ପେଟୁଙ୍କୁ ପ୍ରମାଦ

ଶରୀରର ଆବଶ୍ୟକତା ଅନୁସାରେ ସମସ୍ତ ପୁଷ୍ଟି ଯୋଗାଇ ପାରୁଥିବା ପରିମାଣ ଅପେକ୍ଷା ଅଧିକ ଖାଦ୍ୟ ଖାଉଥିବା ଲୋକଙ୍କୁ ସାଧାରଣ ଭାବେ ଆମେ ପେଟୁ ବୋଲି କହିପାରିବା। ଉଦାହରଣ ସ୍ବରୂପ, ପୁଷ୍ଟି ବିଜ୍ଞାନୀମାନେ ଜଣେ ପ୍ରାୟ ୬୫ରୁ ୭୦ କିଲୋଗ୍ରାମ ଓଜନର ସୁସ୍ଥ ପୁରୁଷ ଏବଂ ବିଶେଷ ଶାରୀରିକ ଶ୍ରମ କରୁନଥିବା ଲୋକ ପାଇଁ ନିର୍ଦ୍ଧାରଣ କରିଥିବା ଦୈନିକ ଆହାର ହେଲା ୨୭୦ ଗ୍ରାମ ଚାଉଳ, ଗହମ ଓ ମିଲେଟ ଆଦି ଶ୍ୱେତସାରଯୁକ୍ତ ଖାଦ୍ୟ, ୯୦ ଗ୍ରାମ ଡାଲିଜାତୀୟ ପ୍ରୋଟିନ୍‌ଯୁକ୍ତ ପଦାର୍ଥ, ୧୦୦ ଗ୍ରାମ ଶାଗ ଆଦି ସବୁଜ ପନିପରିବା, ୨୦୦ ଗ୍ରାମ ଅନ୍ୟାନ୍ୟ ପନିପରିବା, ୧୦୦ ଗ୍ରାମ ଚେର ଓ କନ୍ଦାଜାତୀୟ (ଆଳୁ ବ୍ୟତୀତ), ୧୦୦ ଗ୍ରାମ ଫଳମୂଳ, ୩୦୦ ଗ୍ରାମ କ୍ଷୀର, ୩୦ ଗ୍ରାମ ତୈଳ, ଚର୍ବି ଓ ଅନ୍ୟାନ୍ୟ ସ୍ନେହସାର, ୪୦ ଗ୍ରାମ ତୈଳବୀଜ ଓ କୋଳି ଏବଂ ୧୦ ଗ୍ରାମ ମସଲା। ମାଛ ମାଂସ ଖାଉଥିବା ଲୋକେ ଡାଲି ଓ ସ୍ନେହସାରଯୁକ୍ତ ଖାଦ୍ୟ କିଛି କମ୍‌ କରିପାରିବେ। ପୁନଶ୍ଚ ବୟସ, ଲିଙ୍ଗଭେଦ, ସ୍ବାସ୍ଥ୍ୟାବସ୍ଥା, ବୃତ୍ତି ଓ ଶ୍ରମ ଆଦି ଉପରେ ନିର୍ଭର କରି ଏହା ଅଲଗା ଅଲଗା ହୋଇଥାଏ। ଉପରୋକ୍ତ ଖାଦ୍ୟଗୁଡ଼ିକରୁ ମିଳିଥାଏ ଜଣେ ଲୋକର ସାଧାରଣ ଆବଶ୍ୟକତା ପୂରଣ କରିବାକୁ ୧୬୦୦ରୁ ୨୪୦୦ କ୍ୟାଲୋରି ଶକ୍ତି ଏବଂ ତା’ ଶରୀରର ଅନ୍ୟସବୁ କ୍ରିୟା ପ୍ରକ୍ରିୟା ପାଇଁ ଆବଶ୍ୟକ ସମସ୍ତ ପୌଷ୍ଠିକ ଉପାଦାନ। ତହିଁରୁ ଅଧିକ ଭୋଜନ କଲେ ଏବଂ ସେହି ଅନୁପାତରେ ଶାରୀରିକ ଶ୍ରମ ନ କଲେ ତାହା ସ୍ବାସ୍ଥ୍ୟ ପ୍ରତି ଅହିତକର ହୋଇଥାଏ।
ପେଟୁମାନଙ୍କର ଖାଦ୍ୟ ପ୍ରତି ଥାଏ ଅସାଧାରଣ ଆକର୍ଷଣ। ସେମାନେ ଯେ କେବଳ ଅଧିକ ଖାଦ୍ୟ ଖାଆନ୍ତି ତା’ ନୁହେଁ, ତାଙ୍କ ଖାଇବାର ସମୟ ଅସମୟ ନ ଥାଏ। ଅନ୍ୟପକ୍ଷେ ତାଙ୍କ ମଧ୍ୟରୁ ଅନେକ ମାନସିକ କ୍ଷୁଧାର ମଧ୍ୟ ଶିକାର ହୋଇଥା’ନ୍ତି। ପୁନଶ୍ଚ ଏବେ ବଢ଼ି ବଢ଼ି ଚାଲିଛି ନାନାଦି ନୂଆ ପ୍ରକାରର ଅପପୁଷ୍ଟିକାରୀ ସୁସ୍ବାଦୁ ଖାଦ୍ୟ ଓ ପାନୀୟଙ୍କ ଆବିର୍ଭାବ। ସାଧାରଣ ଲୋକଙ୍କର ଏଥିପ୍ରତି ବଢ଼ିବାର ଲାଗିଛି ଆକର୍ଷଣ। ପେଟୁମାନଙ୍କ କ୍ଷେତ୍ରରେ ତାହା ବହୁ ମାତ୍ରାରେ। ଏଗୁଡ଼ିକୁ ସାମଗ୍ରିକ ଭାବେ କୁହାଯାଉଛି ଜଙ୍କ୍‌ ଫୁଡ୍‌ ବା କଳଙ୍କି ଖାଦ୍ୟ। ଉଦାହରଣ ସ୍ବରୂପ, ଆମେ ଗୋଟିଏ ଭୋଜନରେ ଖାଉଥିବା ବଡ଼ ‘ହାମ ବର୍‌ଜର୍‌’ ଓ ସେଥିପ୍ରତି ଅନ୍ୟାନ୍ୟ ଜିନିଷ ଯୋଗାଇଥାଏ ପ୍ରାୟ ୧୫୦୦ କ୍ୟାଲୋରି। ଏଣୁ ଜଣେ ଯଦି ଏହାକୁ ୩ ଥର ଖାଏ, ତା’ ହେଲେ ଦୈନିକ ସେ ପ୍ରାପ୍ତ ହେବ ୪୫୦୦ କ୍ୟାଲୋରି (ସାଧାରଣତଃ ଅତିବେଶୀରେ ଆବଶ୍ୟକତା ୨୪୦୦ରୁ ୨୫୦୦ ହେବା ବେଳେ)। ସେହିପରି ଅଧିକ ମଦ୍ୟପାନ ଏବଂ ଚର୍ବି ଓ ଶର୍କରାବହୁଳ ଖାଦ୍ୟ ପିଜା, କେକ୍‌, ନୁଡୁଲ୍ସ, ନରମ ପାନୀୟ, ଫଳରସ ଇତ୍ୟାଦିରେ ଅତ୍ୟଧିକ କ୍ୟାଲୋରି ଥାଏ, ଯାହାକି ଶରୀର ମଧ୍ୟରେ ଚର୍ବି ରୂପେ ଜମା ହୋଇରହେ।
ଏହି ଅସ୍ବାସ୍ଥ୍ୟକର ଖାଦ୍ୟାଭ୍ୟାସ ସହିତ ଶାରୀରିକ ଶ୍ରମହୀନତା ଏବେ ଆମ ଦେଶ ସମେତ ସାରା ବିଶ୍ୱରେ ସୃଷ୍ଟି କରିଛି ପୃଥୁଳତା ସମସ୍ୟା। ଏକ ଆକଳନରୁ ଜଣାପଡ଼ିଛି ଯେ, ୧୯୬୦ରୁ ୨୦୨୨ ମଧ୍ୟରେ ଯନ୍ତ୍ର ଉପରେ ନିର୍ଭରଶୀଳତା ବଢ଼ି ଚାଲିଥିବା ଦୃଷ୍ଟିରୁ ଶାରୀରିକ ଶ୍ରମ ପ୍ରାୟ ୪୫% ହ୍ରାସ ପାଇଛି। ବିଗତ ମାର୍ଚ୍ଚ ୪ ତାରିଖ ୨୦୨୪ ଦିନ ବିଶ୍ୱ ପୃଥୁଳତା ଦିବସ ପାଳନ ଉପଲକ୍ଷେ ସୁପ୍ରସିଦ୍ଧ ସ୍ବାସ୍ଥ୍ୟ ଗବେଷଣା ପତ୍ରିକା ‘ଲାନ୍‌ସେଟ୍‌’ ପ୍ରଦାନ କରିଥିବା ଏକ ସୂଚନା ଅନୁସାରେ ୨୦୨୨ ମସିହାରେ ପୃଥିବୀରେ ପ୍ରାୟ ୧୦୩୮ ନିୟୁତ ଲୋକ ଥିଲେ ପୃଥୁଳକାୟ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୯ ନିୟୁତ ଥିଲେ ଶିଶୁ (୫ରୁ ୧୯ ବର୍ଷ ବୟସ) ଏବଂ ପ୍ରାୟ ୮୭୯ ନିୟୁତ ଥିଲେ ପ୍ରାପ୍ତ ବୟସ୍କ। ଭାରତରେ (୨୦ରୁ ୫୯ ବର୍ଷ) ଏମାନଙ୍କ ସଂଖ୍ୟା ଯଥାକ୍ରମେ ୧ କୋଟି ଏବଂ ୭ କୋଟି (ସମୁଦାୟ ୮ କୋଟି)।
ପୃଥୁଳତାକୁ ମପାଯାଏ ‘ବଡିମାସ୍‌ ଇଣ୍ଡେକ୍ସ’ରେ। ଏହା ହେଲା ବ୍ୟକ୍ତିର ଶରୀର ଓଜନ (କିଲୋଗ୍ରାମରେ) ହରଣ ତା’ ଉଚ୍ଚତା (ମିଟରରେ)ର ବର୍ଗ। ଏଥି ଅନୁଯାୟୀ କାହାରି ଏହା ୧୮.୫ରୁ କମ୍‌ ହେଲେ ତାକୁ ‘କମ୍‌ ଓଜନ’ ବୋଲି ଗଣନା କରାଯାଏ ା ଅନ୍ୟପକ୍ଷରେ ‘ବଡିମାସ୍‌ ଇଣ୍ଡେକ୍ସ’ (ବା ବିଏମ୍‌ଆଇ) ୧୮.୬ରୁ ୨୨.୯, ୨୩ରୁ ୨୪.୯ ଏବଂ ୨୫ ବା ଅଧିକ ହେଲେ ସେମାନଙ୍କୁ ସାଧାରଣ (ସୁସ୍ଥ) ଭାରି ଏବଂ ଅତି ଭାରି ବା ପୃଥୁଳ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଏ। କିଛି ଲୋକ ପତଳା ବା କମ୍‌ ଓଜନ ବିଶିଷ୍ଟ ହେବାର ମୁଖ୍ୟ କାରଣ ହେଲା ଯଥେଷ୍ଟ ମାତ୍ରାରେ ସନ୍ତୁଳିତ ଆହାରର ଅଭାବ। ତେବେ ଏହା ଜିନୀୟ ମଧ୍ୟ ହୋଇପାରେ। ଅନ୍ୟପକ୍ଷରେ ପୃଥୁଳତା ହୋଇଥାଏ ଅଧିକ ମାତ୍ରାରେ ଅଣସନ୍ତୁଳିତ ଭୋଜନ ଏବଂ ଶ୍ରମହୀନତା ଯୋଗୁ ଉଭୟକୁ ଏବେ ‘ଅପପୁଷ୍ଟି’ ଶ୍ରେଣୀଭୁକ୍ତ କରାଯାଉଛି।
ଗଣନାରୁ ଜଣାଯାଇଛି ଯେ, କ୍ରମେ ପୃଥୁଳଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ପତଳାଙ୍କ ସଂଖ୍ୟା କମି କମି ଚାଲିଛି। ଉଦାହରଣ ସ୍ବରୂପ, ଆମ ଦେଶରେ ୧୯୯୦ରୁ ୨୦୨୨ ମଧ୍ୟରେ ୫ରୁ ୧୯ ବର୍ଷୀୟା ଝିଅ ଏବଂ ପୁଅ ତଥା ପ୍ରାପ୍ତବୟସ୍କ, ଅର୍ଥାତ୍‌ ୨୦ରୁ ୫୯ ବର୍ଷୀୟା ନାରୀ ଏବଂ ପୁରୁଷମାନଙ୍କ କ୍ଷେତ୍ରରେ ଯଥାକ୍ରମେ ପୃଥୁଳତା ବୃଦ୍ଧି ଘଟିଛି। ୦.୧ରୁ ୩.୧ ଏବଂ ୦.୧ରୁ ୩.୯ ତଥା ୧.୨ରୁ ୯.୮ ଏବଂ ୦.୫ରୁ ୫.୪ ଶତାଂଶକୁ ଅର୍ଥାତ୍‌ ସଂଖ୍ୟାଦୃଷ୍ଟିରୁ ପୃଥୁଳକାୟ ନାରୀଙ୍କ ସଂଖ୍ୟା ୪.୪ କୋଟି, ପୁରୁଷଙ୍କ ସଂଖ୍ୟା ୨.୬ କୋଟି ବୃଦ୍ଧି ହେଲା ବେଳେ ଶିଶୁଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୭୦ ଲକ୍ଷ ଏବଂ ଝିଅଙ୍କ ସଂଖ୍ୟା ୫୦ ଲକ୍ଷ ବଢ଼ିଛି।
ଅନ୍ୟପକ୍ଷରେ ପତଳାମାନଙ୍କ ସଂଖ୍ୟା ୨୭.୩ରୁ ୨୦.୩ (ପ୍ରାପ୍ତବୟସ୍କା ନାରୀ), ୪୫.୧ରୁ ୨୧.୭ (ପ୍ରାପ୍ତବୟସ୍କ ପୁରୁଷ), ୪୧.୭ରୁ ୧୩.୭ (ଝିଅ) ଏବଂ ୩୯.୮ରୁ ୧୨.୫ (ପୁଅ) ଶତାଂଶକୁ ହ୍ରାସ ପାଇଛି।
ସ୍ବାସ୍ଥ୍ୟ ଉପରେ ପୃଥୁଳତାର ପ୍ରଭାବ ଅତି ସୁଦୂରପ୍ରସାରୀ। ଏଣୁ ‘ଆମେରିକାନ୍‌ ସୋସାଇଟି ଫର ମେଟାବୋଲିକ୍‌ ଆଣ୍ଡ ବାରିଆଟ୍ରିକ ସର୍ଜରି’ ଏହାକୁ ଏକ ଗୁରୁତର ବ୍ୟାଧି ଏବଂ ବହୁବିଧ ବ୍ୟାଧି ସୃଷ୍ଟିକାରୀ ରୂପେ ଅଭିହିତ କରିଛି। ତଦନୁସାରେ ଏହା ଉଚ୍ଚ ରକ୍ତ ଶର୍କରାର ସମ୍ଭାବନା ୧୦ଗୁଣ ଏବଂ ମଧୁମେହ ଟାଇପ୍‌-୨ରେ ଅକାଳ ମୃତ୍ୟୁର ସମ୍ଭାବନା ଦୁଇଗୁଣ ବୃଦ୍ଧି କରେ। ସେହିପରି ଉଚ୍ଚ ରକ୍ତଚାପ ରୋଗୀଙ୍କ ମଧ୍ୟରେ ୪ ଜଣରୁ ୩ ଜଣ ହେଉଛନ୍ତି ପୃଥୁଳକାୟ। ‘ଆମେରିକାନ୍‌ ହାର୍ଟ ଆସୋସିଏଶନ’ ଏହାକୁ ବିଭିନ୍ନ ପ୍ରକାର ହୃଦ୍‌ରୋଗର ଏକ ମୁଖ୍ୟ କାରଣ ରୂପେ ଅଭିହିତ କରିଛି। ଏଥିଅନୁସାରେ ଏହା ହୃତ୍‌ସ୍ପନ୍ଦନକୁ ଅନିୟମିତ କରିଥାଏ ା ପୁନଶ୍ଚ ଏହା ମଧ୍ୟ ଶ୍ୱାସକ୍ରିୟା ସମ୍ପର୍କରେ ସାମର୍ଥ୍ୟ ହ୍ରାସ କରେ।
ଏଣୁ ଶରୀରରେ ଅମ୍ଳଜାନର ଅଭାବ, ଫୁସ୍‌ଫୁସ୍‌ ସଂକ୍ରମଣ, ଶ୍ୱାସରୋଗ ଏବଂ ସଂଘାତ ତଥା ବୃକକ୍‌ ଆଦି ରୋଗର ଏହା କାରଣ । ପୃଥୁଳକାୟଙ୍କ ମଧ୍ୟରେ ୩/୪ ଗୁଣ ଅଧିକ ଶ୍ୱାସରୋଗୀ ଦେଖାଯା’ନ୍ତି। ଅନ୍ୟପକ୍ଷରେ ୫୦ରୁ ୬୦ ଶତାଂଶ ପୃଥୁଳକାୟ ଏବଂ ୯୦ ଶତାଂଶ ଅତ୍ୟଧିକ ପୃଥୁଳକାୟ ‘ଅବ୍‌ଷ୍ଟ୍ରକ୍‌ଟିଭ୍‌ ସ୍ଲିପ୍‌ ଆପ୍ଟେଆ’ର ଶିକାର ହୁଅନ୍ତି। ପୃଥୁଳତା ପ୍ରାୟ ସବୁ ପ୍ରକାର କର୍କଟ ରୋଗର ସମ୍ଭାବନା ବୃଦ୍ଧି କରେ। ଏଣୁ ପୃଥିବୀରେ ୫୨ ଶତାଂଶ ପୁରୁଷ ଏବଂ ୬୨ ଶତାଂଶ ନାରୀ କର୍କଟରୋଗୀ ସାଧାରଣତଃ ପୃଥୁଳକାୟ। ପୃଥୁଳତା ରକ୍ତ ସଂଚାଳନ ପ୍ରକ୍ରିୟା ଉପରେ ଚାପ ପକାଏ। ଏଣୁ ହୃତ୍‌ପିଣ୍ଡରେ ଜ୍ୱଳନ, ପାକସ୍ଥଳୀରେ ଅମ୍ଳସୃଷ୍ଟି, ଅନ୍ତ୍ରନଳୀ ଏବଂ ଖାଦ୍ୟନଳୀ କ୍ଷତିଗ୍ରସ୍ତ ହେବାର ପ୍ରାୟ ୧୦ ଜଣ ପୃଥୁଳକାୟଙ୍କ ମଧ୍ୟରେ ୨ ଜଣଙ୍କଠାରେ ଦେଖାଯାଏ। ହାଡ଼ ଏବଂ ଗଣ୍ଠିକୁ ମଧ୍ୟ ପୃଥୁଳତା କ୍ଷତି ପହଞ୍ଚାଏ। ପୁନଶ୍ଚ ଏହା ଆଣ୍ଠୁଗଣ୍ଠିବାତ, ମେରୁଦଣ୍ଡରେ ଅବ୍ୟବସ୍ଥା, ପୃଷ୍ଠଦେଶରେ ଯନ୍ତ୍ରଣା, ମସ୍ତିଷ୍କ ଉପରେ ଚାପ ବୃଦ୍ଧି ସମେତ ମୁଣ୍ଡବ୍ୟଥା, ଦୃଷ୍ଟିଶକ୍ତି ସମସ୍ୟା, ବିଭ୍ରାନ୍ତି ଇତ୍ୟାଦି ସହିତ ସମ୍ପୃକ୍ତ।
ଏହାର ନିରାକରରଣ ଓ ନିୟନ୍ତ୍ରଣ ଲାଗି କେତେକ ମାର୍ଗଦର୍ଶିକା ଜାରି କରିଛି ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହେଲ୍‌ଥ କେୟାର ଆଡଲଟସ୍‌’। ନିୟନ୍ତ୍ରିତ ଆହାର, ଅର୍ଥାତ୍‌ ଯେଉଁସବୁ ଖାଦ୍ୟ ପୃଥୁଳତାର କାରଣ ସେସବୁ ନିୟନ୍ତ୍ରଣ କରିବା, ସପ୍ତାହକୁ ଅତିକମ୍‌ରେ ୧୫୦ ମିନିଟ୍‌ ସାଧାରଣ ମାତ୍ରାରେ ବ୍ୟାୟାମ ଯେପରିକି ସାଇକେଲ ଚଳାଇବା, ଶୀଘ୍ରଶୀଘ୍ର ଚାଲିବା ଆଦି ଏ ଦିଗରେ ସହାୟକ ହୋଇପାରେ ବୋଲି ଏଥିରେ ସୂଚିତ କରାଯାଇଛି ।

  • ପ୍ର. ରମେଶ ଚନ୍ଦ୍ର ପରିଡ଼ା
    ମୋ: ୯୯୩୭୩୦୧୪୬୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri