ପୁରୁଣା ପିଚୁ ଉପରେ ନୂଆ ଢଳେଇ

ବଇଣ୍ଡା, ୧୭।୪(ଡି.ଏନ୍‌.ଏ.): ଚୁକ୍ତି ଅବଧି ସରିଲାଣି। ହେଲେ କାମ ସରୁନି। ଯେତିକି କାମ ହୋଇଛି, ତାହା ବି ଅତି ନିମ୍ନମାନର। ପୁରୁଣା ପିଚୁ ରାସ୍ତାକୁ ନ ଭାଙ୍ଗି ତା’ ଉପରେ ପୁଣିଥରେ ଢଳେଇ କରାଯାଉଛି। ଅନୁଗୋଳ ଜିଲା ଆଠମଲ୍ଲିକଠାରୁ ଦରୁହା ପର୍ଯ୍ୟନ୍ତ ନିର୍ମାଣାଧୀନ ରାସ୍ତା କାମକୁ ନେଇ ଏଭଳି ପୁଳା ପୁଳା ଅଭିଯୋଗ ଉଠିଛି। ଏ ନେଇ ୪ ପଞ୍ଚାୟତର ବାସିନ୍ଦା ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହାର ନକଲ ୫-ଟି ସଚିବ, ପୂର୍ତ୍ତ ମନ୍ତ୍ରୀ, ସମ୍ବଲପୁର ଏମ୍‌ପି, ପୂର୍ତ୍ତ ସଚିବ, ଅନୁଗୋଳ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।
ଅନୁଗୋଳ ଜିଲା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ନୂଆଗଁା, ଅଏଡ଼ା, ଲୁହାସିଂହା, ଜାମୁଡୁଲି ପଞ୍ଚାୟତବାସୀଙ୍କ ଜୀବନରେଖା ହେଉଛି ଆଠମଲ୍ଲିକ-ଦରୁହା ପୂର୍ତ୍ତ ବିଭାଗ ରାସ୍ତା। ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଥିବା ୧୭ କିଲୋମିଟର ଦୀର୍ଘ ଉକ୍ତ ରାସ୍ତାର ଉନ୍ନତୀକରଣ ନାବାର୍ଡ ସହାୟତାରେ ଠିକାସଂସ୍ଥା ମାଧ୍ୟମରେ କରାଯାଉଛି। ଏଥିଲାଗି ଅଟକଳ ରହିଛି ୧୬.୫୪ କୋଟି ଟଙ୍କା। ଏହି ପିଚୁ ସଡ଼କ କାମ ୨୦୨୦ ନଭେମ୍ବର ୨ରେ ଆରମ୍ଭ ହୋଇଥିବାବେଳେ ୨୦୨୨ ଜାନୁଆରୀ ୧ ସୁଦ୍ଧା କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ଲାଗି ଠିକାସଂସ୍ଥ ଚୁକ୍ତି କରିଥିଲା। ତେବେ ଅବଧି ପୂରଣ ହୋଇ ୩ ମାସ ବିତିଯାଇଥିବାବେଳେ ମାତ୍ର ୪୦% କାମ ସରିଛି। ଅପରପକ୍ଷେ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି।
ନିୟମ ଅନୁଯାୟୀ ନୂତନ ପିଚୁ ଢଳେଇ ପୂର୍ବରୁ ପୁରୁଣା ପିଚୁ ବାହାର କରାଯିବା କଥା। ହେଲେ ପୁରୁଣା ରାସ୍ତାର ମେଟାଲ ବାହାର ନ କରି ତାହାରି ଉପରେ ପୁଣି ରାସ୍ତା ନିର୍ମାଣ କରାଯାଉଛି। ଫଳରେ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ରାସ୍ତା ନିର୍ମାଣ ସମୟରେ ଠିକ୍‌ ଭାବେ ପାଣି ସିଞ୍ଚନ କରାଯାଉନାହିଁ। ଆବଶ୍ୟକତା ଅନୁଯାୟୀ ରୋଲିଂ କିମ୍ବା ଭାଇବ୍ରେଟିଂ ମଧ୍ୟ ହେଉନାହିଁ। କେଉଁଠି ଦେଢ଼ ଇଞ୍ଚ ତ ଅନ୍ୟ କେଉଁଠି ଦୁଇ ଇଞ୍ଚର ମେଟାଲ ବିଛାଯାଇଛି। ମୋରମ ବିଛାଇବା ସମୟରେ ବଡ଼ ମେଟାଲ ଗୁଡ଼ିକ ଉପରକୁ ଉଠି ରହି ଦୁର୍ଘଟଣାର କାରଣ ସାଜୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ମୋରମ କିମ୍ବା କ୍ରଶର ଗୁଣ୍ଡ ପକାଇବା ପରିବର୍ତ୍ତେ ଅଳ୍ପ ଖୋଳି ପୁରୁଣା ପିଚୁ ଖଣ୍ଡ ଫିଲିଂ କରାଯାଇଛି। କାମ ବେଳେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନ ଥିବାରୁ ଠିକାସଂସ୍ଥା ମନଇଚ୍ଛା ନିମ୍ନମାନର କାର୍ଯ୍ୟ କରୁଥିବା କୁଟେଶ୍ୱର ଗ୍ରାମର କପିଳ ଦେହୁରୀ, ଚପେଶ୍ୱର ପ୍ରଧାନ, ବାହାଲି ଗ୍ରାମର ଶରତ ଚନ୍ଦ୍ର କର୍ଣ୍ଣ, ବସନ୍ତ ପ୍ରଧାନ, ନଅଗଁା ଗ୍ରାମର ବ୍ରଜମୋହନ ବେହେରା, ରବିନାରାୟଣ ମହାନ୍ତି, ପତାକା ଗ୍ରାମର ଜୟ ସିଂ, ଶତ୍ରୁଘ୍ନ ସାହୁ, ଲୁହାସିଂହା ଗ୍ରାମର ସଞ୍ଜୟ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହୋଇଛି। ତେଣୁ ତୁରନ୍ତ ଏହାର ଭିଜିଲାନ୍ସ ତଦନ୍ତ କରାଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଅପରପକ୍ଷେ ପଞ୍ଚାୟତବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଇଣ୍ଡା ପୂର୍ତ୍ତ ବିଭାଗ ଏସ୍‌ଡିଓ ଫକୀର ମୋହନ ସାହୁ। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରାସ୍ତା କାର୍ଯ୍ୟ ଠିକ୍‌ ଭାବେ ହେଉଛି। କୌଣସି ନିମ୍ନମାନର କାର୍ଯ୍ୟ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଦାମରୁ ୩୨୫ ବସ୍ତା ଧାନ ଜବତ

ଅନୁଗୋଳ ଅଫିସ,୪।୧: ଅନୁଗୋଳ ଜିଲା ଯୋଗାଣ ବିଭାଗ ସ୍କ୍ବାଡ୍‌ ଜଣେ ଧାନ ଦଲାଲଙ୍କୁ ଧରିବାରେ ସଫଳ ହୋଇଛି। ବଅଁରପାଳ ବ୍ଲକ ଫୁଲପଡ଼ା ଛକରେ ଥିବା ପଣ୍ଡପୁର...

ଜିଲା କାର୍ଯ୍ୟାଳୟ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ

ଅନୁଗୋଳ ଅଫିସ୍‌, ୧।୬- ସେସୁ ସହ ଏନ୍‌ଜେନ୍‌ର ଚୁକ୍ତି ଶେଷ ହେବା ଓ ସେସୁ ପରିଚାଳନା ଦାୟିତ୍ୱ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ୍‌କୁ ଯିବା ପରେ...

ଅଧିକାରୀ ଆସିଲେ ଦିଆଯିବ ଅନୁମତି

ଛେଣ୍ଡିପଦା, ୨୬।୭ (ସ୍ବ.ପ୍ର.) ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌ କାଟ। ବଦଳାଯାଉନି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଇଲେକ୍ଟ୍ରି ଖୁଣ୍ଟ। ନିର୍ଦ୍ଧାରିତ ଉଚ୍ଚତାକୁ ଉଠାଯାଉନି ଅତି ତଳକୁ...

କଚ୍ଛପ ଗତିରେ ଚାଲିଛି ଟିକିରା ସେତୁ ନିର୍ମାଣ : ୧୫ ମାସରେ ୧୦ ପ୍ରତିଶତ କାର୍ଯ୍ୟ

ତାଳଚେର, ୧୮ା୭(ନି.ପ୍ର.) – କଣିହଁ। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଲାଇଫ୍‌ ଲାଇନ କୁହାଯାଉଥିବା ଟିକରା ସେତୁ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ନିର୍ମାଣ ଦାୟିତ୍ୱ...

ଆଉ ଜଣେ ତୀର୍ଥଯାତ୍ରୀ ମୃତ

କଣିହାଁ ୪।୧୦(ଡି.ଏନ.ଏ.): ଝାଡ଼ଖଣ୍ଡ ହଜାରିବାଗଠାରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରବିବାର ଦୁର୍ଘଟଣାପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର...

ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା; ଖୁବ୍‌ଶୀଘ୍ର ପର୍ଦ୍ଦାଫାଶ କରିବ ପୋଲିସ

ଅନୁଗୋଳ ଅଫିସ, ୧୧।୧୧:  ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁରା ନାଏକ(୧୯)ଙ୍କ ମୃତଦେହ ସାକସିଙ୍ଗା ରାସ୍ତା ପାର୍ଶ୍ୱରୁ ଶୁକ୍ରବାର ଅନୁଗୋଳ ପୋଲିସ ଉଦ୍ଧାର କରିବା...

ମନମୁଖି ଯୋଗୁ ମନ୍ଥର

ବଇଣ୍ଡା, ୩୦।୧୧: ଠିକା ସଂସ୍ଥା ବଦଳିଲା। ହେଲେ ସେପରି ଅଗ୍ରଗତି ଦେଖିବାକୁ ମିଳୁନାହିଁ କାର୍ଯ୍ୟରେ। ପୂର୍ବପରି ଏହା କଚ୍ଛପ ଗତିରେ ଚାଲୁଥିବାରୁ ୫୫ନଂ. ଜାତୀୟ ରାଜପଥ...

ସୁଧୁରୁନି ସହର ପରିମଳ ବ୍ୟବସ୍ଥା:ରାସ୍ତା ପାଲଟିଲାଣି ଡମ୍ପିଂୟାର୍ଡ

ଅନୁଗୋଳ ଅଫିସ, ୭।୯- ସହର ସଫା କରିବାକୁ ଅନୁଗୋଳ ପୌରପାଳିକା ଯେପରି ଯୋଜନା ହୀନ ହୋଇପଡିଛି। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୌର କର୍ତ୍ତୃପକ୍ଷଙ୍କ କୌଣସି...

Advertisement
Archives

Model This Week