ଝଲସିବନି ଆଲୁମିନିୟମ ନଗରୀ

ବଅଁରପାଳ, ୪ା୯(ଡି.ଏନ.ଏ.)
ଚଳିତ ବର୍ଷ ଝଲସିବନି ଆଲୁମିନିୟମ ନଗରୀ। କରୋନା ଯୋଗୁ ବନ୍ଦ ହେବାକୁ ଯାଉଛି ୩୦ ବର୍ଷର ପରମ୍ପରା। ଏଥର ମୂର୍ତ୍ତି ବଦଳରେ ନାଲ୍‌କୋରେ ଫଟୋରେ ଦେବଶିଳ୍ପୀ ପୂଜା ପାଇବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏ ନେଇ ନାଲ୍‌କୋ ମାନବ ସମ୍ବଳ ମହାପ୍ରବନ୍ଧକ ଏସ୍‌. ଏନ୍‌. ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ନାଲ୍‌କୋ ଟ୍ରେନିଂ ସେଣ୍ଟରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପୂର୍ଣ୍ଣ ନାଲ୍‌କୋନଗରୀରେ ପୂଜା ପାଳନ କରିବାକୁ ବାରଣ କରାଯାଇଛି। କେବଳ ପ୍ଲାଣ୍ଟ ପରିସରରେ ବିଶ୍ୱ ନିର୍ମାତାଙ୍କ ଫଟୋ ରଖି ବିଧି ପାଳନ କରାଯିବ ବୋଲି ସ୍ଥିର ହୋଇଛି। ବୈଠକରେ ସିପିପି ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ପାଣ୍ଡବ, ଏଜିଏମ୍‌ ଚନ୍ଦ୍ର ମୋହନ ମହନ୍ତ, ଇଷ୍ଟେଟ ଅଧିକାରୀ ମଣି ରଞ୍ଜନ ପଟ୍ଟନାୟକ, ଶ୍ରମିକ ନେତା ମୁରଲୀଧର ପଣ୍ଡା, ସୁଜିତ ସେଠ, କିଶୋର ବେହେରା, ବିଭୂତି ଶତପଥୀଙ୍କ ସମେତ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ରତ୍ୟେକ ବର୍ଷ ନାଲ୍‌କୋ କଲୋନୀ ପରିସରରେ ପ୍ରାୟ ୨୩ ମଣ୍ଡପରେ ଦେବଶିଳ୍ପୀ ପୂଜା ପାଇଥାନ୍ତି। ପଟ୍‌ଲାଇନ, କାଷ୍ଟ ହାଉସ, ରୋଡିଂ ଶପ, ମେକାନିକାଲ ବିଭାଗ, ସିପିପି ମେକାନିକାଲ, ଅପରେଶନ ବିଭାଗ, ଠିକାଦାର ସଂଘ, ଆର୍‌ପିୟୁ ସିଭିଲି ଉଦ୍ୟାନ, କାର୍ବନ ଏରିଆ, ଇଲେକ୍ଟ୍ରିକାଲ ବିଭାଗ ସମେତ ୨୩ରୁ ଊର୍ଦ୍ଧ୍ୱ ମଣ୍ଡପରେ ୭ ଦିନ ଧରି ପୂଜା ପାଳନ କରାଯାଏ। ସୁସଜ୍ଜିତ ଆଲୋକତୋରଣ ସହ ପ୍ରତି ମଣ୍ଡପରେ ପ୍ରତିଯୋଗିତା ମୂଳକ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ହେଲେ ଏ ବର୍ଷ କରୋନା ଯୋଗୁ ପୂଜା ପାଳନ କରାଯିବ ନାହିଁ ବୋଲି ଜଣାପଡିବା ପରେ ସମସ୍ତଙ୍କ ମନରେ ନିରାଶା ଦେଖାଯାଇଛି।
କେବଳ ଫଟୋ ପୂଜା
କରୋନା ଯୋଗୁ ସରକାରଙ୍କ ନିୟମ ଅନୁଯାୟୀ ଚଳିତ ବର୍ଷ ନାଲ୍‌କୋରେ ବିଶ୍ୱକର୍ମା ପୂଜା ପାଳନ ହେବନି। କେବଳ ବିଧି ରକ୍ଷା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଫଟୋ ରଖି ପୂଜାର୍ଚ୍ଚନା କରାଯିବ।
-ମଣିରଞ୍ଜନ ପଟ୍ଟନାୟକ, ନାଲ୍‌କୋ ଇଷ୍ଟେଟ ଅଧିକାରୀ
ପରମ୍ପରା ଭାଙ୍ଗିବ
କରୋନା ଯୋଗୁ ଦୀର୍ଘ ୩୦ ବର୍ଷର ପରମ୍ପରା ଭାଙ୍ଗିବ। ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନାଲ୍‌କୋ ବିଶ୍ୱକର୍ମା ପୂଜା ଏ ବର୍ଷ ପାଳନ ହେବନାହିଁ। ଫଳରେ ଦର୍ଶକଙ୍କ ଆଗମନ ହେବନାହିଁ। ଏଥିଯୋଗୁ ବହୁ ବ୍ୟବସାୟୀ କ୍ଷତି ସହିବେ।
-ବିଭବ ଜେନା, ଶ୍ରମିକ ନେତା
ନିଷ୍ପତ୍ତି ସ୍ବାଗତଯୋଗ୍ୟ
ବିଶ୍ୱକର୍ମା ପୂଜା ଆସିଲେ ସମଗ୍ର ନାଲ୍‌କୋ ନଗରୀ ଚଳଚଞ୍ଚଳ ହୋଇଉଠେ। ସମ୍ପ୍ରତି ପରିସ୍ଥିତିରେ ନାଲ୍‌କୋର ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଆଗାମୀ ବର୍ଷ ପୂଜା ପାଳନ ପାଇଁ ଉଦ୍ୟମ କରାଯିବ।
-ନିର୍ମଳ ସାମଲ, ନେସ୍‌ ସାଧାରଣ ସମ୍ପାଦକ
ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥାନ୍ତା
ପୂଜା ନ ହେବା ଜାଣି ଦୁଃଖ ଲାଗୁଛି। କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ପୂଜା ହେଲେ ଗହଳି ବଢିବ। ତେଣୁ ନାଲ୍‌କୋ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସମସ୍ତେ ସମର୍ଥନ କରିବା ଉଚିତ।
-ମାଙ୍ଗିଲାଲ ସାମଲ, କାର୍ଯ୍ୟକାରୀ ସଭାପତି, ନେପୁ
ଖଁା ଖଁା ଲାଗିବ
ପୂଜା ନ ହେଲେ ନାଲ୍‌କୋନଗରୀ ଖାଁ ଖାଁ ଲାଗିବ। ମଣ୍ଡପ ହେବନି କି ପ୍ରଭୁ ବିରାଜିବେନି। କିନ୍ତୁ ପରିସ୍ଥିତି ଏପରି କରିବାକୁ ବାଧ୍ୟ କରିଛି। ଏବର୍ଷ ପୂଜା ବାଧାପ୍ରାପ୍ତ ହେଲେ ବି ଆସନ୍ତା ବର୍ଷ ଧୁମ୍‌ଧାମରେ ପାଳନ କରାଯିବ। -ପ୍ରକାଶ ବେହେରା, ନାଲ୍‌କୋ କର୍ମଚାରୀ


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri