ବୃହତ୍ତର ସ୍ବାର୍ଥ ପାଇଁ ମୋଦି-ନବୀନ ଏକାଠି ହେବାକୁ ଚାହୁଁଛନ୍ତି: ପାଣ୍ଡିଆନ

ଭୁବନେଶ୍ୱର,୨୦ା୩(ଅନିଲ ଦାସ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ମଧ୍ୟ ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଓ କଳ୍ପନାଜଳ୍ପନା ଲାଗି ରହିଛି। ଏଭଳିସ୍ଥଳେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗଣମାଧ୍ୟମକୁ ଦେଇଥିବା ବିବୃତି ମେଣ୍ଟ ଚର୍ଚ୍ଚାରେ କିଛିଟା ସ୍ପଷ୍ଟତା ଆଣିଛି। ବୃହତ୍ତର ସ୍ବାର୍ଥ ଉଦ୍ଦେଶ୍ୟରେ ଦେଶର ଦୁଇ ମହାନ୍‌ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଠି ହେବାକୁ ଚାହାନ୍ତି, ଯାହାକି ରାଜନୀତିଠାରୁ ଊର୍ଦ୍ଧ୍ୱରେ ଏବଂ ଏହା ହିଁ ରାଷ୍ଟ୍ରନୀତି ବୋଲି ପାଣ୍ଡିଆନ କହିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀଠାରେ ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପାଣ୍ଡିଆନ କହିିଛନ୍ତି, ଭାଜପା କେନ୍ଦ୍ରରେ ଏବଂ ବିଜେଡି ରାଜ୍ୟରେ ନିର୍ବାଚନ ଜିଣି ସରକାର ଗଢ଼ିବା ପାଇଁ ପରସ୍ପରର ସହଯୋଗ ଆବଶ୍ୟକ ନାହିଁ। ମେଣ୍ଟକୁ ନେଇ ଯାହା କିଛି ହେବ ତାହା ସମସ୍ତେ ଜାଣିବେ ବୋଲି ସେ କହିଛନ୍ତି। ରାଜ୍ୟରେ ଭାଜପା ଓ ବିଜେଡି ମଧ୍ୟରେ ନିର୍ବାଚନ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା
ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ପାଣ୍ଡିଆନ କହିଛନ୍ତି, ରାଜ୍ୟରେ ବିଜେଡିକୁ ନିର୍ବାଚନ ଗଣିତ ପାଇଁ ଭାଜପାର ଆବଶ୍ୟକତା ନାହିଁ। ସେହିପରି କେନ୍ଦ୍ରରେ ମଧ୍ୟ ସରକାର ଗଢ଼ିବା ପାଇଁ ଭାଜପାକୁ ବିଜେଡିର ସହଯୋଗ ଦରକାର ବୋଲି ସେ ଭାବୁନାହାନ୍ତି। ନବୀନ ପଟ୍ଟନାୟକ ପୁଣିଥରେ କ୍ଷମତାକୁ ଫେରିବା ଓ ଲୋକଙ୍କ ସେବା କରିବା ପାଇଁ ମେଣ୍ଟର ଆବଶ୍ୟକତା ନାହିଁ। କାହିଁକି ଜଣେ ମେଣ୍ଟ କରିବାକୁ ଚାହାଁନ୍ତି। ନିର୍ବାଚନ ଜିତିବାକୁ ହେଲେ ମେଣ୍ଟ କରିବାକୁ ପଡ଼େ। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଜଣେ ଖୁବ୍‌ ଲୋକପ୍ରିୟ ନେତା। ପ୍ରତ୍ୟେକ ଥର ନିର୍ବାଚନରେ ସେ ତିନି ଚତୁର୍ଥାଂଶ ବହୁମତ ପାଇ ଆସିଛନ୍ତି। ନବୀନ ପଟ୍ଟନାୟକ କେବେ ମଧ୍ୟ ନିର୍ବାଚନ ଜିତିବା ପାଇଁ ମେଣ୍ଟର ଆବଶ୍ୟକତା ଅନୁଭବ କରନ୍ତି ନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ୯୦ ପ୍ରତିଶତ ଆସନ ବିଜେଡିକୁ ମିଳିଥିଲା। ରାଜ୍ୟର ୨ ନମ୍ବର ଦଳ ଭାବେ ଭାଜପାକୁ ମାତ୍ର ୫ ପ୍ରତିଶତ ସଫଳତା ମିଳିଥିଲା। ରାଜ୍ୟରେ ସରକାର ଗଢ଼ିବା ପାଇଁ ନବୀନଙ୍କୁ କାହା ସହ ମେଣ୍ଟ କରିବାର ଆବଶ୍ୟକତା ନାହିଁ। ରାଜ୍ୟରେ ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତାହା ନିଃସନ୍ଦେହ। ସେହିପରି ବିଭିନ୍ନ ସର୍ଭେ କହୁଛି, କେନ୍ଦ୍ରରେ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ। କେନ୍ଦ୍ରରେ ଭାଜପାକୁ ସରକାର ଗଢ଼ିବା ପାଇଁ ବିଜେଡିର ସହାୟତା ଦରକାର ପଡ଼ିବ ନାହିଁ। ତେବେ ଏହି ଦୁଇ ନେତା ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହୁଁଛନ୍ତି। ଦୁଇ ମହାନ୍‌ ବ୍ୟକ୍ତିଙ୍କର ରାଷ୍ଟ୍ରନୀତି ଦୃଷ୍ଟିରୁ ଗୁରୁତ୍ୱ ରହିଛି। ଏଥିସହ ରାଜନୀତିର କୌଣସି ସମ୍ପର୍କ ନାହିଁ। ଏହା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା। ଏହାର ଭୋଟ ଉଦ୍ଦେଶ୍ୟ ଉଭୟ ବିଜେଡି କିମ୍ବା ଭାଜପା ପାଇଁ ମଧ୍ୟ ନାହିଁ। ତେଣୁ ଏହା ଦୁଇ ବ୍ୟକ୍ତିଙ୍କର ପରସ୍ପର ମଧ୍ୟରେ ଥିବା ବନ୍ଧୁତ୍ୱ, ଯାହାକି ବିରଳ ରାଷ୍ଟ୍ରନୀତି ଏବଂ ରାଜନୀତିରୁ ଊର୍ଦ୍ଧ୍ୱରେ।
ପାଣ୍ଡିଆନଙ୍କ ଉପରୋକ୍ତ ମନ୍ତବ୍ୟ ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡି -ଭାଜପା ଓଡ଼ିଶା ସ୍ବାର୍ଥ ପାଇଁ ନୁହେଁ ନିଜ ସ୍ବାର୍ଥ ପାଇଁ ମେଣ୍ଟ କରୁଛନ୍ତି। ଏକଥା ଆଉ ରାଜ୍ୟବାସୀଙ୍କୁ ଅଛପା ନାହିଁ। ଯଦି ବୃହତ୍ତର ସ୍ବାର୍ଥ ପାଇଁ କାମ କରୁଛନ୍ତି ତେବେ ୨୦୧୪ ଓ ୨୦୧୯ରେ କାହିଁକି ଅଲଗା ନିର୍ବାଚନ ଲଢ଼ିଲେ। ରାଜ୍ୟର ଖଣିଜ ସମ୍ପଦ ଲୁଟ୍‌ କରିବାକୁ ଉଭୟ ଦଳ ମେଣ୍ଟ କରୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାଜପାର ବରିଷ୍ଠ ବିଧାୟକ ପ୍ରଦୀପ ନାଏକ କହିଛନ୍ତି, ଭାଜପା ଏକାକୀ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି। ସେଥିପାଇଁ ଗଁାକୁ ଚାଲ, ବୁଥ୍‌କୁ ଚାଲ ଭଳି ଅଭିଯାନ କରୁଛି। ନିଜେ ପ୍ରସ୍ତୁତ ନ ଥିଲେ କୌଣସି ସ୍ତରରେ ମେଣ୍ଟ ହେଲେ ଆଲୋଚନା କରିହେବ ନାହିଁ। ମେଣ୍ଟ ନିଷ୍ପତ୍ତି ରାଜ୍ୟ ଶାଖା କରିପାରିବ ନାହିଁ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ହିଁ ଚାହିଁଲେ ମେଣ୍ଟ ହୋଇପାରେ। ରାଜ୍ୟ ଯାହା ସ୍ଥିର କରିଛି, ତାହା କେନ୍ଦ୍ରକୁ ଜଣାଇବାର ଆବଶ୍ୟକତା ଅଛି। ମେଣ୍ଟ ସମ୍ପର୍କରେ ତାଙ୍କର କିଛି କହିବାର ଅଧିକାର ନାହିଁ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ରାଜ୍ୟ ସଭାପତି ଯାହା କରିପାରିବେ ବୋଲି ପ୍ରଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଦିବସରେ ବାପାଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଏହି କ୍ରିକେଟର, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୬: ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ୧ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତ ସମୟରେ, ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ପାଞ୍ଚଟି ଟି-୨୦ ମ୍ୟାଚ…

ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହେବା ପରେ ସମାଲୋଚକମାନଙ୍କୁ କଡ଼ା ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୨।୬: ଶ୍ରୀଲଙ୍କା ଏ’କୁ ପରାସ୍ତ କରିବା ପରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ବିବେଚିତ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସେ ପ୍ରଥମ ୧୦ ଓଭରର ଫାଇଦା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ କତାର ଗ୍ୟାସ ଟର୍ମିନାଲରେ ବଡ଼ ବିସ୍ଫୋରଣ; ୫୪ ଜଣ ଆହତ, ୧୮ ନିଖୋଜ

ଦୋହା,୨୨।୬: ରବିବାର ରାତିରେ (ଜୁନ ୨୧) କତାରର ରାସ ଲାଫାନରେ ଏକ ପ୍ରମୁଖ ପ୍ରାକୃତିକ ଗ୍ୟାସ ରପ୍ତାନି ଟର୍ମିନାଲରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଇରାନ ଦ୍ୱାରା…

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

୫୨ ବର୍ଷରେ ପଦାର୍ପଣ କଲେ ବିଜୟ, ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ରାହୁଲ

ଚେନ୍ନାଇ,୨୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri