ରାଷ୍ଟ୍ରପୁରୁଷ ଆମ୍ବେଡକର

ଭାରତରତ୍ନ ଡ. ଭୀମରାଓ ଆମ୍ବେଡକର ସ୍ବତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ। ସେଥିପାଇଁ ସେ ରାଜନୈତିକ ସ୍ବାଧୀନତାଠାରୁ ସାମାଜିକ ସ୍ବାଧୀନତାକୁ ମହତ୍ତ୍ୱ ଦେଇଥିଲେ। ସେ ଏହି ମହାନ୍‌ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିଲେ। ତାଙ୍କ ମତରେ ଦେଶରେ ରାଜନୈତିକ ସ୍ବାଧୀନତା ପ୍ରାପ୍ତ କରିବା ସହଜ, କିନ୍ତୁ ସହସ୍ର ବର୍ଷ ଧରି ଭାରତୀୟ ସମାଜରେ ବ୍ୟାପ୍ତ ଅସ୍ପୃଶ୍ୟତା ଦୂର କରିବା ଅତ୍ୟନ୍ତ କଠୋର କାର୍ଯ୍ୟ। ଅସ୍ପୃଶ୍ୟତା ଦୂର କରିବା ରାଷ୍ଟ୍ର ହିତ ପାଇଁ କେବଳ ଆବଶ୍ୟକ ନୁହେଁ, ମାନବ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ ସର୍ବଦା କହୁଥିଲେ, ଇଂରେଜମାନଙ୍କ କବଳରୁ ସ୍ବାଧୀନ ହେବା ପାଇଁ ଯେପରି ସମସ୍ତେ ସଂଘର୍ଷ କରୁଛନ୍ତି, ସେହିପରି ସ୍ବଦେଶୀ ବନ୍ଧୁ ତଥା ସାମାଜିକ ଓ ଆର୍ଥିକ ଦାସତ୍ୱରୁ ସ୍ବାଧୀନ ହେବା ପାଇଁ ପ୍ରଚେଷ୍ଟା ଆବଶ୍ୟକ। ଏହି ଦୁଇ ପ୍ରକାର ସଂଘର୍ଷ କରିବା ଆବଶ୍ୟକ।
ଦେଶଭକ୍ତିର ସଙ୍କଳ୍ପନା କେବଳ ରାଜନୈତିକ ସ୍ବାଧୀନତା ମଧ୍ୟରେ ସୀମିତ ନୁହେଁ। ସାମାଜିକ ସ୍ବତନ୍ତ୍ରତା ପାଇଁ ମଧ୍ୟ ପ୍ରଚେଷ୍ଟା ହେବା ଆବଶ୍ୟକ। ଡ. ଆମ୍ବେଡକର ନିଜର ସମଗ୍ର ଜୀବନ ଏହି ଯଜ୍ଞରେ ଆହୁତି ଦେଇଥିଲେ। ସମାଜରୁ ଅସ୍ପୃଶ୍ୟତା ଦୂର କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିପାଇଁ ସେ କଦାପି ରାଷ୍ଟ୍ର ହିତ ସହିତ ସାଲିସ୍‌ କରିନାହାନ୍ତି। ତାଙ୍କର ରାଷ୍ଟ୍ର ପ୍ରତି ନିଷ୍ଠା ସମ୍ବନ୍ଧରେ ଅନେକ ଉଦାହରଣ ଦେଖିବାକୁ ମିଳେ। ଯେତେବେଳେ ହାଇଦ୍ରାବାଦକୁ ଭାରତ ରାଷ୍ଟ୍ର ସଂଘ ସହିତ ସମ୍ମିଳିତ କରିବା ପାଇଁ ସାଧାରଣ ଜନତା ଆନ୍ଦୋଳନ କରୁଥିଲେ, ସେତେବେଳେ ନିଜାମର ସୈନ୍ୟବାହିନୀ ଦଳିତ ଓ ଅସ୍ପୃଶ୍ୟମାନଙ୍କୁ ଇସ୍‌ଲାମ ଧର୍ମ ଗ୍ରହଣ କରିବା ପାଇଁ ବହୁ ଚାପ ପକାଇବା ସହିତ ଅନେକ ଆକର୍ଷଣୀୟ ଓ ଲୋଭନୀୟ ପ୍ରସ୍ତାବ ରଖିଥିଲେ। ସେମାନେ ଆମ୍ବେଡକରଙ୍କ ମତାମତ ଜାଣିବାକୁ ଚାହିଁଥିଲେ। ଆମ୍ବେଡକର ସ୍ପଷ୍ଟ ଘୋଷଣା କରିଥିଲେ ଯେ ”ନିଜାମଙ୍କ କୌଣସି ଚାପ କିମ୍ବା ଆକର୍ଷଣ ଗ୍ରହଣଯୋଗ୍ୟ ନୁହେଁ। ହାଇଦ୍ରାବାଦକୁ ଭାରତ ସହିତ ବିଲୀନ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ହେବା ଉଚିତ। ଏଥିପାଇଁ ସମସ୍ତେ ନିଜର ତନ, ମନ ଓ ଧନ ସମର୍ପଣ କରି କାର୍ଯ୍ୟ କରିବା ଉଚିତ।“
ଏହିପରି ଆମ୍ବେଡକରଙ୍କ ରାଷ୍ଟ୍ରନିଷ୍ଠା ସମ୍ବନ୍ଧିତ ଅନେକ ମହାନ୍‌ ବିଚାର ଲୋକଲୋଚନକୁ ଆସିପାରି ନାହିଁ। ସେ ସମ୍ବିଧାନ ନିର୍ମାଣ ପରେ ଉଦ୍‌ବୋଧନ ପ୍ରଦାନ କରି କହିଥିଲେ- ”ମୋତେ ସମସ୍ତେ କେବଳ ଦଳିତ ନେତା ଓ ଇଂରେଜମାନଙ୍କ ଚାଟୁକାର କହି ଅପମାନିତ କରାଯାଇଛି। ମୋର ରାଷ୍ଟ୍ର ପ୍ରତି ନିଷ୍ଠା ଉପରେ ସନ୍ଦେହ କରାଯାଉଛି। ସମ୍ବିଧାନ ପ୍ରଣୟନ ହୋଇ କାର୍ଯ୍ୟକାରୀ ହେଲା ପରେ ବୋଧହୁଏ ସମଗ୍ର ଭାରତ ମୋତେ ଜଣେ ରାଷ୍ଟ୍ରଭକ୍ତ ରୂପେ ଦେଖିବ ବୋଲି ମୁଁ ଆଶା କରୁଛି।“ ଅନେକ ନେତା ସେତେବେଳେ ଆମ୍ବେଡକରଙ୍କୁ ଇଂରେଜମାନଙ୍କ ଚାଟୁକାର ରୂପେ ମନ୍ତବ୍ୟ ପ୍ରଦାନ କରିଥିଲେ। କିନ୍ତୁ ସେ ସର୍ବଦା ଜଣେ ପ୍ରକୃତ ରାଷ୍ଟ୍ରଭକ୍ତ ଥିଲେ। ୧୯୩୦ରେ ଅନୁଷ୍ଠିତ ପ୍ରଥମ ରାଉଣ୍ଡ ଟେବୁଲ ବୈଠକରେ ତାଙ୍କର ସଂକ୍ଷିପ୍ତ ଭାଷଣ ସମସ୍ତଙ୍କୁ ଚମତ୍କୃତ କରିଥିଲା। ସେ ସେଠାରେ ଭାଷଣ ଦେଇ କହିଥିଲେ, ”ଭାରତ ରାଷ୍ଟ୍ର ଭାରତୀୟମାନଙ୍କର। ସାମ୍ରାଜ୍ୟବାଦୀ ଇଂରେଜମାନେ ତୁରନ୍ତ ଭାରତ ପରିତ୍ୟାଗ କରିବା ଆବଶ୍ୟକ।“ ଏପରି ଉଦ୍‌ଘୋଷ କରିବା ଓ ଇଂରେଜମାନଙ୍କ ସମ୍ମୁଖରେ ଇଂରେଜମାନଙ୍କୁ ଅପମାନିତ କରିବାରେ ସେ ପ୍ରଥମ ଭାରତୀୟ ଥିଲେ ।
ଅସବର୍ଣ୍ଣମାନଙ୍କୁ ନିଜର ନ୍ୟାଯ୍ୟ ଦାବି ପାଇଁ ସବର୍ଣ୍ଣମାନଙ୍କ ବିରୋଧରେ ସଂଘର୍ଷ ଓ ମାତୃଭୂମିକୁ ସ୍ବାଧୀନ କରିବା ପାଇଁ ଇଂରେଜମାନଙ୍କ ବିରୋଧରେ ସଂଘର୍ଷ, ଏହିପରି ଦୁଇଟି ସଂଘର୍ଷରେ ସେ ଅବତୀର୍ଣ୍ଣ ହୋଇଥିଲେ। ଦୁଇଟି ସଂଘର୍ଷକୁ ସେ ସମାନ ଗୁରୁତ୍ୱ ପ୍ରଦାନ କରିଥିଲେ। ନାସିକ୍‌ଠାରେ କାଲାରାମ ମନ୍ଦିର ପ୍ରବେଶ ସତ୍ୟାଗ୍ରହ ସମୟରେ ଇଂରେଜମାନେ ଯେତେବେଳେ ପକ୍ଷପାତ ନୀତି ଅବଲମ୍ବନ କରିଥିଲେ, ଆମ୍ବେଡକର ତତ୍‌କ୍ଷଣାତ୍‌ ବ୍ରିଟିଶ୍‌ ଗଭର୍ନରଙ୍କୁ ଚିଠି ଲେଖି ଉଲ୍ଲେଖ କରିଥିଲେ- ”ସବର୍ଣ୍ଣମାନଙ୍କ ସହିତ ଆମର ସାମାଜିକ ସଂଘର୍ଷ ଚାଲିଛି, ଏଣୁ ଇଂରେଜମାନେ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଯଦି ଇଂରେଜମାନେ ଏହିପରି ପକ୍ଷପାତପୂର୍ଣ୍ଣ ନୀତି ଅବଲମ୍ବନ କରିବେ, ତେବେ ସମଗ୍ର ସମାଜ ଏକତ୍ର ହୋଇ ଇଂରେଜ ବିରୋଧରେ ସ୍ବର ଉତ୍ତୋଳନ କରିବେ ।