ହ୍ୟାଟ୍‌ ଫ୍ୟାଶନ

ଖରାଦିନେ ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷାପାଇବା ପାଇଁ ଅନେକେ ମୁଣ୍ଡରେ ହ୍ୟାଟ୍‌ (ଟୋପି) ବ୍ୟବହାର କରିଥାଆନ୍ତି। ଟୋପି କେବଳ ଖରାରୁ ସୁରକ୍ଷା ଦେଇଥାଏ ତାହା ନୁହେଁ, ଏହା ଆମକୁ ଟ୍ରେଣ୍ଡି ଲୁକ୍‌ ବି ପ୍ରଦାନ କରିଥାଏ। ସେଥିପାଇଁ ମାର୍କେଟ୍‌ରେ ଏହାର ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ସେମିତି କେତୋଟି ଷ୍ଟାଇଲିଶ୍‌ ସମର୍‌ ହ୍ୟାଟ୍‌ ସମ୍ପର୍କରେ…

* ଷ୍ଟାଇଲିଶ୍‌ ବକେଟ୍‌ ହ୍ୟାଟ୍‌: ଏହି ଧରଣର ହ୍ୟାଟ୍‌କୁ ଖରାଦିନେ ପିନ୍ଧିଲେ ବେଶ୍‌ ଆରାମଦାୟକ ଲାଗିଥାଏ। ଖାସ୍‌ କରି ଗରମ ଦିନେ ପ୍ରିଣ୍ଟେଡ୍‌ ଓ୍ବାଇଡ୍‌ ଲେଗ୍‌ ପ୍ୟାଣ୍ଟ ଓ ବେସିକ୍‌ ଟ୍ୟାଙ୍କ ଟପ୍‌ ସହ ଏହି ଷ୍ଟାଇଲିଶ୍‌ ବକେଟ୍‌ ହ୍ୟାଟ୍‌କୁ ପ୍ରେୟାର୍‌ କଲେ ଟିକେ ଡିଫରେଣ୍ଟ ଲୁକ୍‌ ମିଳିଥାଏ।

* କ୍ଲାସିକ୍‌ ଓ୍ବାଇଡ୍‌ ବ୍ରିମ୍‌ ହ୍ୟାଟ୍‌: ଏହି ଷ୍ଟାଇଲ୍‌ର ହ୍ୟାଟ୍‌ ସବୁ ପ୍ରକାରର ଆଉଟ୍‌ଫିଟ୍‌ ସହ ବେଶ୍‌ ଭଲ ମାନିଥାଏ। ଖାସ୍‌ କରି କ୍ଲାସିକ୍‌ ଟି-ଶାର୍ଟ ହେଉ ଅବା ବ୍ରାଇଟ୍‌ କଲର୍‌ର ଯେ କୌଣସି ଡ୍ରେସ୍‌ ସହ ମ୍ୟାଚିଂ କରି ଏହି ହ୍ୟାଟ୍‌ ପିନ୍ଧିଲେ ଲୁକ୍‌ ଖୁବ୍‌ ଆକର୍ଷଣୀୟ ଦେଖାଯାଇଥାଏ।

* କ୍ଲାସିକ୍‌ ଷ୍ଟ୍ର ହ୍ୟାଟ୍‌: ଗରମ ଦିନେ ସାଦାସିଧା ଷ୍ଟାଇଲ୍‌ର ଡେନିମ୍‌ ପ୍ୟାଣ୍ଟ ଓ ଟି-ଶାର୍ଟ ସହ ଏହି କ୍ଲାସିକ୍‌ ଷ୍ଟ୍ର ହ୍ୟାଟ୍‌କୁ ମ୍ୟାଚିଂ କରି ପିନ୍ଧିଲେ ମଡର୍ନ ଲୁକ୍‌ ମିଳିଥାଏ। ଯଦି ଆପଣଙ୍କର ଚୁଲ୍‌ବୁଲି ଲୁକ୍‌ ପସନ୍ଦ, ତା’ହେଲେ ଏ କ୍ଷେତ୍ରରେ ଆପଣ ଆଙ୍କେଲ୍‌ ଲେଙ୍ଗ୍‌ଥ ସ୍କର୍ଟ ଓ ଟପ୍ସ ହେଉ ଅବା ଯେ କୌଣସି ଆଙ୍କେଲ୍‌ ଲେଙ୍ଗ୍‌ଥ ଡ୍ରେସ୍‌ ସହ ଏହି ଷ୍ଟାଇଲ୍‌ର ହ୍ୟାଟ୍‌କୁ ଆରାମରେ କ୍ୟାରି କରିପାରିବେ।

* ଫିଶରମ୍ୟାନ୍‌ ହ୍ୟାଟ୍‌: ଖରାଦିନେ କୁଲ୍‌ ଲୁକ୍‌ ପାଇବାକୁ ଇଚ୍ଛା କରୁଥିଲେ, ଏହି ହ୍ୟାଟ୍‌ ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ ହୋଇପାରିବ। ଖାସ୍‌କରି ଗ୍ରାଫିକ୍‌ ପ୍ରିଣ୍ଟେଡ୍‌ ଟି-ଶାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ ସହ ଏହି ଷ୍ଟାଇଲ୍‌ର ହ୍ୟାଟ୍‌କୁ ପେୟାର୍‌ କରି ପିନ୍ଧିଲେ ଅତି ସହଜରେ କୁଲ୍‌ ଲୁକ୍‌ ପାଇହେବ। ଅନ୍ୟପକ୍ଷେ ଡେନିମ୍‌ ଜିନ୍ସ ଓ କ୍ରପ୍‌ ଟପ୍ସ ସହ ବି ଫିଶରମ୍ୟାନ୍‌ ହ୍ୟାଟ୍‌ ବେଶ୍‌ ଭଲ ମ୍ୟାଚ୍‌ କରିଥାଏ।

* ଫେଲ୍ଟ ହ୍ୟାଟ୍‌: ଯୁବତୀମାନେ ଚାହିଁଲେ ନିଜ ପସନ୍ଦ ମୁତାବକ ଯେ କୌଣସି ସମର୍‌ ଆଉଟ୍‌ଫିଟ୍‌ ସହ ଏହି ଷ୍ଟାଇଲ୍‌ର ହ୍ୟାଟ୍‌କୁ ଆରାମରେ କ୍ୟାରି କରି କ୍ଲାସି ଆଉ କୁଲ୍‌ ଲୁକ୍‌ ପାଇପାରିବେ।

* ଫେଡୋରା ହ୍ୟାଟ୍‌: ଏହି ହ୍ୟାଟ୍‌ ବି ଯୁବତୀଙ୍କୁ କୁଲ୍‌ ଲୁକ୍‌ ଦେଇଥାଏ। ସବୁଠୁ ବଡ଼ କଥା ହେଉଛି, ଏହି ଷ୍ଟାଇଲ୍‌ର ହ୍ୟାଟ୍‌କୁ ଉଭୟ ପୁରୁଷ ଓ ମହିଳା ଆରାମରେ ବ୍ୟବହାର କରିପାରିବେ। ସେହିପରି ଯେ କୌଣସି ଆଉଟ୍‌ଫିଟ୍‌ ସହ ଏହି ହ୍ୟାଟ୍‌ ବେଶ୍‌ ଭଲ ମ୍ୟାଚ୍‌ ମଧ୍ୟ କରିଥାଏ।

* ଫ୍ଲପି ଆଣ୍ଡ ଷ୍ଟ୍ରାଇପ୍ଡ ହ୍ୟାଟ୍‌: ଏହି ହ୍ୟାଟ୍‌ରେ ଷ୍ଟ୍ରାଇପ୍‌ ପ୍ରିଣ୍ଟ ରହୁଥିବାରୁ ଏହା ଦେଖିବାକୁ ଖୁବ୍‌ ଟ୍ରେଣ୍ଡି ଲାଗିଥାଏ। ତା’ଛଡ଼ା ଏହି ହ୍ୟାଟ୍‌ର ବ୍ରିମ୍‌ ବା ଚତୁଃପାର୍ଶ୍ୱର ଚଉଡ଼ା ଟିକେ ଅଧିକ ରହୁଥିବାରୁ ସୂର୍ଯ୍ୟକିରଣରୁ ଏହା ମୁହଁକୁ ବେଶ୍‌ ଭଲ ସୁରକ୍ଷା ପ୍ରଦାନ କରିଥାଏ।

* ଫ୍ଲୋରାଲ୍‌ ପ୍ରିଣ୍ଟ ହ୍ୟାଟ୍‌: ଫ୍ଲୋରାଲ୍‌ ପ୍ରିଣ୍ଟର ଆଉଟ୍‌ଫିଟ୍‌ ଖରାଦିନେ ରିଫ୍ରେଶିଂ ଲୁକ୍‌ ଦେଇଥାଏ। ସେହିପରି ଫ୍ଲୋରାଲ୍‌ ପ୍ରିଣ୍ଟ ହ୍ୟାଟ୍‌ ବି ଖରାଦିନ ପାଇଁ ଏକ ବେଷ୍ଟ ଅପ୍ସନ ହୋଇପାରେ। ଆପଣ ଚାହିଁଲେ ଫ୍ଲୋରାଲ୍‌ ପ୍ରିଣ୍ଟର ଯେ କୌଣସି ଆଉଟ୍‌ଫିଟ୍‌ ସହ ଏହି ଧରଣର ହ୍ୟାଟ୍‌କୁ ଟ୍ରାଏ କରି ଫ୍ରେଶ୍‌ ଲୁକ୍‌ ପାଇପାରିବେ।

* ଜିପ୍‌ ପକେଟ୍‌ ହ୍ୟାଟ୍‌: ଏହି ହ୍ୟାଟ୍‌ ଖରାଦାଉରୁ ରକ୍ଷା କରିବା ସହ ଏଥିରେ ଜିପ୍‌ ବା ଚେନ୍‌ ଲାଗିଥିବାରୁ ଆପଣ ଚାହିଁଲେ ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରିରେ ଚମକିବ ଏସବୁ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ, ଜାଣି ନିଅନ୍ତୁ…

ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ୱ ରହିଛି। ଏହି ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ। ଏହାଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ...

ଶରୀର ପାଇଁ କେତେ ଜରୁରୀ ସୂର୍ଯ୍ୟକିରଣ

ଶୀତଦିନେ ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ସହ କିଛି ସମୟ ସୂର୍ଯ୍ୟକିରଣରେ ବସିବା ବି ଜରୁରୀ। କାରଣ ଏହିଦିନେ ଆମେ ଶୀତରୁ ରକ୍ଷା...

ଅଦା ଚା’ ପିଉଥିଲେ….

ଅଦା ଚା’ ଆବଶ୍ୟକରୁ ଅଧିକ ପିଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦେଖାଦେଇପାରେ। ଅଦା ଖାଦ୍ୟ ହଜମ କରିବାରେ ସାହାଯ୍ୟକରେ। ହେଲେ ଅଦାରେ ଥିବା ଜିଞ୍ଜୋରୋଲସ୍‌ ନାମକ...

ନିଉଟନୀୟ ଓ ଆଇନଷ୍ଟାଇନୀୟ ମାଧ୍ୟାକର୍ଷଣ

ଆମେ ଟେକାଟିଏ ଫିଙ୍ଗିଲେ ତାହା ଉଚ୍ଚକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ପୃଥିବୀ ପୃଷ୍ଠକୁ ଖସି ପଡୁଛି। ଫଳଟିଏ ପାଚିଲେ ଗଛରୁ ଛିଣ୍ଡିଯାଇ ତଳେ ପଡୁଛି।...

ସାତ ଘଣ୍ଟାରୁ କମ୍‌ ଶୋଉଛନ୍ତି କି.. ଦେଖାଦେଇପାରେ ଏସବୁ ସମସ୍ୟା

ସୁନିଦ୍ରା ସୁସ୍ଥ ଜୀବନର ଚାବିକାଠି। କାରଣ ସୁସ୍ଥ ଏବଂ ନିରୋଗ ରହିବା ସକାଶେ ପ୍ରତ୍ୟେହ ଆବଶ୍ୟକ ମୁତାବକ ନିଦ୍ରାର ଆବଶ୍ୟକତା ରହିଛି। ମାତ୍ର ଆଜିକାଲିର ବ୍ୟସ୍ତବହୁଳ...

ଭାରତର ସୌର ଅଭିଯାନ

ଭାରତ ଚନ୍ଦ୍ରପୃଷ୍ଠରେ ସଫଳ ଭାବରେ ‘ଚନ୍ଦ୍ରୟାନ-୩’ର ଲ୍ୟାଣ୍ଡରକୁ ଅବତରଣ କରାଇ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅନ୍ୟ କୌଣସି ଦେଶର ଯାନ ଅବତରଣ...

ଏହି ଭୁଲ୍‌ ପାଇଁ ଦେଖାଦେଇପାରେ ଆର୍ଥିକ ସମସ୍ୟା

ବାସ୍ତୁଶାସ୍ତ୍ରରେ ଘରର କେଉଁ ଜିନିଷ କେଉଁ ସ୍ଥାନରେ ରହିବା ଉଚିତ୍‌ ଏହା ବର୍ଣ୍ଣନା କରାଯାଇଛି। ଅନେକ ସମୟରେ ଏହା ମଧ୍ୟ ଠିକ୍‌ ସ୍ଥାନରେ ନ ରହିଲେ...

ବାହାର କାନ୍ଥରେରଙ୍ଗ ଲଗାଉଥିଲେ

ଘର ଭିତରର ସାଜସଜ୍ଜା ସାଙ୍ଗକୁ ବାହାର କାନ୍ଥରେ କେଉଁ ରଙ୍ଗ ଲଗାଇଲେ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ, ଜାଣନ୍ତୁ ସେ ସମ୍ପର୍କରେ… ଶାନ୍ତିର ପ୍ରତୀକ ହେଉଛି...

Advertisement
Archives

Model This Week