ମାତୃଭାଷାର ବଶିଷ୍ଠମାନେ

ଭୁବନେଶ୍ୱରରେ ଯେତେବେଳେ ଓଡ଼ିଆ ଭାଷା ସାହିତ୍ୟର ବିଶ୍ୱ ସମ୍ମିଳନୀ ଧୁମ୍‌ଧାମ୍‌ରେ ଚାଲିଥିଲା, ସେତିକିବେଳେ ଏ ଲେଖକ ଅର୍ଥାତ୍‌ ଫେବୃଆରୀ ୪ ରେ ଜଗତ୍‌ସିଂହପୁରର ଗୋଟିଏ ଗାଁରେ ଏକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବରେ ଯୋଗଦେବାର ସୌଭାଗ୍ୟ ପାଇଥିଲା। ଉତ୍ସବର ଦ୍ୱିତୀୟ ଅଧିବେଶନ ଦିନ ଦୁଇଟାରେ ଆରମ୍ଭ ହେବାର ଥିଲେ ବି ପ୍ରଥମ ଅଧିବେଶନର କବିତା ପାଠୋତ୍ସବରେ ପାଖଆଖ ଗାଁର କବି, କବୟିତ୍ରୀମାନଙ୍କ କବିତା ଆବୃତ୍ତି, ପଠନ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗଡ଼ିଚାଲିବାରୁ ଦ୍ୱିତୀୟ ଅଧିବେଶନ ବେଳକୁ ଶୀତଦିନିଆ ଛୋଟ ଦିନଟି ନଇଁ ଆସିଥିଲା। ଦ୍ୱିତୀୟ ଅଧିବେଶନର ମୁଖ୍ୟ ଅତିଥି ଅଠାନବେ ବର୍ଷର ସେହି ମଣିଷ ଜଣକ ବସିରହିଥାନ୍ତି ନିଶ୍ଚଳ ଗୋଟିଏ ବଟବୃକ୍ଷ ମୂଳରେ କାହିଁ କେଉଁକାଳୁ ଥାପନା କରାଯାଇଥିବା ସିନ୍ଦୂରମଖା ଶିଳାଖଣ୍ଡ ପରି-ବରାଭୟ ମୁଦ୍ରାରେ। କବିତା ପାଠୋତ୍ସବର ଶେଷ କବି ଜଣକ ଯେତେବେଳେ ଭକ୍ତ କବିଙ୍କ ଅନୁକରଣରେ ଲେଖିଥିବା ତାଙ୍କ କବିତା ସୁଲଳିତ କଣ୍ଠରେ ଗାନ କରିବା ଆରମ୍ଭ କରିଦେଲେ, ଅଠାନବେ ବର୍ଷୀୟ ଏଇ ପୂର୍ଣ୍ଣପକ୍ୱ ମଣିଷ ଜଣକ ତାଙ୍କର ଶିରାଳ ହାତ ଦୁଇଟି ଉପରକୁ ଟେକି ଶୂନ୍ୟରେ ତୋଳିଚାଲିଲେ ଛନ୍ଦୋବଦ୍ଧ ତାଳ-ବୟସ ଭାରାରେ ଅବନତ ହୋଇସାରିଥିବା ତାଙ୍କ କ୍ଷୀଣ ଶରୀର ବି କମ୍ପି ଉଠୁଥାଏ ସମତାଳରେ। ଉପସ୍ଥିତ ଅତିଥି ଓ ଶ୍ରୋତାମାନେ ସେଇ ଜରାଜୀର୍ଣ୍ଣ ବୃଦ୍ଧଙ୍କ ପ୍ରତି ଶ୍ରଦ୍ଧାନ୍ବିତ ନୀରବ ପ୍ରଣତି ଢାଳିଚାଲିଥିଲେ।
ଓଡ଼ିଆ ଭାଷା ସାହିତ୍ୟର ବିକାଶ, ସମୃଦ୍ଧି ତଥା ପ୍ରଚାର, ପ୍ରସାର ପାଇଁ ଆଜି ଯେତେବେଳେ ବହୁସ୍ତରରେ ମାନସ ମନ୍ଥନ ଚାଲିଛି; ଯେତେବେଳେ ଆମ ମାତୃଭାଷା ଆଜି ମରଣୋନ୍ମୁଖୀ ହେବାକୁ ବସିଛି ବୋଲି ଏକପ୍ରକାର ଆତଙ୍କରେ ଆମେ ଘାରିହୋଇ ଚାଲିଛେ, ସେତିକିବେଳେ ମଧ୍ୟ ଆମ ସମସ୍ତଙ୍କ ଅଲକ୍ଷ୍ୟରେ ମାତୃଭାଷାର ଜାହ୍ନବୀଧାରା ଅପ୍ରତିହତ ଭାବରେ ବହିଚାଲିଛି ଆମ ଛାଇ ଆଲୁଅସ୍ନାତ ପୁରପଲ୍ଲୀରେ। ଲକ୍ଷ ଲକ୍ଷ ନାମହୀନ ଗ୍ରାମ୍ୟ ଜନସାଧାରଣଙ୍କ ତୁଣ୍ଡରେ ବଞ୍ଚତ୍ରହିଛି ଆମ ମାତୃଭାଷା ତା’ର ସ୍ନିଗ୍ଧ ଲାଳିତ୍ୟ ନେଇ। ସେଦିନ ଶୁଣୁଥିଲା ଏ ଲେଖକ କବିତା ପାଠୋତ୍ସବରେ ନିଜ ନିଜ କବିତା ଗାନ କରୁଥିବା, ଆବୃତ୍ତି କରୁଥିବା ତରୁଣ, ତରୁଣୀ, ପୌଢ଼ ଓ ବୃଦ୍ଧମାନଙ୍କୁ। କାହାର କବିତାର କାବି୍ୟକ ମାନ କିପରି ସେଥିନେଇ କିଛି ମତମନ୍ତବ୍ୟ ଦେବାର ଅଧିକାର ନ ଥିଲା ଏ ଲେଖକର। କିଏ କହେ ଆମ ମାତୃଭାଷା ଆଜି ମରଣୋନ୍ମୁଖୀ ବୋଲି, କିଏ କହେ ଆଜିର ଏଇ ଅତ୍ୟାଧୁନିକ ଯାନ୍ତ୍ରିକ ସଭ୍ୟତା, ବୈଷୟିକ ବିଦ୍ୟା, ପ୍ରାବିଧିକ ଦକ୍ଷତାର ଝାଞ୍ଜପିଟା କୋଳାହଳ ଭିତରେ ଆମ ମାତୃଭାଷା ଓଡ଼ିଆ ହଜିଯାଇଛି ବୋଲି?
ଦ୍ୱିତୀୟ ଅଧିବେଶନରେ ମଞ୍ଚ ଉପରକୁ ସସମ୍ମାନେ ପାଛୋଟି ନିଆଗଲା ତଥାପି ବି ନିଜ ଭାବଜଗତରେ ତଲ୍ଲୀନ ଥିବା ଅଠାନବେ ବର୍ଷୀୟ ମୁଖ୍ୟ ଅତିଥିଙ୍କୁ- ଆଦିକବି ସାରଳା ଦାସଙ୍କ ଭୂମି ବାଣୀକ୍ଷେତ୍ର ଜଗତ୍‌ସିଂହପୁରର ଏଇ ଯୋଗ୍ୟତମ, ଶ୍ରେଷ୍ଠତମ ପାଲାକାର ଜଗନ୍ନାଥ ବେହେରାଙ୍କୁ। ଏ ଲେଖକ ତା’ର ଶୈଶବ କାଳରୁ ହିଁ ଶୁଣିଥିଲା ପାଲାକାର ଜଗନ୍ନାଥ ବେହେରାଙ୍କ ନାମ, ଶୁଣିଥିଲା ଗାୟକ ଶେଖର ଜଗନ୍ନାଥଙ୍କ ପାଲା ପରିବେଷଣର ଶୈଳୀ, ବିଷୟବସ୍ତୁ ଉପସ୍ଥାପନା, ବ୍ୟାଖ୍ୟାନ ଓ ବିଶ୍ଳେଷଣରେ ତାଙ୍କର ବୌଦ୍ଧିକ ଚାତୁରି, ଓଡ଼ିଆ ରୀତିଯୁଗୀୟ କାବ୍ୟକବିତା ଗାନ, ଆବୃତ୍ତିରେ ତାଙ୍କର ବିଲକ୍ଷଣୀୟ ପ୍ରଗଳ୍‌ଭତା। ମାତ୍ର ଆଦୌ ଭାବି ପାରି ନ ଥିଲା ଯେ ଏକଶହ ବର୍ଷର ଏରୁଣ୍ଡି ବନ୍ଧକୁ ଛୁଇଁବାକୁ ଯାଉଥିବା ଏଇ ଗାୟକଙ୍କ ଦିବ୍ୟାଶୀର୍ବାଦ ପ୍ରାପ୍ତ ସ୍ମୃତିଶକ୍ତି ଏବେବି ପୂର୍ବଭଳି ସତେଜ ବୋଲି; ଭାବିପାରି ନ ଥିଲା ଏବେ ବି ତାଙ୍କର କଣ୍ଠ, ତାଙ୍କ ସ୍ବର ଏତେ ଦୀପ୍ତ, ଏତେ ସ୍ପଷ୍ଟ, ପ୍ରାଞ୍ଜଳ ବୋଲି। ଦ୍ୱିତୀୟ ଅଧିବେଶନରେ ମଞ୍ଚାସୀନ ଅନ୍ୟ ଅତିଥିମାନେ କେହି କିଛି କହିବାକୁ ଅବସର ଦେଇ ନ ଥିଲେ ମୁଖ୍ୟ ଅତିଥି ବେହେରା ମହୋଦୟ। ଓଡ଼ିଆ ଭାଷା ସାହିତ୍ୟର ଇତିହାସ ତଥା ସାଂସ୍କୃତିକ ଐତିହ୍ୟ, ଅର୍ଦ୍ଧ ମାଗଧିରୁ ପ୍ରାକୃତ ଓ ଅପଭ୍ରଂଶ ବାଟ ଦେଇ ଓଡ଼ିଆ ଲିପି ଓ ଭାଷାର ସୃଷ୍ଟି ତଥା ବିବର୍ତ୍ତନ ସମ୍ପର୍କିତ ଅନେକ ଜଣା ଅଜଣା ତଥ୍ୟ, ଅଶୋକ ଓ ଖାରବେଳଙ୍କ ଶିଳାଲିପି ସହିତ ଅନ୍ୟାନ୍ୟ ଶିଳାଲିପିମାନଙ୍କରେ ପ୍ରଯତ୍ନ ଓଡ଼ିଆର ଆଦି ଆଭାସର ପ୍ରାମାଣିକ ବିବରଣୀଠାରୁ ଆରମ୍ଭକରି ରୀତିଯୁଗୀୟ କାବ୍ୟକବିତା ସହ ଆଧୁନିକ ଓଡ଼ିଆ ସାହିତ୍ୟର କାଳଜୟୀ କୃତିଗୁଡ଼ିକରୁ ସୁନିର୍ବାଚିତ ଉଦ୍ଧୃତି-ସବୁକିଛି ଅନର୍ଗଳ କହିଚାଲିଥାନ୍ତି, ବୋଲି ଚାଲିଥାନ୍ତି ସେ।
ଆମର ସୌଭାଗ୍ୟ, ଆଜି ଆମ ରାଜ୍ୟରେ ଜଗନ୍ନାଥ ବେହେରାଙ୍କ ଦାୟାଦ ଭାବରେ ଅଛନ୍ତି ବହୁ କୃତବିଦ୍ୟ ପାଲାକାର, ଯେଉଁମାନଙ୍କ ମଧ୍ୟରେ ମଧ୍ୟ ମଣିତୁଲ୍ୟ ଅଛନ୍ତି ବହୁ ବିଦୁଷୀ ତରୁଣୀ ଓ ମହିଳା। ସାମାଜିକ ଗଣମାଧ୍ୟମର ସୌଜନ୍ୟରୁ ଆଜି ଏଇ ଯଶସ୍ବୀ ଗାୟକ, ଗାୟିକାମାନେ ପହଞ୍ଚତ୍ ଯାଉଛନ୍ତି ଆମ ପାଖରେ ଅତି ସହଜରେ। ଏଇମାନେ ହିଁ ଆମ ମାତୃଭାଷାର ସଶସ୍ତ୍ର ପ୍ରହରି, କର୍ଣ୍ଣଧାର। ଓଡ଼ିଆ ଭାଷା ସାହିତ୍ୟକୁ ଚିରକାଳ ପାଇଁ ବଞ୍ଚାଇ ରଖିବେ ଏମାନେ। ନବଲାବଣ୍ୟ ଏମାନେ ଭରିଦେଇ ଚାଲିବେ ଆମ ମାତୃଭାଷାରେ। ଏଇମାନେ ହିଁ ପ୍ରେରିତ କରିଚାଲିଥିବେ ପୁରପଲ୍ଲୀର ଅଗଣିତ ଜନସାଧାରଣଙ୍କୁ ଆମ ମାତୃଭାଷାର ଧ୍ୱଜାକୁ ସଗର୍ବେ, ସଗୌରବେ ଉତ୍ତୋଳିତ କରି ରଖିବା ପାଇଁ। ଆଉ ଏମାନଙ୍କ ସହିତ ଯୋଗଦେଉଥିବେ ଗ୍ରାମାଞ୍ଚଳର ସାହିତ୍ୟ ଅନୁଷ୍ଠାନଗୁଡ଼ିକୁ ଚଳଚଞ୍ଚଳ କରି ରଖୁଥିବା ଶତସହସ୍ର ମାତୃଭାଷାପ୍ରେମୀ। ସହରାଞ୍ଚଳ, ନଗରାଞ୍ଚଳର ବୁଦ୍ଧିଜୀବୀ ଭାଷାବିତ୍‌ମାନେ ଭାଷାତାତ୍ତ୍ୱିକ ଆଲୋଚନା, ଗବେଷଣା ଓ ବ୍ୟାକରଣସର୍ବସ୍ବ ଜଟିଳ ବିଶ୍ଳେଷଣକୁ ଯେତେ ପ୍ରାଧାନ୍ୟ, ଅଗ୍ରାଧିକାର ଦେଲେ ମଧ୍ୟ ସ୍ବୀକାର କରିବେ ଯେ ଓଡ଼ିଆ ଭାଷା ସାହିତ୍ୟର ବିକାଶ, ସମୃଦ୍ଧି ତଥା ପ୍ରଚାର, ପ୍ରସାରର ଅସଲ ଚାବିକାଠିଗୁଡ଼ିକ ରହିଛି ଆମ ଗ୍ରାମାଞ୍ଚଳ ଲୋକ ସିନ୍ଦୁକରେ; ରହିଛି ଆମ ଲୋକ କଳାକାର, ଆମ ପାଲାକାରମାନଙ୍କ ଗାୟନ, ବାୟନ ଓ ଚାମର ଚାଳନାରେ, ତ୍ରିନାଥ ମେଳାରେ ରୁଣ୍ଡ ହେଉଥିବା ଭକ୍ତମାନଙ୍କ ଖଞ୍ଜଣିରେ, ଓଷା, ବ୍ରତ, ପର୍ବପର୍ବାଣିରେ ଗାନ କରାଯାଉଥିବା ଭଜନ, ଜଣାଣ ଓ ଲୋକଗୀତରେ- ସର୍ବୋପରି ଗ୍ରାମ୍ୟସ୍ତରରେ ଆୟୋଜିତ ହେଉଥିବା ସାହିତ୍ୟ ସଭାରେ ଓ କବିତା ପାଠୋତ୍ସବରେ। ଏଇମାନେ ଆମମାନଙ୍କୁ ଶୁଣାଇ ଚାଲିଥିବେ ଓଡ଼ିଆ ଭାଷା ସାହିତ୍ୟର ପ୍ରାଚୀନ କାକଳି ଓ ନବକାକଳି। ଆମ ମାତୃଭାଷାର ଏଇ ବଶିଷ୍ଠ ଓ ଅରୁନ୍ଧତୀମାନେ ଆମର ଚିରପ୍ରଣମ୍ୟ।

  • ଦୁର୍ଗାପ୍ରସାଦ ଆଚାର୍ଯ୍ୟ
    ମୋ-୯୮୫୩୩୫୫୧୦୭

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri