲେ। ଏ ସବୁ ଶୁଣିବା ପରେ ସ୍ବାମୀ ଗାଁକୁ ଫେରି ପ୍ରତାପଗଡ଼ ଥାନାରେ ଘର ମାଲିକଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତେବେ ଲୁଡୁକୁ ନେଇ ୟୁପିର ଏ ଘଟଣା ପ୍ରଥମ ନୁହେଁ। ୨୦୨୦ରେ ଭୋପାଳର ୨୪ ବର୍ଷୀୟା ମହିଳା ଫ୍ୟାମିଲି କୋର୍ଟରେ ତାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ କରିିଥିଲେ। ତାଙ୍କ ବାପା ଲୁଡୁ ଖେଳରେ ବାରମ୍ବାର ଝିଅଙ୍କୁ ହରାଇବା କାରଣରୁ ସେ ରାଗିଯାଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri