ପୁରୁଣା ପିଚୁ ଉପରେ ନୂଆ ଢଳେଇ

ବଇଣ୍ଡା, ୧୭।୪(ଡି.ଏନ୍‌.ଏ.): ଚୁକ୍ତି ଅବଧି ସରିଲାଣି। ହେଲେ କାମ ସରୁନି। ଯେତିକି କାମ ହୋଇଛି, ତାହା ବି ଅତି ନିମ୍ନମାନର। ପୁରୁଣା ପିଚୁ ରାସ୍ତାକୁ ନ ଭାଙ୍ଗି ତା’ ଉପରେ ପୁଣିଥରେ ଢଳେଇ କରାଯାଉଛି। ଅନୁଗୋଳ ଜିଲା ଆଠମଲ୍ଲିକଠାରୁ ଦରୁହା ପର୍ଯ୍ୟନ୍ତ ନିର୍ମାଣାଧୀନ ରାସ୍ତା କାମକୁ ନେଇ ଏଭଳି ପୁଳା ପୁଳା ଅଭିଯୋଗ ଉଠିଛି। ଏ ନେଇ ୪ ପଞ୍ଚାୟତର ବାସିନ୍ଦା ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହାର ନକଲ ୫-ଟି ସଚିବ, ପୂର୍ତ୍ତ ମନ୍ତ୍ରୀ, ସମ୍ବଲପୁର ଏମ୍‌ପି, ପୂର୍ତ୍ତ ସଚିବ, ଅନୁଗୋଳ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।
ଅନୁଗୋଳ ଜିଲା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ନୂଆଗଁା, ଅଏଡ଼ା, ଲୁହାସିଂହା, ଜାମୁଡୁଲି ପଞ୍ଚାୟତବାସୀଙ୍କ ଜୀବନରେଖା ହେଉଛି ଆଠମଲ୍ଲିକ-ଦରୁହା ପୂର୍ତ୍ତ ବିଭାଗ ରାସ୍ତା। ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଥିବା ୧୭ କିଲୋମିଟର ଦୀର୍ଘ ଉକ୍ତ ରାସ୍ତାର ଉନ୍ନତୀକରଣ ନାବାର୍ଡ ସହାୟତାରେ ଠିକାସଂସ୍ଥା ମାଧ୍ୟମରେ କରାଯାଉଛି। ଏଥିଲାଗି ଅଟକଳ ରହିଛି ୧୬.୫୪ କୋଟି ଟଙ୍କା। ଏହି ପିଚୁ ସଡ଼କ କାମ ୨୦୨୦ ନଭେମ୍ବର ୨ରେ ଆରମ୍ଭ ହୋଇଥିବାବେଳେ ୨୦୨୨ ଜାନୁଆରୀ ୧ ସୁଦ୍ଧା କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ଲାଗି ଠିକାସଂସ୍ଥ ଚୁକ୍ତି କରିଥିଲା। ତେବେ ଅବଧି ପୂରଣ ହୋଇ ୩ ମାସ ବିତିଯାଇଥିବାବେଳେ ମାତ୍ର ୪୦% କାମ ସରିଛି। ଅପରପକ୍ଷେ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି।
ନିୟମ ଅନୁଯାୟୀ ନୂତନ ପିଚୁ ଢଳେଇ ପୂର୍ବରୁ ପୁରୁଣା ପିଚୁ ବାହାର କରାଯିବା କଥା। ହେଲେ ପୁରୁଣା ରାସ୍ତାର ମେଟାଲ ବାହାର ନ କରି ତାହାରି ଉପରେ ପୁଣି ରାସ୍ତା ନିର୍ମାଣ କରାଯାଉଛି। ଫଳରେ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ରାସ୍ତା ନିର୍ମାଣ ସମୟରେ ଠିକ୍‌ ଭାବେ ପାଣି ସିଞ୍ଚନ କରାଯାଉନାହିଁ। ଆବଶ୍ୟକତା ଅନୁଯାୟୀ ରୋଲିଂ କିମ୍ବା ଭାଇବ୍ରେଟିଂ ମଧ୍ୟ ହେଉନାହିଁ। କେଉଁଠି ଦେଢ଼ ଇଞ୍ଚ ତ ଅନ୍ୟ କେଉଁଠି ଦୁଇ ଇଞ୍ଚର ମେଟାଲ ବିଛାଯାଇଛି। ମୋରମ ବିଛାଇବା ସମୟରେ ବଡ଼ ମେଟାଲ ଗୁଡ଼ିକ ଉପରକୁ ଉଠି ରହି ଦୁର୍ଘଟଣାର କାରଣ ସାଜୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ମୋରମ କିମ୍ବା କ୍ରଶର ଗୁଣ୍ଡ ପକାଇବା ପରିବର୍ତ୍ତେ ଅଳ୍ପ ଖୋଳି ପୁରୁଣା ପିଚୁ ଖଣ୍ଡ ଫିଲିଂ କରାଯାଇଛି। କାମ ବେଳେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନ ଥିବାରୁ ଠିକାସଂସ୍ଥା ମନଇଚ୍ଛା ନିମ୍ନମାନର କାର୍ଯ୍ୟ କରୁଥିବା କୁଟେଶ୍ୱର ଗ୍ରାମର କପିଳ ଦେହୁରୀ, ଚପେଶ୍ୱର ପ୍ରଧାନ, ବାହାଲି ଗ୍ରାମର ଶରତ ଚନ୍ଦ୍ର କର୍ଣ୍ଣ, ବସନ୍ତ ପ୍ରଧାନ, ନଅଗଁା ଗ୍ରାମର ବ୍ରଜମୋହନ ବେହେରା, ରବିନାରାୟଣ ମହାନ୍ତି, ପତାକା ଗ୍ରାମର ଜୟ ସିଂ, ଶତ୍ରୁଘ୍ନ ସାହୁ, ଲୁହାସିଂହା ଗ୍ରାମର ସଞ୍ଜୟ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହୋଇଛି। ତେଣୁ ତୁରନ୍ତ ଏହାର ଭିଜିଲାନ୍ସ ତଦନ୍ତ କରାଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଅପରପକ୍ଷେ ପଞ୍ଚାୟତବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଇଣ୍ଡା ପୂର୍ତ୍ତ ବିଭାଗ ଏସ୍‌ଡିଓ ଫକୀର ମୋହନ ସାହୁ। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରାସ୍ତା କାର୍ଯ୍ୟ ଠିକ୍‌ ଭାବେ ହେଉଛି। କୌଣସି ନିମ୍ନମାନର କାର୍ଯ୍ୟ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?