ଶାନ୍ତି ପାଇଁ କେହି ନାହିଁ

ଇସ୍ରାଏଲ-ହମାସ ଯୁଦ୍ଧ ୨୧ ଦିନ ଅତିକ୍ରାନ୍ତ ହେବା ପରେ ସେହି ଅଞ୍ଚଳରେ ଯୁଦ୍ଧବିରତି (ସିଜ୍‌ଫାୟାର) ସହ ଗାଜାରେ ମାନବୀୟ ସହାୟତା ପହଞ୍ଚାଇବା ଲାଗି ଜୋର୍ଡାନ ପକ୍ଷରୁ ୨୮ ଅକ୍ଟୋବରରେ ଜାତିସଂଘରେ ଅଣାଯାଇଥିବା ପ୍ରସ୍ତାବ ଗୃହୀତ ହୋଇଯାଇଛି। ଉକ୍ତ ପ୍ରସ୍ତାବକୁ ଚାଇନା, ଫ୍ରାନ୍ସ, ସାଉଦି ଆରବିୟା, ସିରିଆ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଭଳି ୧୨୦ ଦେଶ ସମର୍ଥନ କରିଛନ୍ତି। ଇସ୍ରାଏଲ, ଆମେରିକା, ଅଷ୍ଟ୍ରିଆ, କ୍ରୋଏସିଆ ଆଦି ୧୪ ରାଷ୍ଟ୍ର ପ୍ରସ୍ତାବ ବିପକ୍ଷରେ ମତ ଦେଇଥିବା ବେଳେ ଭାରତ ସମେତ ବ୍ରିଟେନ, ଜର୍ମାନୀ, କାନାଡ଼ା, ଜାପାନ, ୟୁକ୍ରେନ୍‌ ଓ ଦକ୍ଷିଣ କୋରିଆ ଆଦି ୪୫ ରାଷ୍ଟ୍ର ଭୋଟଦାନରୁ ବିରତ ରହିଛନ୍ତି। ଶାନ୍ତି ପ୍ରତିଷ୍ଠା ଲାଗି ଅଣାଯାଇଥିବା ପ୍ରସ୍ତାବକୁ ଭାରତ ଭଳି ଦେଶ ସମର୍ଥନ ନ କରି ମତଦାନରୁ ବିରତ ରହିବା ଏବେ ଦେଶ ଭିତରୁ ଓ ବାହାରୁ ସମାଲୋଚନା କରାଯାଉଛି। ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଦେଶରେ ସମ୍ଭବତଃ ପ୍ରଥମ ଥର ପାଇଁ ଏକ ଶାନ୍ତି ପ୍ରସ୍ତାବ ବିପକ୍ଷରେ ଆଜିର ସରକାର ଛିଡ଼ା ହେବା ଭଳି ସ୍ଥିତି ସୃଷ୍ଟି କରିଛନ୍ତି। ସରକାରଙ୍କ ପକ୍ଷରୁ ଆଳ ଦେଖାଯାଉଛି ଯେ, ହମାସ ଆତଙ୍କବାଦୀ ଆକ୍ରମଣ ବିଷୟରେ ଉକ୍ତ ପ୍ରସ୍ତାବରେ ଉଲ୍ଲେଖ ନ ଥିବାରୁ ଭାରତ ଏପରି ନିଷ୍ପତ୍ତି ନେଇଛି। କାରଣ ଆତଙ୍କବାଦୀଙ୍କୁ ପ୍ରତିହତ କରିବା ଭାରତର ପ୍ରମୁଖ ଅଗ୍ରାଧିକାର ରହିଆସିଛି।
ଜାତିସଂଘର ଉକ୍ତ ପ୍ରସ୍ତାବରୁ ଭାରତ ବିରତ ରହିବାର ଗୋଟିଏ ଦିନ ପରେ କେରଳର କାଲାମାସେରୀସ୍ଥିତ ଏକ କନ୍‌ଭେନ୍‌ଶନ୍‌ ସେଣ୍ଟରରେ ବିସ୍ଫୋରଣ ଘଟି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ହୋଇଛନ୍ତି। ଏଥିରେ ଇସ୍‌ଲାମୀୟ ଉଗ୍ରପନ୍ଥୀଙ୍କ ହାତ ଥିବାର ସମ୍ଭାବନା କମ୍‌ ଥିବାବେଳେ ସେହି ରାଜ୍ୟର ଧର୍ମନିରପେକ୍ଷତା ଭଙ୍ଗ କରିବା ପାଇଁ ଇଚ୍ଛୁକ ଶକ୍ତିମାନେ ଏଭଳି କରାଇଥାଇପାରନ୍ତି ବୋଲି ସ୍ଥାନୀୟ ଖବରଦାତାମାନଙ୍କଠାରୁ ବୁଝାପଡୁଛି। ଏବେ ସମଗ୍ର ପୃଥିବୀକୁ ଦେଖିଲେ କେବଳ ୟୁରୋପ ନୁହେଁ, ମଧ୍ୟପ୍ରାଚ୍ୟ ସମେତ ଆହୁରି ଅନେକ ଜାଗାରେ ଧର୍ମକୁ ନେଇ ଯୁଦ୍ଧ ଆରମ୍ଭ ହୋଇଗଲାଣି। ଆଉ ଅନେକ ଜାଗାରେ ସେହି ଧର୍ମକୁ ଭିତ୍ତିକରି ଅତ୍ୟାଚାର ଓ ଅନ୍ୟାୟ ବୃଦ୍ଧି ପାଉଛି, ଯାହାକି ଯୁଦ୍ଧ ଭଳି ସ୍ଥିତିକୁ ସୃଷ୍ଟି କରିପାରେ। ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଗତ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିରହିଥିବା ହିଂସା ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ସେଥିପାଇଁ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଆଜି ବିଶ୍ୱରେ ଶାନ୍ତି ପାଇଁ ଡାକରା ଦେବାକୁ କୌଣସି ଦେଶ ପ୍ରସ୍ତୁତ ନାହିଁ। ଯଦି ଜାତିସଂଘର ପ୍ରସ୍ତାବକୁ ଦେଖାଯାଏ ତେବେ ୩ଟି ଗୋଷ୍ଠୀ ହେଲେଣି। ସବୁଠାରୁ ବଡ଼ ଗୋଷ୍ଠୀ ୧୨୦ଟି ଦେଶ କହୁଛନ୍ତି ଯୁଦ୍ଧବିରତି ହେଉ ବା ଗୁଳିଫୁଟିବା ବନ୍ଦ ହେଉ। ଏହି ଗୋଷ୍ଠୀର ନେତୃତ୍ୱ ନେଉଛି ଜୋର୍ଡାନ, ଯାହା ସହିତ ଅନ୍ୟ ସବୁ ଇସ୍‌ଲାମୀୟ ଦେଶ ମିଶିଛନ୍ତି। ଏମାନେ ଶାନ୍ତି ଦାବି କରୁନାହାନ୍ତି, ବରଂ ହମାସ ଏବେ ମାଡ଼ ଖାଇଯାଉଛି ବୋଲି ତାହାକୁ ହୃଷ୍ଟପୁଷ୍ଟ କରିବା ପାଇଁ ଯେତିକି ସମୟ ଦରକାର ସେହି ସମୟ ପର୍ଯ୍ୟନ୍ତ ଯୁଦ୍ଧବିରତି ରହୁ। ଦ୍ୱିତୀୟ ଗୋଷ୍ଠୀ ରହିଲା ୧୪ଟି ଦେଶର, ଯେଉଁମାନେ ଇସ୍ରାଏଲ୍‌କୁ ସମର୍ଥନ କରୁଛନ୍ତି। ଏହାର ନେତୃତ୍ୱ ନେଉଛି ଆମେରିକା, ଯାହାର ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟ ଭବିଷ୍ୟତରେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଆମେରିକାର ସ୍ବାର୍ଥନିହିତ ହୁଏ ଯେତେବେଳେ ବିଭିନ୍ନ ସ୍ତରରେ ଯୁଦ୍ଧ ଲାଗେ ଓ ତାହା ଦ୍ୱାରା ନିର୍ମିତ ଗୋଳାବାରୁଦ, ଯୁଦ୍ଧ ଜାହାଜ ଓ ଲଢ଼ୁଆ ପାଣିଜାହାଜର ଚାହିଦା ବୃଦ୍ଧିପାଏ। ଏହା ବ୍ୟତୀତ ଆମେରିକାର ଏକ ଟାଣୁଆ ‘ଲବି’ ଇହୁଦୀମାନଙ୍କ ଦ୍ୱାରା ପରିଚାଳିତ। ଆମେରିକୀୟ ଇହୁଦୀମାନେ ଇସ୍ରାଏଲ୍‌କୁ ସମର୍ଥନ କରିଆସିଛନ୍ତି। ଆମେରିକାର ଅଧିକାଂଶ ବ୍ୟାଙ୍କ, ଅନେକ ଗୋଳାବାରୁଦ ଶିଳ୍ପ ଏବଂ ପ୍ରମୁଖ ଗଣମାଧ୍ୟମର ମାଲିକ ଇହୁଦୀ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ। ଛୋଟିଆ ବେଙ୍ଗଟିଏ ହୋଇ ରୁଷିଆ ପରି ବିରାଟ ସାପର ସମ୍ମୁଖୀନ ହେଉଥିବା ୟୁକ୍ରେନ ଭଳି ଦେଶ ମଧ୍ୟ ଇସ୍ରାଏଲ୍‌ର ଯୁଦ୍ଧକୁ ସମର୍ଥନ କରୁଛି, କାରଣ ଏହାର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ନିଜେ ଜଣେ ଇହୁଦୀ। ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ଇସ୍ରାଏଲ୍‌ ଯାଇ ସେଠାରେ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଭେଟି ଫେରିଆସିଲେଣି। ତାଙ୍କ ଦଳ ଏବେ ବ୍ରିଟେନରେ ଲୋକପ୍ରିୟତା ହରାଉଛି ଏବଂ ବାହାର ଦେଶରୁ ଆସି ଇଂଲଣ୍ଡରେ ରହୁଥିବା ନାଗରିକଙ୍କ ସଂଖ୍ୟା ଓ ବିରୋଧ ବଢ଼ୁଥିବାରୁ ସୁନକ ନିଜର ରାଜନୈତିକ ଭବିଷ୍ୟତ ପାଇଁ ଇସ୍ରାଏଲ ସମର୍ଥକ ପାଲଟିବାକୁ ବାଧ୍ୟ ହୋଇଛନ୍ତି। ସେହି ଚଷମାରେ ଦେଖିଲେ ଭାରତର ଇତିହାସରେ ଇହୁଦୀମାନଙ୍କୁ କେବେହେଲେ ହଇରାଣ କରାଯାଇନାହିଁ, କାରଣ ଆମ ଦେଶରେ କ୍ୱଚିତ ଇହୁଦୀ ଅଛନ୍ତି। ଅପରପକ୍ଷରେ ଆଜିର ଭାରତୀୟ ରାଜନୀତିରେ ମୁସ୍‌ଲମାନ ବିରୋଧୀ ମାନସିକତା ପ୍ରାଧାନ୍ୟ ପାଉଥିବାରୁ ପାଲେଷ୍ଟାଇନର ହମାସ ଗୋଷ୍ଠୀକୁ ଉଗ୍ରପନ୍ଥୀ ଆଖ୍ୟା ଦେଇ ଇସ୍ରାଏଲକୁ ସମର୍ଥନ କରିବା ଧାରା ସହିତ ଚାଲିବାର ଏକ ସହଜ ଉପାୟ। ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଏସିଆରୁ କେବଳ ଭାରତ ଭୋଟ ନ ଦେଇ ରହିଥିବା ବେଳେ ମାଲେସିଆ, ଇଣ୍ଡୋନେସିଆ, ପାକିସ୍ତାନ, ବାଂଲାଦେଶ ଭଳି ସବୁ ଦେଶ ଇସ୍ରାଏଲ ବିରୋଧରେ ଭୋଟ ଦେଇଛନ୍ତି।
ମାନଚିତ୍ରକୁ ଦେଖିଲେ ସ୍ପଷ୍ଟ ବୁଝାପଡୁଛି, ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ସମଗ୍ର ପୃଥିବୀର ରାଜନୀତି ପ୍ରତ୍ୟେକ ଦେଶର ଧର୍ମକୁ ନେଇ ପରିଚାଳିତ। ଏର୍ଡୋଗାନ୍‌ଙ୍କ ତୁର୍କୀ ହେଉ ବା ମାକ୍‌ରଁଙ୍କ ଫ୍ରାନ୍ସ ସବୁଠାରେ ରାଜନେତାଙ୍କଠାରୁ ସେମାନଙ୍କ ଧାର୍ମିକ ଭୋଟବ୍ୟାଙ୍କ ଅଧିକ ଗୁରୁତ୍ୱ ରଖୁଛି। ଧର୍ମ ସହିତ ବ୍ୟବସାୟିକ ସ୍ବାର୍ଥ ଦ୍ୱିତୀୟ ସ୍ଥାନ ଗ୍ରହଣ କରୁଛି। ଆମେରିକାଠାରୁ ଆରମ୍ଭ କରି ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ଗାଜାର ଗରିବ ପାଲେଷ୍ଟାଇନ ନାଗରିକ ସହିତ କୌଣସି ଦେଶର ବ୍ୟବସାୟିକ ସମ୍ପର୍କ ନାହିଁ। ଅପରପକ୍ଷରେ ଭାରତ ପରି ଦେଶ ମଧ୍ୟ ଇସ୍ରାଏଲଠାରୁ ପେଗାସସ୍‌ ନାମକ ପ୍ରଯୁକ୍ତି ଯନ୍ତ୍ର କିଣିବାରେ ବ୍ୟସ୍ତ ବୋଲି ସେହି ଦେଶକୁ ସମର୍ଥନ କରିବା ଅନ୍ୟ ଏକ କାରଣ ହୋଇପାରେ।
ଏଭଳି ସ୍ଥିତିରେ ଶାନ୍ତି ପାଇଁ କହିବାକୁ ପୃଥିବୀର କୌଣସି ଦେଶ ଆଗେଇ ଆସୁନାହିଁ। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ ହୋଇଯାଇଛନ୍ତି ଏକମାତ୍ର ବ୍ୟକ୍ତିବିଶେଷ, ଯିଏ ଶାନ୍ତି ପାଇଁ ଆହ୍ବାନ ଦେଇଛନ୍ତି। ହୁଏତ ସେଥିପାଇଁ ସବୁ ଶକ୍ତିଶାଳୀ ଦେଶ ଇସ୍ରାଏଲ ସହ ମିଶି ତାଙ୍କର ବହିଷ୍କାର ଦାବି କରିଛନ୍ତି। କୌତୂହଳର ବିଷୟ ଯେ ୟୁକ୍ରେନରେ ଯୁଦ୍ଧ ରଚାଇଥିବା ରୁଷିଆ ଓ ତାଇଓ୍ବାନ ଉପରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିବା ଚାଇନା ‘ସିଜ୍‌ଫାୟାର’ ସପକ୍ଷବାଦୀ ଗୋଷ୍ଠୀ ସହିତ ମିଶିଛନ୍ତି। ଏହାଫଳରେ ଏହି ଦୁଇ ଦେଶ ଆଶା କରୁଛନ୍ତି ଯେ, ଆମେରିକାର ଶକ୍ତି ବିଭିନ୍ନ ସ୍ଥାନରେ ଅପଚୟ ହେଲେ ସେମାନେ ନିଜ ଆଜେଣ୍ଡା ପାଇଁ ସମୟ ପାଇବେ। କାରଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ହେଲେ ତାହା ଶାନ୍ତି ଆଣିବ ନାହିଁ। କେବଳ ହମାସ, ହେଜ୍‌ବୋଲ୍ଲା ଏବଂ ଅନ୍ୟ କେତେକ ଗୋଷ୍ଠୀଙ୍କୁ ବଳ ଗୋଟାଇବାର ଅଧିକ ସମୟ ମିଳିବ।
ଦୁଃଖର ବିଷୟ ଯେ, ଭାରତ ମଧ୍ୟ ତା’ର ଚିରାଚରିତ ଶାନ୍ତି ଆଭିମୁଖ୍ୟରୁ ଦୂରେଇ ଯାଉଛି। ଏହାଫଳରେ ଆଭ୍ୟନ୍ତରୀଣ ରାଜନୀତିରେ କୌଣସି ଗୋଟିଏ ଦଳ ଶକ୍ତିଶାଳୀ ହୋଇପାରେ। କିନ୍ତୁ ଦୀର୍ଘମିଆଦୀ ବିଶ୍ୱସ୍ତରୀୟ ଭାବମୂର୍ତ୍ତି ହରାଇବସୁଛି ଭାରତ। ମନେରଖିବାକୁ ହେବ ଯେ ୭ ଅକ୍ଟୋବର ହମାସ ଆକ୍ରମଣରୁ ଆରମ୍ଭ ହୋଇଥିବା ଯୁଦ୍ଧରେ କୌଣସି ପକ୍ଷ ନିରୀହ ନୁହେଁ। ଉଭୟ ପକ୍ଷ ଦୁଷ୍ଟ ବୁଦ୍ଧିରେ ପରିଚାଳିତ ହେଉଥିବାରୁ ନିରୀହ ନାଗରିକ ମରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?