ହନି ସିଂଙ୍କ ଉପରେ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ

ମୁମ୍ବାଇ: ଫିଲ୍ମ ପ୍ରଡ୍ୟୁସର ଗୁନିତ ମୋଙ୍ଗାଙ୍କ ମୁଭି ଦ ଏଲିଫ୍ୟାଣ୍ଟ ହ୍ୱିସସ୍ପର୍ଶକୁ ଏକାଡେମୀ ଆୱାର୍ଡସ ୨୦୨୩ରେ ଏକ ବଡ ସଫଳତା ମିଳିଛି । ଫିଲ୍ମକୁ ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ କାଟାଗୋରୀ ପାଇଁ ଓସ୍କାର ମିଳିସାରିଛି । ଏବେ ସବୁଠି ଗୁନିତ ମୋଙ୍ଗାଙ୍କ ମୁଭିକୁ ନେଇ ଚର୍ଚ୍ଚା ହେଉଛି । ଏହାରି ଭିତରେ ତାଙ୍କର ଆଉ ଏକ ନୂଆ ଡକ୍ୟୁମେଣ୍ଟାରି ଫିଲ୍ମର ଘୋଷଣା କରାଯାଇଛି ଏହି ଡକ୍ୟୁମେଣ୍ଟାରୀ ବହୁ ପରିଚିତ ସିଙ୍ଗର ଓ ର‌୍ୟାପର ହନି ସିଂଙ୍କ ଉପରେ ନିର୍ମାଣ କରାଯିବ ।
ଏହି ଡକ୍ୟୁମେଣ୍ଟାରୀ ମୁଭି ଆଗାମୀ ଦିନରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରଣ କରାଯିବ । ବୁଧବାର ନେଟଫ୍ଲିକ୍ସ ୟୁଟ୍ୟୁବରେ ଏକ ଆନାଉନ୍ସମେଣ୍ଟ ଭିଡିଓ ଶେୟାର କରି ଏହାର ଘୋଷଣା କରଛି । ସୂଚନାଯୋଗ୍ୟ, ଏବେ ହନି ସିଂ ଏଣ୍ଟଟେନମେଣ୍ଟ ଦୁନିଆର ଏକ ବଡ ନାମ । ଏପର୍ଯ୍ୟନ୍ତ ପହଞ୍ଚିବାକୁ ସେ ବହୁ ଉତ୍ଥାନ ପତନ ଦେଇ ଗତି କରିଛନ୍ତି । ଡକ୍ୟୁମେଣ୍ଟାରୀରେ ଏସବୁ ଷ୍ଟୋରୀ ଦେଖାଯିବ ।
ପ୍ରଫେସନାଲ ଲାଇଫର ସଂଘର୍ଷ ସହ ଫିଲ୍ମରେ ପର୍ସନାଲ ଲାଇଫ, ବନ୍ଧୁ ପରିବାର ସବୁର ଝଲକ ଦେଖିବାକୁ ମିଳିବ । ନେଟଫ୍ଲିକ୍ସ ଯେଉଁ ଆନାଉନ୍ସମେଣ୍ଟ ଭିଡିଓ ଶେୟାର କରିଛି ସେଥିରେ ହନି ସିଂଙ୍କୁ ଦେଖିବାକୁ ମିଳିଛି । ଆଉ ସେ ମଧ୍ୟ ଭିନ୍ନ ଢଙ୍ଗରେ ତାଙ୍କ ଉପରେ ନିର୍ମାଣ କରାଯାଉଥିବା ଡକ୍ୟୁମେଣ୍ଟାରୀର ଘୋଷଣା କରିଛନ୍ତି ।
ସାମ୍ନକୁ ଆସିଥିବା ଭିଡିଓରେ ଦେଖାଯାଇଛି ଆରମ୍ଭ ହନି ସିଂଙ୍କ ଏକ କନସର୍ଟରୁ ହେଉଛି । ଏଥିରେ ହନି ସିଂ ଷ୍ଟେଜରେ ପରଫର୍ମ କରୁଥିବା ଦେଖାଯାଇଛି । ଏପଟେ ଷ୍ଟେଜ ତଳେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଅଛନ୍ତି । ଏଥିରେ ହନି ସିଂ କହୁଛନ୍ତି, ମୋ ଉପରେ ନିର୍ମାଣ କରାଯାଇଥିବା ଡକ୍ୟୁମେଣ୍ଟାରୀରେ ଯେଉଁ ଗଭିରତା ରହିଛି ଯାହା ମୋତେ ଆଜି ମନେପକାଇ ଦେଇଛି, ଏମତି କଥା ମୁଁ କହିଥିଲି ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri