ପାର୍କିଂସ୍ଥଳ ନିର୍ମାଣକୁ ବିରୋଧ

ଢେଙ୍କାନାଳ ଅଫିସ,୧୭।୪: ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ନିର୍ମାଣାଧୀନ ପାର୍କିଂ ସ୍ଥଳକୁ ଶନିବାର ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଜଙ୍ଗଲ ଜମିରେ ଉକ୍ତ ଯାନବାହନ ରହଣି ସ୍ଥଳ ନିର୍ମାଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।
୫୫ନଂ. ଜାତୀୟ ରାଜପଥଠାରୁ ସରପା ପର୍ଯ୍ୟନ୍ତ ନିର୍ମିତ କଂକ୍ରିଟ ରାସ୍ତାର ତାଳବାହାଳ ଗ୍ରାମ ପୂର୍ବରୁ ଏକ ଜମିରେ କମ୍ପାନୀ ପକ୍ଷରୁ ଉକ୍ତ ବାଇକ୍‌ ପାର୍କିଂ ସ୍ଥଳ ନିର୍ମାଣ କରାଯାଉଛି। ସୂଚନା ପାଇ ନରେନ୍ଦ୍ରପୁର, ତାଳବାହାଳ, ବାଦିବାହାଳ ଅଞ୍ଚଳର ଶତାଧିକ ଗ୍ରାମବାସୀ ଏକାଠି ହୋଇ ଏହାର ବିରୋଧ କରିଥିଲେ। ଡାକ୍ତରଖାନା, ବିଦ୍ୟାଳୟ ବ୍ୟତୀତ ଅନ୍ୟ କୌଣସି କାମ ପାଇଁ କମ୍ପାନୀକୁ ଜଙ୍ଗଲ ଜମି ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି କହି ସେମାନେ ଅଡ଼ି ବସିଥିଲେ। ଉକ୍ତ ସ୍ଥାନରେ ୫୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ କରାଯିବା ପାଇଁ କମ୍ପାନୀ ପକ୍ଷରୁ ପ୍ରଥମେ ସୂଚନା ଦିଆଯାଇଥିଲା। ତେବେ ଏହାକୁ ଖିଲାପ କରି ସେଠାରେ ପାର୍କିଂ ଷ୍ଟାଣ୍ଡ ନିର୍ମାଣ ହେଉଥିବା ସେମାନେ ଅଭିଯୋଗ କରିଥିଲେ। ଉତ୍ତେଜନା ବଢ଼ିବାରୁ କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ ପୋଲିସ ପହଞ୍ଚତ୍ ଆଲୋଚନା କରିଥିଲେ। ମଙ୍ଗଳବାର ବୈଠକ ଡକାଯାଇ ଏ ବିଷୟରେ ବିସ୍ତୃତ ସମୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି।
ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, କାରଖାନା, କର୍ମଚାରୀ ଏବଂ କମ୍ପାନୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁଇଚକିଆ ଯାନ ପାଇଁ ପାର୍କିଂ ସ୍ଥାନ ବିକଶିତ କରିବା ହେଉଛି ଏ ଦିଗରେ ନିଆଯାଇଥିବା ଅନ୍ୟତମ ପ୍ରମୁଖ ପଦକ୍ଷେପ। ଓଡ଼ାପଡ଼ା ତହସିଲର ନରେନ୍ଦ୍ରପୁର ଗ୍ରାମ ନିକଟ କମ୍ପାନୀ ଜମିରେ ଏହି ପାର୍କିଂ ସ୍ଥାନ ବିକଶିତ କରାଯାଉଛି ବୋଲି ଏଥିରେ ସ୍ପଷ୍ଟୀକରଣ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଅରୁ ମିଳିଲା ପୀତବାସଙ୍କ ମୃତଦେହ

ଢେଙ୍କାନାଳ ଅଫିସ, ୮।୧୧: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବୋରାପଦା ଖମାର ଗ୍ରାମର ନିଖୋଜ ବ୍ୟବସାୟୀ ପୀତବାସ ଦାସ (୪୮)ଙ୍କ କ୍ଷତବିକ୍ଷତ ମୃତଦେହ ଘରଠାରୁ...

ଅନୁଦାନ ମିଳିଲା, ଆଶଙ୍କାରେ ଉନ୍ନତି

ଢେଙ୍କାନାଳ ଅଫିସ,୧୮।୨: କପିଳାସ କ୍ଷେତ୍ରାଧିପତି ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆସ୍ଥାନ ତଥା ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠର ଗର୍ଭଗୃହ ଦୁର୍ବଳ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଭିଜୁଛନ୍ତି...

କଟକଣାକୁ ବେଖାତିର, ୨୧ ଗିରଫ

ଢେଙ୍କାନାଳ ଅଫିସ, ୨୫।୩-ଲକ୍‌ଡାଉନ କଟକଣାକୁ ମାନୁନାହାନ୍ତି ଜନସାଧାରଣ। ସୁରକ୍ଷାକୁ ବିପନ୍ନ କରି ଖୋଲାମେଲାରେ ବୁଲୁଛନ୍ତି। ଏହାକୁ ନେଇ କଠୋର ହୋଇଛି ଢେଙ୍କାନାଳ ଜିଲା ପ୍ରଶାସନ। ଆଇନ...

ବୈଜ୍ଞାନିକ ପଦ୍ଧତିରେ ହେଉ ଶିକ୍ଷାଦାନ

କାମାକ୍ଷାନଗର,୨୫।୧୨(ଡି.ଏନ.ଏ.) କାମାକ୍ଷାନଗର ବ୍ଲକ ବୁଢିବିଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକ ସମାରୋହ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ସଭାପତି ନୃସିଂହଚରଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ...

ମାଛଚାଷ କରିବ ସ୍ବାବଲମ୍ବୀ

ଢେଙ୍କାନାଳ ଅଫିସ, ୨୩।୧୨: ଢେଙ୍କାନାଳ ଜିଲାରେ ମାଛଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଯୁବଚାଷୀମାନେ ନିଜସ୍ବ ଉଦ୍ୟମରେ ମାଛ ଫାର୍ମିଂ କରି ପର୍ଯ୍ୟାପ୍ତ ରୋଜଗାର କରୁଛନ୍ତି।...

ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତି; ବି-ଟେକ୍‌ ଛାତ୍ରଙ୍କୁ ମାଡ଼ ଅଭିଯୋଗ

ପରଜଙ୍ଗ, ୧୮।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି)ରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଶନିବାର ଘଟିଥିବା ସାମାନ୍ୟ ଗଣ୍ଡଗୋଳ ରବିବାର...

‘କଲେଜ ଭିତ୍ତିଭୂମି ସୁଦୃଢ଼ କର’

ଢେଙ୍କାନାଳ ଅଫିସ, ୧୮।୧୨ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ କଲେଜଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ଲାଗି ଏକ ବୈଠକ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ...

ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର

ଖମାର,୨୦ା୧- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ପଞ୍ଚାୟତ କୋଚିଆବେଡା ସଂରକ୍ଷିତ ଜଙ୍ଗଲରୁ ବୁଧବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମହିଳାମାନେ ଜାଳେଣି...

Advertisement
Archives

Model This Week