ଶିମିଳିପାଳ ପାଦଦେଶରେ ଦୂର ହେବ ନେଟୱର୍କ ସମସ୍ୟା

ବିଶୋଇ, ୮ା୪ (ଡି.ଏନ.ଏ) ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ଅଞ୍ଚଳରେ ଦୀର୍ଘ ଦିନ ଧରି ମୋବାଇଲ ନେଟୱର୍କ ସମସ୍ୟା ଲାଗିରହିଥିଲା। ସାରସକଣା ବିଧାୟକ ଡାକ୍ତର ବୁଢାନ ମୁର୍ମୁଙ୍କ ପ୍ରଚେଷ୍ଟାରେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗର ସଞ୍ଚାର ମନ୍ତ୍ରାଳୟ ସହିତ ବିଧାୟକ ଡାକ୍ତର ମୁର୍ମୁଙ୍କ ହସ୍ତକ୍ଷେପ ପରେ ବିଶୋଇ ବ୍ଲକର ଖଡ଼ମବେଡା ପଞ୍ଚାୟତ ସ୍ଥିତ ବାଢୁଣିଆ ଓ ଏନ. ବି ପୋଖରିଆ ପଞ୍ଚାୟତର ରଙ୍ଗାମାଟିଆ ଅଞ୍ଚଳରେ ମୋବାଇଲ ଟାୱାର ବସିବାକୁ ଯାଉଛି।
ବିଶୋଇ ବ୍ଲକର ୧୩ ଗୋଟି ପଞ୍ଚାୟତର ୧୫୦ରୁ ଉଦ୍ଧର୍‌ବ ଗ୍ରାମ ରହିଥିବା ବେଳେ ବ୍ଲକର ଏନ. ବି ପୋଖରିଆ, ଜୁଡ଼ିଆ ଓ ବାଉତିବେଡା ପ୍ରମୁଖ ପଞ୍ଚାୟତର ୫୦ରୁ ଉଦ୍ଧର୍‌ବ ଗ୍ରାମରେ ମୋବାଇଲ ନେଟୱର୍କ ସମସ୍ୟା ଲାଗି ରହିଛି। ଫଳରେ ଏହି ଅଞ୍ଚଳର ଜନସାଧାରଣ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ତେବେ, କରୋନା ମହାମାରୀ ସମୟରେ ଏହି ଅଞ୍ଚଳରେ ଥିବା ମେଧାବୀ ଛାତ୍ରୀଛାତ୍ର ମଧ୍ୟ ଅନଲାଇନ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେବା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଉକ୍ତ ମୁଖ୍ୟ ସମସ୍ୟା ପ୍ରସଙ୍ଗକୁ ନେଇ ବିଧାୟକ ଡାକ୍ତର ବୁଢାନ ମୁର୍ମୁ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଚିଠି କରିବା ସହିତ ବାଢୁଣିଆ ଓ ରଙ୍ଗାମାଟିଆରେ ମୋବାଇଲ ଟାୱାର ସ୍ଥାପନ ନେଇ ଅବଗତ କରାଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗକୁ ଗୁରୁତ୍ୱ ନେଇ ଦୂରସଞ୍ଚାର ବିଭାଗର ମହା ନିର୍ଦ୍ଦେଶକଙ୍କୁ ତର୍ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମହାନିର୍ଦ୍ଦେଶକ ନିଜାମୁଲ ହକଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀଙ୍କ ତର୍ଜମା ପରେ ଏନ.ବି ପୋଖରିଆ ପଞ୍ଚାୟତର ରଙ୍ଗାମିଆଟିଆ ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ ହେବାକୁ ଯାଉଛି ବୋଲି ବିଭାଗୀୟ ଅଧିକାରୀଙ୍କ ପାଖରୁ ସୂଚନା ଜାରି କରାଯାଇଛି। ସେହିପରି ବାଢୁଣିଆ ଅଞ୍ଚଳରେ ପୂର୍ବରୁ ବିଏସଏନଏଲ ଟାୱାର ସ୍ଥାପନ ହୋଇ ସାରିଛି। ଖୁବଶୀଘ୍ର ବାଢୁଣିଆରେ ମୋବାଇଲ ନେଟୱର୍କ ସ୍ଥାପନ କରାଯିବ ବୋଲି ବିଭାଗୀୟ ଅଧିକାରୀ ବିଧାୟକଙ୍କୁ ରିପୋର୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଭଡ଼ା ଘରୁ ମିଳିଲା ଲୋକୋ ପାଇଲଟଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ…

ଟିଟିଲାଗଡ଼/ବଲାଙ୍ଗୀର,୨୬।୮(ସଞ୍ଜୟ ବେହେରା/ସୁନିଲ କୁମାର ମହାନ୍ତି): ଟିଟିଲାଗଡ଼ ସହରର ମାଲଗୋଦାମ ପଡା ସ୍ଥିତ ଏକ ଭଡା ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।…

ସ୍କୁଟି ନେଇ ଫେରାଇଲେନି; ମାଲିକାଣୀଙ୍କୁ ଦେଲେ ହତ୍ୟା ଧମକ; ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା ପ୍ରତାପଗିରି ଗ୍ରାମର ବି. କାଳିଆ ପାତ୍ର(୪୪) ନାମକ ଜଣେ ଯୁବକଙ୍କୁ ଗିରଫ କରି…

ପୂର୍ବତନ ବିଧାୟକଙ୍କ ପରଲୋକ, ପଦ୍ମପୁରରେ ଶୋକର ଛାୟା

ପଦ୍ମପୁର,୨୬।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୫…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର/ଲୋଇସିଂହା,୨୬।୮(ସୁନିଲ କୁମାର ମହାନ୍ତି/ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri