Posted inଖେଳ

ନିଖତ, ଲଭଲିନା ପଦକ ଫେବରିଟ୍‌

ନୂଆଦିଲ୍ଲୀ,୧୬ା୩ (ପି.ଟି.): ନୂଆଦିଲ୍ଲୀରେ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଥିବା ବେଳେ ନିଖତ ଜରିନ୍‌ ଓ ଲଭଲିନା ବୋର୍ଗୋହେନ୍‌ ଭାରତର ପଦକ ଫେବରିଟ୍‌ ରହିଛନ୍ତି। ମହିଳା ବିଶ୍ୱ ଚାମ୍ପିୟନଶିପ୍‌ର ୧୩ ତମ ସଂସ୍କରଣରେ ୬୫ ଦେଶର ୩୦୦ରୁ ଅଧିକ ବକ୍ସର ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଭାରତୀୟ ଖେଳାଳିଙ୍କ ଚୟନକୁ ନେଇ ବାଦ ବିବାଦ ପରେ ଟୁର୍ନାମେଣ୍ଟ ଆରମ୍ଭ ହେଉଥିବା ବେଳେ ଘରୋଇ ପରିବେଶରେ ଭାରତୀୟ ଖେଳାଳିଙ୍କ ନିକଟରୁ ଦୃଢ ପ୍ରଦର୍ଶନ ଆଶା କରାଯାଉଛି। ପ୍ରଥମ ଥର ପାଇଁ ୬ଥର ବିଶ୍ୱ ଚାମ୍ପିୟନ ଏମ୍‌ ସି ମ୍ୟାରୀକମଙ୍କ ଅନୁପସ୍ଥିତିରେ ଭାରତ ଖେଳୁଥିବା ବେଳେ ଅଲିମ୍ପିକ୍ସ ପଦକ ବିଜୟିନୀ ଲଭଲିନା ଓ ନିଖତ ଜରିନଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ନୂତନ ଓଜନ ବର୍ଗରେ ଉଭୟ ଖେଳାଳି ପ୍ରତିଦ୍ୱନ୍ଦ୍ୱତା କରୁଥିବା ବେଳେ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଉଭୟ ଖେଳାଳିଙ୍କ ପ୍ରାଥମିକତା ରହିବ। ୫୦ କିଗ୍ରା ବର୍ଗରେ ନିଖତ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ଜିତିଥିଲେ। ଅନ୍ୟପକ୍ଷରେ ୭୫ କିଗ୍ରା ଓଜନ ବର୍ଗରେ ଲଭଲିନା ଖାପଖୁଆଇବାକୁ ପ୍ରୟାସ କରିବେ। ପୂର୍ବରୁ ଦୁଇ ଥର ବିଶ୍ୱଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟିନୀ ଲଭଲିନା ଘରୋଇ ପରିବେଶରେ ସ୍ବର୍ଣ୍ଣ ହାସଲ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ଦୁଇ ଖେଳାଳିଙ୍କ ବ୍ୟତିତ ରାଜ୍ୟ ଗୋଷ୍ଠୀ ପଦକ ବିଜୟିନୀ ନୀତୁ ଘଘାଂସ (୪୮ କିଗ୍ରା) ଓ ମନୀଷା ମାଉଁ(୫୭ କିଗ୍ରା)ଙ୍କ ନିକଟରୁ ମଧ୍ୟ ପଦକ ଆଶା କରିବ ଭାରତ।

ଅନ୍ୟ ମାନଙ୍କ ମଧ୍ୟରେ ସାକ୍ଷୀ ଚୌଧାରୀ(୫୨), ପ୍ରୀତି(୫୪), ଶଶୀ ଚୋପ୍ରା(୬୩) ଓ ସାନମଚା ଚାନୁ (୭୦ କିଗ୍ରା)ଙ୍କ ନିକଟରୁ ମଧ୍ୟ ଭଲ ପ୍ରଦର୍ଶନର ଆଶା ରହିବ। ରୁଷୀୟ ବକ୍ସରଙ୍କ ଅଂଶଗ୍ରହଣ କାରଣରୁ ଆମେରିକା, ବ୍ରିଟେନ ଓ ଆୟାର୍ଲାଣ୍ଡ ଓହରି ଯାଇଛନ୍ତି। ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ବିଜେତାଙ୍କୁ ୧ ଲକ୍ଷ ଡଲାର, ରୌପ୍ୟ ବିଜେତାଙ୍କୁ ୫୦ ହଜାର ଡଲାର ଓ ବ୍ରୋଞ୍ଜ ବିଜେତାଙ୍କୁ ୨୫ ହଜାର ଡଲାର ପୁରସ୍କାର ଦିଆଯିବ। ୨୦୦୬ରେ ଭାରତରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ଦଳ ୪ ସ୍ବର୍ଣ୍ଣ ସହିତ ୮ ପଦକ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨ ଦିନରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶେଷ

ବ୍ରିସ୍‌ବେନ,୧୮ା୧୨: ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ଦୁଇ ଦିନରେ ଶେଷ ହୋଇଛି। ଗାବାରେ ଅନୁଷ୍ଠିତ ଏହି ମ୍ୟାଚରେ ଦୁଇ ଦିନ...

ନ୍ୟୁଜିଲାଣ୍ଡ ଗସ୍ତରେ ଭାରତର ପ୍ରଥମ ପରାଜୟ

ହାମିଲଟନ, ୫।୨(ପି.ଟି.): ଟି୨୦ ସିରିଜ୍‌ରେ ୫-୦ରେ ବିଜୟୀ ହୋଇ କ୍ଲିନ୍‌ ସୁଇପ୍‌ କରିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତ ଦିନିକିଆ ସିରିଜରେ କିନ୍ତୁ ପରାଜୟରୁ ଅଭିଯାନ...

ପଣ୍ଟିଂଙ୍କ ପୁରୁଷ ଦଳ ରେକର୍ଡର ସମକକ୍ଷ: ଅଷ୍ଟ୍ରେଲିଆ ମହିଳା ଦଳର କ୍ରମାଗତ ୨୧ତମ ବିଜୟ

ବ୍ରିସ୍‌ବେନ୍‌,୮।୧୦(ଏପି): ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ବୁଧବାର ନ୍ୟୁଜିଲାଣ୍ଡକୁ ୨୩୨ ରନରେ ପରାସ୍ତ କରି ଏକ ବିରଳ ରେକର୍ଡର ସମକକ୍ଷ ହୋଇଛି। ଅଷ୍ଟ୍ରେଲିଆ ମହିଳା ଦଳ...

ଫେଲ୍‌ ମାରିଲା ଏକ୍ସପେରିମେଣ୍ଟ

ଅହମ୍ମଦାବାଦ,୯।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବଡ଼ ଏକ୍ସପେରିମେଣ୍ଟ କରିଥିଲା ଭାରତୀୟ ଦଳ। ଆମନ୍ତ୍ରଣ ପାଇ...

ଏମିତି କାମ କରି ଜରିମାନା ଦେଲେ ଜାଡେଜା

ସାଧାରଣତଃ ସେଲିବ୍ରିଟିମାନେ ରାସ୍ତାରେ ଆବର୍ଜନା ନ ପକାଇବା ପାଇଁ ଲୋକଙ୍କୁ ବାର୍ତ୍ତା ଦେଇଥାନ୍ତି। କିନ୍ତୁ ଯଦି ଏହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଆବର୍ଜନା ପକାଇବାରେ...

ଯାହା ବିରାଟ କୋହଲି କରିପାରି ନ ଥିଲେ, ତାହା କରିଦେଖାଇଲେ ରୋହିତ୍‌ ଶର୍ମା

ବିଶାଖପାଟଣା,୩।୧୦: ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ଟେଷ୍ଟ ମ୍ୟାଚରେ ଓପନିଂ କରିବାର ସୁଯୋଗ ମିଳିବା ମାତ୍ରେ ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି। ଏହି ଟେଷ୍ଟରେ ସେ...

ନିର୍ଭୟା ମାମଲାକୁ ନେଇ ଗମ୍ଭୀରଙ୍କ ଟୁଇଟ

ନୂଆଦିଲ୍ଲୀ,୭।୧: ନିର୍ଭୟା ଗଣହତ୍ୟା ମାମଲାରେ ୪ ଦୋଷୀଙ୍କ ବିରୋଧରେ ମଙ୍ଗଳବାର ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ଓ୍ବାରେଣ୍ଟ ଉପରେ ଶୁଣାଣି କରିଛନ୍ତି। ଅଭିଯୁକ୍ତ ଅକ୍ଷୟ ଠାକୁର,...

‘କେଉଁ ପ୍ରକାର ମେସେଜ୍‌ ଚାହୁଁଥିଲେ କୋହଲି’

ନୂଆଦିଲ୍ଲୀ,୬।୯: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପରାଜୟ ପରେ ବିରାଟ କୋହଲି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଥିଲେ, ମୁଁ ଟେଷ୍ଟ ଅଧିନାୟକତ୍ୱ ଛାଡିବା...

Advertisement
Archives

Model This Week