ପାର୍କିଂସ୍ଥଳ ନିର୍ମାଣକୁ ବିରୋଧ

ଢେଙ୍କାନାଳ ଅଫିସ,୧୭।୪: ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ନିର୍ମାଣାଧୀନ ପାର୍କିଂ ସ୍ଥଳକୁ ଶନିବାର ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଜଙ୍ଗଲ ଜମିରେ ଉକ୍ତ ଯାନବାହନ ରହଣି ସ୍ଥଳ ନିର୍ମାଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।
୫୫ନଂ. ଜାତୀୟ ରାଜପଥଠାରୁ ସରପା ପର୍ଯ୍ୟନ୍ତ ନିର୍ମିତ କଂକ୍ରିଟ ରାସ୍ତାର ତାଳବାହାଳ ଗ୍ରାମ ପୂର୍ବରୁ ଏକ ଜମିରେ କମ୍ପାନୀ ପକ୍ଷରୁ ଉକ୍ତ ବାଇକ୍‌ ପାର୍କିଂ ସ୍ଥଳ ନିର୍ମାଣ କରାଯାଉଛି। ସୂଚନା ପାଇ ନରେନ୍ଦ୍ରପୁର, ତାଳବାହାଳ, ବାଦିବାହାଳ ଅଞ୍ଚଳର ଶତାଧିକ ଗ୍ରାମବାସୀ ଏକାଠି ହୋଇ ଏହାର ବିରୋଧ କରିଥିଲେ। ଡାକ୍ତରଖାନା, ବିଦ୍ୟାଳୟ ବ୍ୟତୀତ ଅନ୍ୟ କୌଣସି କାମ ପାଇଁ କମ୍ପାନୀକୁ ଜଙ୍ଗଲ ଜମି ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି କହି ସେମାନେ ଅଡ଼ି ବସିଥିଲେ। ଉକ୍ତ ସ୍ଥାନରେ ୫୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ କରାଯିବା ପାଇଁ କମ୍ପାନୀ ପକ୍ଷରୁ ପ୍ରଥମେ ସୂଚନା ଦିଆଯାଇଥିଲା। ତେବେ ଏହାକୁ ଖିଲାପ କରି ସେଠାରେ ପାର୍କିଂ ଷ୍ଟାଣ୍ଡ ନିର୍ମାଣ ହେଉଥିବା ସେମାନେ ଅଭିଯୋଗ କରିଥିଲେ। ଉତ୍ତେଜନା ବଢ଼ିବାରୁ କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ ପୋଲିସ ପହଞ୍ଚତ୍ ଆଲୋଚନା କରିଥିଲେ। ମଙ୍ଗଳବାର ବୈଠକ ଡକାଯାଇ ଏ ବିଷୟରେ ବିସ୍ତୃତ ସମୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି।
ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, କାରଖାନା, କର୍ମଚାରୀ ଏବଂ କମ୍ପାନୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁଇଚକିଆ ଯାନ ପାଇଁ ପାର୍କିଂ ସ୍ଥାନ ବିକଶିତ କରିବା ହେଉଛି ଏ ଦିଗରେ ନିଆଯାଇଥିବା ଅନ୍ୟତମ ପ୍ରମୁଖ ପଦକ୍ଷେପ। ଓଡ଼ାପଡ଼ା ତହସିଲର ନରେନ୍ଦ୍ରପୁର ଗ୍ରାମ ନିକଟ କମ୍ପାନୀ ଜମିରେ ଏହି ପାର୍କିଂ ସ୍ଥାନ ବିକଶିତ କରାଯାଉଛି ବୋଲି ଏଥିରେ ସ୍ପଷ୍ଟୀକରଣ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri