କଣ୍ଟ ପୂରିଲା, ନିଯୁକ୍ତି ନୋହିଲା

ଅନୁଗୋଳ ଅଫିସ, ୮।୧୧: କଣ୍ଟ ପୂରିଲା। ହେଲେ ମିଳିଲାନି ନିଯୁକ୍ତି। ଏହାର ପ୍ରତିବାଦରେ ନବରତ୍ନ କମ୍ପାନୀ ନାଲ୍‌କୋ ସ୍ପୋନ୍‌ସର୍ଡ ଆଇଟିଆଇ (ଏଲ୍‌ଏପି) କ୍ଷତିଗ୍ରସ୍ତ ପ୍ରଜାସଂଘର ୧୯୮ ସଦସ୍ୟ ଏବଂ ସେମାନଙ୍କ ପରିବାର ଗଣତାନ୍ତ୍ରିକ ପଦ୍ଧତିରେ ଅର୍ଥନୈତିକ ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୯ ତାରିଖରୁ ଅର୍ଥନୈତିକ ଅବରୋଧ ଆରମ୍ଭ ହେବ। ରବିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସଂକ୍ରାନ୍ତରେ ସଂଘର ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲ ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ନାଲ୍‌କୋ ଦ୍ୱାରା ୩ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୩୯ ଗ୍ରାମର ନାଲ୍‌କୋ ସ୍ପୋନ୍‌ସର୍ଡ ଆଇଟିଆଇର ୧୯୮ଜଣ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦିଆଯିବା ନେଇ ଆଲୋଚନା ହୋଇଛି। ହେଲେ ପ୍ରତିଶ୍ରୁତି ପାଳନ କରାଯାଇନାହିଁ। ଏହାର ପ୍ରତିବାଦରେ ସେମାନେ ୨୦୧୮ ଫେବୃୟାରୀରେ ପାଖାପାଖି ମାସେ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଗଣଧାରଣା ଦେଇଥିଲେ। ୯ମ ଆର୍‌ପିଏଡିସି ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ଢେଙ୍କାନାଳ ଏବଂ ସମ୍ବଲପୁର ଏମ୍‌ପିଙ୍କ ସମେତ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ୩ ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ନାଲ୍‌କୋ କର୍ତ୍ତୃପକ୍ଷ ଏଥିରେ ସହମତ ହେଲେନାହିଁ। ଏ ନେଇ ଗତ ଅକ୍ଟୋବର ୫ରେ ସିପିପି ମହାପ୍ରନ୍ଧକ ଏବଂ ଅକ୍ଟୋବର ୧୦ରେ ସ୍ମେଲଟର ମହାପ୍ରବନ୍ଧକଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ସମସ୍ୟାର ସମାଧାନ ପାଇଁ ୧୫ ଦିନ ମହଲତ ମଗାଯାଇଥିଲା। ସମୟ ଅବଧି ଶେଷ ହୋଇଯାଇଥିବାବେଳେ ଏବେ ଆନ୍ଦୋଳନ ଏକମାତ୍ର ବିକଳ୍ପ ବୋଲି ପ୍ରଜାସଂଘ ପକ୍ଷରୁ କୁହାଯାଇଛି। ତଦନୁଯାୟୀ, ଆସନ୍ତା ୯ରୁ ସମ୍ପୃକ୍ତ ୧୯୮ ପ୍ରଜା ଏବଂ ସେମାନଙ୍କ ପରିବାର କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ପୂର୍ବକ ଗୋବରା ଢିପସାହି, ଗୋତମରା ମଠ ନିକଟରେ ରେଳରୋକୋ କରିବେ ବୋଲି ଚେତାବନୀ ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସଂଘ ସଭାପତି ଦିବ୍ୟରଞ୍ଜନ ଦାସ, ଆରତୀ ନାୟକ, ପ୍ରଣବନ୍ଧୁ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ୱରାନ୍ବିତ ହେବ ଉପଖଣ୍ଡ ଉନ୍ନୟନ

ମାଧପୁର/ ଆଠମଲ୍ଲିକ,୧୭ା୨ – ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ବାର୍ଷିକ ଅନୁଦାନକୁ ରାଜ୍ୟ ସରକାର ଦ୍ୱିଗୁଣିତ କରିଛନ୍ତି। ଏଥିସହ ପରିଷଦ ଅଧୀନରେ ଆସୁଥିବା ୧୦...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ପଞ୍ଚାୟତ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ...

ପୌରପାଳିକା ମୁଣ୍ଡରେ ଅଳିଆ ବୋଝ

ଅନୁଗୋଳ ଅଫିସ୍‌, ୨୧ା୭ ଅନୁଗୋଳ ପୌରପାଳିକା ମୁଣ୍ଡରୁ ହଟୁନି ସହରର ଅଳିଆ ଚିନ୍ତା। କେତେବେଳେ ଆବର୍ଜନା ପକାଇବାକୁ ନେଇ କେଉଁଠୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି...

ଆଜିଠାରୁ ମାଟ୍ରିକ ଖାତାଦେଖା

ଅନୁଗୋଳ ଅଫିସ, ୨୧।୫ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଅନୁଷ୍ଠିତ ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶନିବାରଠାରୁ ଆରମ୍ଭ ହେବ। ଅନୁଗୋଳ ହାଇସ୍କୁଲ କେନ୍ଦ୍ରରେ...

ମଦ ବିକ୍ରିବେଳେ ଚଢ଼ାଉ

ବଇଣ୍ଡା, ୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ଠାକୁରଗଡ ଥାନା ପୋଲିସ ଶନିବାର ରାତିରେ ସାନହୁଲା ଗ୍ରାମରେ ଚଢ଼ାଉ କରି ମଦ ବିକ୍ରି ଅଭିଯୋଗରେ କରୁଣାକର ପ୍ରଧାନଙ୍କୁ ଗିରଫ...

ଭିନ୍ନ ରହିବେନି ଭିନ୍ନକ୍ଷମ

ଅନୁଗୋଳ ଅଫିସ, ୨୭।୨ ଜନ୍ମରୁ ହେଉ ଅବା ରୋଗ କି ଦୁର୍ଘଟଣା, ବିଭିନ୍ନ କାରଣରୁ ଭିନ୍ନକ୍ଷମ ହୋଇଯାଇଥିବା ବ୍ୟକ୍ତିଙ୍କୁ ଶାରୀରିକ ଭାବେ ସକ୍ଷମ କରାଯିବ। କୃତ୍ରିମ...

ଆଜିଠାରୁ ହିଙ୍ଗୁଳାଯାତ୍ରା

ତାଳଚେର,୧୫ା୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ପ୍ରସିଦ୍ଧ ବାର୍ଷିକ ଯାତ୍ରା ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ। ମହାମାରୀ...

ଗଛରେ ପିଟିହେଲା କାର୍‌, ଜଣଙ୍କ ଜୀବନଗଲା, ୨ ଗୁରୁତର

ବଅଁରପାଳ,୮ା୫(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ବ୍ରିଜ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ କାର୍‌...

Advertisement
Archives

Model This Week