ଶିମିଳିପାଳ ପାଦଦେଶରେ ଦୂର ହେବ ନେଟୱର୍କ ସମସ୍ୟା

ବିଶୋଇ, ୮ା୪ (ଡି.ଏନ.ଏ) ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ଅଞ୍ଚଳରେ ଦୀର୍ଘ ଦିନ ଧରି ମୋବାଇଲ ନେଟୱର୍କ ସମସ୍ୟା ଲାଗିରହିଥିଲା। ସାରସକଣା ବିଧାୟକ ଡାକ୍ତର ବୁଢାନ ମୁର୍ମୁଙ୍କ ପ୍ରଚେଷ୍ଟାରେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗର ସଞ୍ଚାର ମନ୍ତ୍ରାଳୟ ସହିତ ବିଧାୟକ ଡାକ୍ତର ମୁର୍ମୁଙ୍କ ହସ୍ତକ୍ଷେପ ପରେ ବିଶୋଇ ବ୍ଲକର ଖଡ଼ମବେଡା ପଞ୍ଚାୟତ ସ୍ଥିତ ବାଢୁଣିଆ ଓ ଏନ. ବି ପୋଖରିଆ ପଞ୍ଚାୟତର ରଙ୍ଗାମାଟିଆ ଅଞ୍ଚଳରେ ମୋବାଇଲ ଟାୱାର ବସିବାକୁ ଯାଉଛି।
ବିଶୋଇ ବ୍ଲକର ୧୩ ଗୋଟି ପଞ୍ଚାୟତର ୧୫୦ରୁ ଉଦ୍ଧର୍‌ବ ଗ୍ରାମ ରହିଥିବା ବେଳେ ବ୍ଲକର ଏନ. ବି ପୋଖରିଆ, ଜୁଡ଼ିଆ ଓ ବାଉତିବେଡା ପ୍ରମୁଖ ପଞ୍ଚାୟତର ୫୦ରୁ ଉଦ୍ଧର୍‌ବ ଗ୍ରାମରେ ମୋବାଇଲ ନେଟୱର୍କ ସମସ୍ୟା ଲାଗି ରହିଛି। ଫଳରେ ଏହି ଅଞ୍ଚଳର ଜନସାଧାରଣ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ତେବେ, କରୋନା ମହାମାରୀ ସମୟରେ ଏହି ଅଞ୍ଚଳରେ ଥିବା ମେଧାବୀ ଛାତ୍ରୀଛାତ୍ର ମଧ୍ୟ ଅନଲାଇନ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେବା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଉକ୍ତ ମୁଖ୍ୟ ସମସ୍ୟା ପ୍ରସଙ୍ଗକୁ ନେଇ ବିଧାୟକ ଡାକ୍ତର ବୁଢାନ ମୁର୍ମୁ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଚିଠି କରିବା ସହିତ ବାଢୁଣିଆ ଓ ରଙ୍ଗାମାଟିଆରେ ମୋବାଇଲ ଟାୱାର ସ୍ଥାପନ ନେଇ ଅବଗତ କରାଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗକୁ ଗୁରୁତ୍ୱ ନେଇ ଦୂରସଞ୍ଚାର ବିଭାଗର ମହା ନିର୍ଦ୍ଦେଶକଙ୍କୁ ତର୍ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମହାନିର୍ଦ୍ଦେଶକ ନିଜାମୁଲ ହକଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀଙ୍କ ତର୍ଜମା ପରେ ଏନ.ବି ପୋଖରିଆ ପଞ୍ଚାୟତର ରଙ୍ଗାମିଆଟିଆ ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ ହେବାକୁ ଯାଉଛି ବୋଲି ବିଭାଗୀୟ ଅଧିକାରୀଙ୍କ ପାଖରୁ ସୂଚନା ଜାରି କରାଯାଇଛି। ସେହିପରି ବାଢୁଣିଆ ଅଞ୍ଚଳରେ ପୂର୍ବରୁ ବିଏସଏନଏଲ ଟାୱାର ସ୍ଥାପନ ହୋଇ ସାରିଛି। ଖୁବଶୀଘ୍ର ବାଢୁଣିଆରେ ମୋବାଇଲ ନେଟୱର୍କ ସ୍ଥାପନ କରାଯିବ ବୋଲି ବିଭାଗୀୟ ଅଧିକାରୀ ବିଧାୟକଙ୍କୁ ରିପୋର୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri