କଣ୍ଟ ପୂରିଲା, ନିଯୁକ୍ତି ନୋହିଲା

ଅନୁଗୋଳ ଅଫିସ, ୮।୧୧: କଣ୍ଟ ପୂରିଲା। ହେଲେ ମିଳିଲାନି ନିଯୁକ୍ତି। ଏହାର ପ୍ରତିବାଦରେ ନବରତ୍ନ କମ୍ପାନୀ ନାଲ୍‌କୋ ସ୍ପୋନ୍‌ସର୍ଡ ଆଇଟିଆଇ (ଏଲ୍‌ଏପି) କ୍ଷତିଗ୍ରସ୍ତ ପ୍ରଜାସଂଘର ୧୯୮ ସଦସ୍ୟ ଏବଂ ସେମାନଙ୍କ ପରିବାର ଗଣତାନ୍ତ୍ରିକ ପଦ୍ଧତିରେ ଅର୍ଥନୈତିକ ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୯ ତାରିଖରୁ ଅର୍ଥନୈତିକ ଅବରୋଧ ଆରମ୍ଭ ହେବ। ରବିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସଂକ୍ରାନ୍ତରେ ସଂଘର ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲ ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ନାଲ୍‌କୋ ଦ୍ୱାରା ୩ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୩୯ ଗ୍ରାମର ନାଲ୍‌କୋ ସ୍ପୋନ୍‌ସର୍ଡ ଆଇଟିଆଇର ୧୯୮ଜଣ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦିଆଯିବା ନେଇ ଆଲୋଚନା ହୋଇଛି। ହେଲେ ପ୍ରତିଶ୍ରୁତି ପାଳନ କରାଯାଇନାହିଁ। ଏହାର ପ୍ରତିବାଦରେ ସେମାନେ ୨୦୧୮ ଫେବୃୟାରୀରେ ପାଖାପାଖି ମାସେ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଗଣଧାରଣା ଦେଇଥିଲେ। ୯ମ ଆର୍‌ପିଏଡିସି ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ଢେଙ୍କାନାଳ ଏବଂ ସମ୍ବଲପୁର ଏମ୍‌ପିଙ୍କ ସମେତ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ୩ ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ନାଲ୍‌କୋ କର୍ତ୍ତୃପକ୍ଷ ଏଥିରେ ସହମତ ହେଲେନାହିଁ। ଏ ନେଇ ଗତ ଅକ୍ଟୋବର ୫ରେ ସିପିପି ମହାପ୍ରନ୍ଧକ ଏବଂ ଅକ୍ଟୋବର ୧୦ରେ ସ୍ମେଲଟର ମହାପ୍ରବନ୍ଧକଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ସମସ୍ୟାର ସମାଧାନ ପାଇଁ ୧୫ ଦିନ ମହଲତ ମଗାଯାଇଥିଲା। ସମୟ ଅବଧି ଶେଷ ହୋଇଯାଇଥିବାବେଳେ ଏବେ ଆନ୍ଦୋଳନ ଏକମାତ୍ର ବିକଳ୍ପ ବୋଲି ପ୍ରଜାସଂଘ ପକ୍ଷରୁ କୁହାଯାଇଛି। ତଦନୁଯାୟୀ, ଆସନ୍ତା ୯ରୁ ସମ୍ପୃକ୍ତ ୧୯୮ ପ୍ରଜା ଏବଂ ସେମାନଙ୍କ ପରିବାର କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ପୂର୍ବକ ଗୋବରା ଢିପସାହି, ଗୋତମରା ମଠ ନିକଟରେ ରେଳରୋକୋ କରିବେ ବୋଲି ଚେତାବନୀ ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସଂଘ ସଭାପତି ଦିବ୍ୟରଞ୍ଜନ ଦାସ, ଆରତୀ ନାୟକ, ପ୍ରଣବନ୍ଧୁ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri