ପେରୁରେ ମିଳିଲା ନୂଆ ପ୍ରଜାତିର ଏଣ୍ଡୁଅ, ଉଚ୍ଚତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲିମା,୫।୧୦ (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍‌ ପର୍ବତମାଳାରେ ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ଏଣ୍ଡୁଅର ସନ୍ଧାନ ପାଇଛନ୍ତି। ସମୁଦ୍ର ପତନଠାରୁ ପ୍ରାୟ ୪,୮୦୦ ମିଟରରୁ ଅଧିକ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଏହି ଏଣ୍ଡୁଅଟି ଦେଖିବାକୁ ମିଳିଛି। ପେରୁର ରାଜଧାନୀ ଲିମାସ୍ଥିତ ସାନ୍‌ ମାର୍କୋସ ବିଶ୍ୱବିଦ୍ୟାଳୟର ପ୍ରାକୃତିକ ଇତିହାସ ସଂଗ୍ରହାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ନୂଆ ପ୍ରଜାତିର ଏଣ୍ଡୁଅର ଆଧିକାରିକ ନାମ ‘ଲିଓଲେମସ ଆର୍କିପେନ୍‌ସିସ୍‌’ ରଖାଯାଇଛି। ଏହାର ଲମ୍ବ ପ୍ରାୟ ୬ ରୁ ୮ ସେଣ୍ଟିମିଟର ମଧ୍ୟରେ ହୋଇଥାଏ।
ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ଏମାନଙ୍କ ଶରୀରର ରଙ୍ଗ ଓ ରୂପ ଲିଙ୍ଗଭେଦରେ ଭିନ୍ନ ଭିନ୍ନ ହୋଇଥାଏ। ମାଈ ପ୍ରଜାତିର ଏଣ୍ଡୁଅ ପିଠିରେ ବର୍ଗାକାର ଚିହ୍ନ ଥିବାବେଳେ ଅଣ୍ଡିରା ପ୍ରଜାତିର ପିଠିରେ ବଙ୍କା ଚିହ୍ନ ସହ ଧଳା ରଙ୍ଗର କାତି ଥାଏ। ଏହି କାତିଗୁଡ଼ିକ ସେମାନଙ୍କୁ ପାର୍ବତ୍ୟ ଓ ପଥୁରିଆ ପରିବେଶରେ ଶତ୍ରୁମାନଙ୍କଠାରୁ ଲୁଚି ରହିବାରେ ସାହାଯ୍ୟ କରେ।
ଏହି ଏଣ୍ଡୁଅଗୁଡ଼ିକ ଉଭୟ ଗଛଲତା ଏବଂ ଛୋଟ ଛୋଟ କୀଟପତଙ୍ଗ ଖାଇ ବଞ୍ଚନ୍ତି। ଏମାନଙ୍କ ମୁଖ୍ୟ ଆହାର ହେଉଛି ମାଙ୍କଡ଼ସା, ଗୋବରପୋକ, ବିଭିନ୍ନ ପ୍ରକାରର ପୋକ ଓ ସେମାନଙ୍କର ଶୂକ।
ଏହି ଗବେଷଣାର ନେତୃତ୍ୱ ନେଇଥିବା ଜୀବବିଜ୍ଞାନୀ ଲିଙ୍ଗ ହୁଆମାନି-ଭାଲ୍ଡେରାମା କହିଛନ୍ତି, ଏହି ନୂଆ ପ୍ରଜାତିର ସନ୍ଧାନ ପେରୁର ଜୈବ-ବିବିଧତାର ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଏହି ଆବିଷ୍କାର ପାର୍ବତ୍ୟ ଜୀବଜଗତ ଉପରେ ଅଧିକ ଗବେଷଣା ପାଇଁ ନୂଆ ଦିଗ ଉନ୍ମୋଚନ କରିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍‌

ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?