ଖବରଦାତା ରୋହିତଙ୍କ ପରିବାର ଲାଗି ୧୩ ଲକ୍ଷର ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୫।୨(ବ୍ୟୁରୋ): ମାଓବାଦୀଙ୍କ ବିସ୍ଫୋରଣରେ ପ୍ରାଣ ହରାଇଥିବା ଖବରଦାତାଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୁବ ଖବରଦାତା ରୋହିତ ବିଶ୍ୱାଳ(୪୭)ଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଦେବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବା ନେଇ ଶନିବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଖବର ସଂଗ୍ରହ କରିବାକୁ ଯାଇ ଶନିବାର ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣରେ ଆଖି ବୁଜିଥିଲେ ‘ଧରିତ୍ରୀ’ର ଖବରଦାତା ତଥା ଓଜେୟୁର ସକ୍ରିୟ ସଭ୍ୟ ରୋହିତ। ତାଙ୍କ ଘର ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରିରେ। କଳାହାଣ୍ଡି ଜିଲା ମାଓବାଦୀ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା। କରଲାଖୁଣ୍ଟାରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ରୋହିତ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ପୋଷ୍ଟରଟି ଏକ ଗଛରେ ଲାଗିଥିବା ବେଳେ ତଥ୍ୟ ସଂଗ୍ରହ ପାଇଁ ରୋହିତ ଉକ୍ତ ଗଛ ନିକଟକୁ ଯାଇଥିଲେ। ତେବେ ହଠାତ୍‌ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri