ପଞ୍ଜାବର ନୂଆ ମୁହଁ

ନିକଟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇଛି। ଅନ୍ୟ ଚାରିଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଜୟଲାଭ କରିଥିବା ବେଳେ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିପୁଳ ସମର୍ଥନ ପାଇବା ଏବେ ଭାରତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି। ରାଜନୀତିରେ ଦୀର୍ଘବର୍ଷର ଅଭିଜ୍ଞତା ନ ଥିବା ଭଗଓ୍ବନ୍ତ ମାନ୍‌ଙ୍କ ଉପରେ ସେଠାକାର ରାଜ୍ୟବାସୀ ବିଶ୍ୱାସ ଅଜାଡ଼ି ଦେଇଛନ୍ତି ବୋଲି ଆଲୋଚନା ହେଉଛି। କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ ଏଏପି ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ୯୩.୩ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ବୋଲି ଦଳୀୟ ସ୍ତରରେ କୁହାଯାଇଥିଲା। ସେହି ଆଧାରରେ ତାଙ୍କୁ ପଞ୍ଜାବରେ ଏଏପିର ନୂଆ ମୁହଁ ଭାବେ ଦଳ ପ୍ରଦର୍ଶନ କରିଥିଲା। ବହୁ ହିସାବ କରି ଏଏପିର ଜାତୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଓ ତାଙ୍କ ଦଳର ବରିଷ୍ଠ ସଦସ୍ୟମାନେ ଭଗଓ୍ବନ୍ତଙ୍କ ଉପରେ ଯେଉଁ ଆଶା ରଖିଥିଲେ ନିର୍ବାଚନ ଫଳାଫଳ ପରେ ସେ ଜଣେ ଭରସାଯୋଗ୍ୟ ନେତା ହେବାକୁ ସବୁମତେ ପ୍ରୟାସ କରିବେ ବୋଲି କହିଛନ୍ତି। ୧୬ ମାର୍ଚ୍ଚରେ ସେ କିମ୍ବଦନ୍ତୀ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ପୈତୃକ ଗ୍ରାମ ନଓ୍ବାନସହର ଜିଲାର ଖଟ୍‌କର କଲାନ୍‌ରେ ତାଙ୍କ ମନ୍ତ୍ରିମଣ୍ଡଳ ସହ ଶପଥ ନେବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ କହିଛନ୍ତି ଯେ କୌଣସି ସରକାରୀ କାର୍ଯ୍ୟାଳୟ କାନ୍ଥରେ ତାଙ୍କ ଫଟୋ ରହିବ ନାହିଁ। ସେହି ସ୍ଥାନରେ ସଂଗ୍ରାମୀ ଭଗତ ସିଂ ଓ ସମ୍ବିଧାନର ଅନ୍ୟତମ ପ୍ରଣେତା ବି.ଆର୍‌. ଆମ୍ବେଡ୍‌କରଙ୍କ ଫଟୋଚିତ୍ର ଶୋଭା ପାଇବ ବୋଲି ଭଗଓ୍ବନ୍ତ କହି ଏବେ ଚର୍ଚ୍ଚାକୁ ଆସିଛନ୍ତି। ରାଜଭବନରେ ଶପଥଗ୍ରହଣ ଉତ୍ସବ ନ ପାଳିବା ଓ ଫଟୋ ମାଧ୍ୟମରେ ନିଜର ପ୍ରଚାର କରିବାକୁ ଚାହିଁ ନ ଥିବା ଏଭଳି ବ୍ୟକ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ତାଙ୍କ ବିଷୟରେ ଅଧିକ କିଛି ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ଭଗଓ୍ବନ୍ତ ୧୭ ଅକ୍ଟୋବର ୧୯୭୩ରେ ପଞ୍ଜାବର ସାଙ୍ଗରୁର୍‌ ଜିଲା ସାତୋଜ ଗ୍ରାମରେ ଏକ ଶିଖ୍‌ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ହେଉଛନ୍ତି ମୋହିନ୍ଦର ସିଂ ଓ ମାତା ହର୍‌ପାଲ କୌର। ସେ ଶହୀଦ ଉଦ୍ଧାମ ସିଂ ସରକାରୀ କଲେଜରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। କଲେଜ ସମୟରେ ସେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ୟୁଥ୍‌ କମେଡି ଫେଷ୍ଟିଭାଲ ଓ ଆନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେଇ ଦୁଇ ଥର ସ୍ବର୍ଣ୍ଣପଦକ ପାଇଥିଲେ। ଏହା ପରେ ସେ କମେଡିକୁ କ୍ୟାରିୟର ଭାବେ ଗ୍ରହଣ କରି ରାଜନୀତି, ବ୍ୟବସାୟ ଓ କ୍ରୀଡ଼ା ସଂକ୍ରାନ୍ତ ବିଷୟବସ୍ତୁକୁ ପ୍ରସଙ୍ଗ ଭାବେ ନେଇ ନିଜ କଳା ପ୍ରଦର୍ଶନ କରିଥିଲେ। ପ୍ରଥମ କମେଡି ଆଲ୍‌ବମ୍‌ ସେ ଜଗ୍‌ତର୍‌ ଜାଗିଙ୍କ ସହ ମିଶି କରିଥିଲେ। ଆଲ୍‌ଫା ଇଟିସି ପଞ୍ଜାବୀରେ ଉଭୟେ ‘ଜୁଗ୍‌ନୁ କେହନ୍ଦା ହୈ’ ମାଧ୍ୟମରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ୧୦ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ। ତା’ ପରେ ଭଗଓ୍ବନ୍ତ ଅନ୍ୟତମ ଅଭିନେତା ରାଣା ରନ୍‌ବୀରଙ୍କ ସହିତ ମିଶି ‘ଜୁଗ୍‌ନୁ ମସ୍ତ ମସ୍ତ’ ଟେଲିଭିଜନ୍‌ କାର୍ଯ୍ୟକ୍ରମ କରିଥିଲେ। ତେବେ ୨୦୦୬ରେ ଭଗଓ୍ବନ୍ତ ଓ ଜାଗି ପୁଣି ମିଶି କନାଡା ଓ ଇଂଲଣ୍ଡରେ ‘ନୋ ଲାଇଫ୍‌ ଓ୍ବିଥ୍‌ ଓ୍ବାଇଫ୍‌’ ଶୋ କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ୨୦୦୮ରେ ସେ ଷ୍ଟାର୍‌ ପ୍ଲସ୍‌ର ‘ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫ୍ଟର ଚ୍ୟାଲେଞ୍ଜ’ରେ ଭାଗ ନେଇ ନିଜ ଦର୍ଶକଙ୍କ ସଂଖ୍ୟା ବଢ଼ାଇଥିଲେ। ସେ ମଧ୍ୟ ବଲ୍‌ଓ୍ବନ୍ତ ଡୁଲାଟ୍‌ଙ୍କ ନିର୍ଦ୍ଦେଶିତ ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ‘ମୈନ୍‌ ମା ପଞ୍ଜାବ ଦି’ରେ ଅଭିନୟ କରିଥିଲେ।
ଅଭିନେତା ଜୀବନରୁ ନେତା ଆଡ଼କୁ ମୁହଁାଇବାର ସୁଯୋଗ ତାଙ୍କୁ ୨୦୧୧ ପ୍ରାରମ୍ଭରେ ଜୁଟିଥିଲା। ସେ ପିପୁଲ୍ସ ପାର୍ଟି ଅଫ୍‌ ପଞ୍ଜାବରେ ଯୋଗ ଦେଇ ୨୦୧୨ରେ ଲେହରା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିଜ ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ। କିନ୍ତୁ ଅସଫଳ ହୋଇଥିଲେ। ୨୦୧୪ରେ ଭଗଓ୍ବନ୍ତ ଏଏପିରେ ଯୋଗଦେଇ ସଙ୍ଗରୁର୍‌ ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ସେଥିରେ ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖଦେବ ସିଂ ଧିଣ୍ଡସାଙ୍କୁ ହରାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ୨୦୧୭ ବିଧାନସଭା ନିର୍ବାଚନରେ ଜଲାଲବାଦରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ହାରିଯାଇଥିଲେ। ସେ ପ୍ରଚୁର ମଦ୍ୟପାନ କରୁଥିବା ନେଇ ଚାରିଆଡ଼େ ଆଲୋଚନା ହେବାରୁ ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ୍‌ ଆସିଥିଲା। ତେଣୁ ସେ ୨୦୧୯ର ଏକ ଦଳୀୟ ଶୋଭାଯାତ୍ରାରେ ଘୋଷଣା କରିଥିଲେ ଯେ, ସେ ଆଲ୍‌କହଲ ପରିତ୍ୟାଗ କଲେ ଓ କେବେ ତାହା ଛୁଇଁବେ ନାହିଁ। ନିଜକୁ ସୁଧାରି ନେବା ପରେ ସେ ୨୦୧୯ ସାଧାରଣ ନିର୍ବାଚନରେ ସାଙ୍ଗରୁର୍‌ରୁ ପୁଣି ୧୭ତମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ରାଜନୈତିକ କ୍ୟାରିୟରରେ ୧୮ ଜାନୁୟାରୀ ୨୦୨୨ ଥିଲା ଆଉ ଏକ ସଫଳ ଦିବସ। ସେହିଦିନ ଏଏପି ତାଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।
କମେଡି ଜଗତରେ ପାଦ ଦେଇ ରାଜନୈତିକ ବିଦ୍ରୂପଧର୍ମୀ ଲେଖା ଓ କବିତା ଆବୃତ୍ତି ସହ ଅଭିନୟ କରୁଥିବା ବ୍ୟକ୍ତି ଆଜି ଅନ୍ୟ କେଉଁ କମେଡିଆନ୍‌ଙ୍କ ପାଇଁ ଚରିତ୍ର ପାଲଟିଯିବା ହୁଏତ କ୍ୱଚିତ ଲୋକଙ୍କ ଭାଗ୍ୟରେ ଜୁଟିଥାଏ। ଭଗଓ୍ବନ୍ତଙ୍କ ଆଉ ଏକ ଦିଗ ପାଠକ ଜାଣିବା ପାଇଁ ଲେଖା ଗଲେ ସେ ଜଣେ ଭଲିବଲ ଖେଳାଳି ଭାବେ ପରିଚୟ ମଧ୍ୟ ସାଇତି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?