ପଞ୍ଚାୟତ ନିର୍ବାଚନ ପ୍ରତି ଅନାଗ୍ରହ

ଯାଜପୁର ଅଫିସ,୨୮ା୧: ଯାଜପୁର ଜିଲାର ୨୩୫ ୱାର୍ଡ ସଭ୍ୟ ପଦବୀ ପାଇଁ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଏହାବାଦ୍‌ ୧୫୧୧ ୱାର୍ଡମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବାକୁ କ୍ରମଶଃ ଅନାଗ୍ରହ ଦେଖା ଦେଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଏକତା, ସହଯୋଗ, ଆମତ୍ପ୍ରତ୍ୟୟ, ନିଷ୍ଠା, କର୍ମତପତ୍ରତା ଓ ଆତ୍ମନିର୍ଭରଶୀଳ ମନୋଭାବ ଆଣିବା ସହିତ ସେହି ଅଞ୍ଚଳର ଉନ୍ନତି ଓ ସେବା ଲକ୍ଷ୍ୟରେ ଗଢ଼ାଯାଇଥିବା ଏହି ମହତ୍‌ ବ୍ୟବସ୍ଥା ପ୍ରତି ଲୋକଙ୍କ ଆନ୍ତରିକତା କମି ଯାଉଛି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଉଛି।
ମିଳିଥିବା ତଥ୍ୟ ଅନୁଯାୟୀ, ବରୀ ବ୍ଲକରେ ୧୯, ସୁକିନ୍ଦାରେ ୧୯, ଧର୍ମଶାଳାରେ ୫୩, ଯାଜପୁରରେ ୧୬, ବଡ଼ଚଣାରେ ୧୬, କୋରେଇରେ ୪୧, ବିଞ୍ଝାରପୁରରେ ୭, ଦଶରଥପୁରରେ ୨୩, ଦାନଗଦିରେ ୧୩ ଓ ରସୁଲପୁର ବ୍ଲକର ୨୮ଟି ୱାର୍ଡରେ କୌଣସି ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି। ଏହାବାଦ୍‌ ଯାଜପୁର ବ୍ଲକର ୨୫ ପଞ୍ଚାୟତରେ ୧୩୨, ଧର୍ମଶାଳା ବ୍ଲକର ୪୪ ପଞ୍ଚାୟତରେ ୨୯୦, ବିଞ୍ଝାରପୁର ବ୍ଲକର ୨୯ ପଞ୍ଚାୟତରେ ୨୬୩, ବରୀ ବ୍ଲକର ୨୯ ପଞ୍ଚାୟତରେ ୧୩୦, ସୁକିନ୍ଦା ବ୍ଲକର ୨୨ ପଞ୍ଚାୟତରେ ୭୧, ବଡ଼ଚଣା ବ୍ଲକର ୩୪ ପଞ୍ଚାୟତରେ ୧୦୭, ଦଶରଥପୁର ବ୍ଲକର ୩୩ ପଞ୍ଚାୟତରେ ୧୭୧, କୋରେଇ ବ୍ଲକର ୨୫ ପଞ୍ଚାୟତରେ ୧୨୪, ରସୁଲପୁର ବ୍ଲକର ୨୭ ପଞ୍ଚାୟତରେ ୧୪୯ ଓ ଦାନଗଦି ବ୍ଲକର ୨୦ ପଞ୍ଚାୟତରେ ୭୪ ୱାର୍ଡ ଅପ୍ରତିଦ୍ୱନ୍ଦ୍ୱୀ ରହିଛି। ଜିଲା ପଞ୍ଚାୟତ ଅଫିସରୁ ମିଳିଥିବା ତଥ୍ୟ ଅନୁସାରେ ୱାର୍ଡମେମ୍ବର ପଦବୀ ପାଇଁ ୮୩୧୫ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିରୁ ୧୫୪ ନାକଚ ହୋଇଥିଲା। ୫୦୩ ଜଣ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିଲେ। ସରପଞ୍ଚ ପଦବୀ ପାଇଁ ୧୬୫୯ ନାମାଙ୍କନ କରିଥିଲେ, ୧୧୪ ନାକଚ ହୋଇଥିଲା। ୩୩୧ ଜଣ ନିଜ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିଥିବାବେଳେ ୧୨୧୪ କାଏମ ରହିଛି। ସମିତି ସଭ୍ୟ ପଦବୀ ପାଇଁ ୧୨୬୨ ଜଣ ନାମାଙ୍କନ କରିଥିବାବେଳେ ୯୩ ନାକଚ ହୋଇଥିଲା। ୧୭୮ ଜଣ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ। ୯୯୧ ଜଣଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଛି। ୩୯ ଜିଲାପରିଷଦ ପଦବୀ ପାଇଁ ୧୫୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୫ ଜଣ ପ୍ରତ୍ୟାହାର କରିଛନ୍ତି।
ଗୁରୁବାର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଗୁଣନିଧି ପରିଡ଼ା ଯାଜପୁର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ୫ ଲକ୍ଷ ଓ ସରପଞ୍ଚ, ସମିତି ସଦସ୍ୟମାନଙ୍କ ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ ସୀମା ଧାର୍ଯ୍ୟ କରିଛନ୍ତି। ତେଣୁ ଦୈନନ୍ଦିନ ଭାବେ ଏହାକୁ ଖର୍ଚ୍ଚ ତାଲିକାରେ ଉପଯୁକ୍ତ ଭାବେ ଲିପିବଦ୍ଧ କରିବା ସହ ବିଡିଓମାନେ ଏ ସଂକ୍ରାନ୍ତରେ ଅନୁଧ୍ୟାନ ବା ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟ ଏକ ବୈଠକରେ ଯେଉଁଠାରେ କେହି ପ୍ରାର୍ଥତ୍ପତ୍ର ଦାଖଲ କରି ନାହାନ୍ତି ସେଠାରେ ପୁନଶ୍ଚ ନାମାଙ୍କନ ଦାଖଲ ପାଇଁ ବ୍ୟବସ୍ଥା ହୋଇଛି। ଚଳିତ ମାସ ୨୯ରୁ ୩୧ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?