“ ସେହିପରି କାର୍ଯ୍ୟକାରିଣୀରେ ଭାଇସ୍‌ରାୟଙ୍କୁ କଠୋର ଶବ୍ଦରେ କହିଥିଲେ- ମୁଁ କଦାପି ହିନ୍ଦୁ ବିରୋଧୀ ନୁହେଁ। ମୋର ରାଷ୍ଟ୍ରର ହିତ ସର୍ବପ୍ରଥମ। ମୁଁ ସମସ୍ତ ଶକ୍ତି ବିନିଯୋଗ କରି ଇଂରେଜମାନଙ୍କ ବିରୋଧରେ ସଂଘର୍ଷ କରିବି ଓ ଅସ୍ପୃଶ୍ୟମାନଙ୍କୁ ସମୁଚିତ ନ୍ୟାୟ ପ୍ରଦାନ କରିବି। ଏଥିରୁ ସେ କିପରି ଜଣେ ଶ୍ରେଷ୍ଠ ରାଷ୍ଟ୍ରଭକ୍ତ ଥିଲେ ତା’ର ପ୍ରମାଣ ମିଳୁଛି।
କେତେକ ଇତିହାସକାର ଆମ୍ବେଡକରଙ୍କୁ ହିନ୍ଦୁଧର୍ମ ବିରୋଧୀ ଓ ନାସ୍ତିକ ରୂପେ ବର୍ଣ୍ଣନା କରି ସମାଜରେ ଭ୍ରାନ୍ତ ଧାରଣା ସୃଷ୍ଟି କରିଛନ୍ତି। ବାସ୍ତବରେ ହିନ୍ଦୁଧର୍ମକୁ ସ୍ବୀକାର କରି ନିଜର ଅନୁଗତମାନଙ୍କୁ ସମସ୍ତ ମାନବବାଦୀ ଅଧିକାର ମିଳୁ, ଏହା ସେ ସର୍ବଦା ଚାହୁଁଥିଲେ। ଏଥିପାଇଁ ସେ ଆଜୀବନ ବହୁ ପରିଶ୍ରମ ଓ ପରାକାଷ୍ଠା କରିଛନ୍ତି। ଶେଷରେ ସେ ଯେବେ ଦେଖିଲେ ଏହା ସଫଳ କ୍ରିୟାନ୍ବୟନ ହୋଇପାରୁ ନାହିଁ, ତେବେ ସେ ଧର୍ମ ପରିବର୍ତ୍ତନ କରିବାକୁ ନିର୍ଣ୍ଣୟ ନେଲେ। ଧର୍ମ ପରିବର୍ତ୍ତନ କରିବା ସମୟରେ ତାଙ୍କ ମନରେ ହିନ୍ଦୁ ବିରୋଧୀ ମାନସିକତା ଆଦୌ ନ ଥିଲା। ଡ. ଆମ୍ବେଡକରଙ୍କ ସମ୍ପୂର୍ଣ୍ଣ ଜୀବନ ଗାଥା ଗୋଟିଏ ମହାକାବ୍ୟ। ଦେଶଭକ୍ତିର ଜ୍ୱଳନ୍ତ ଉଦାହରଣ। ନିଜର ୬୫ ବର୍ଷ ଜୀବନ ମଧ୍ୟରେ ସର୍ବାଧିକ ଅବହେଳାର ଶିକାର ହୋଇ ଭାରତର ସମଗ୍ର ସନ୍ତୁଳିତ ବିକାଶ ପାଇଁ ତାଙ୍କ ବହୁମୂଲ୍ୟ ଯୋଗଦାନ ଅତୁଳନୀୟ। ଆମ୍ବେଡକର ସମାଜରୁ ଅସ୍ପୃଶ୍ୟତାକୁ ଦୂର କରି ଭାରତକୁ ଏକ ସଙ୍ଗଠିତ ଓ ସଶକ୍ତ ରାଷ୍ଟ୍ର ରୂପେ ନିର୍ମାଣ କରିବାକୁ ଚାହୁଁଥିଲେ। ନବ ଭାରତର ସମ୍ବିଧାନ ନିର୍ମାତା, ଗଣତନ୍ତ୍ରର ସଂସ୍ଥାପକ, ମାନବ ସ୍ବତନ୍ତ୍ରତାର ବାସ୍ତୁକାର ଆମ୍ବେଡକରଙ୍କ ଜୀବନୀ ଆଧୁନିକ ଭାରତର ପ୍ରେରଣାଦାୟୀ ପ୍ରସଙ୍ଗ।

  • ସର୍ବେଶ୍ୱର ବେହେରା
    ଆଡ୍‌ଭୋକେଟ୍‌, ଖଟବିନସାହି, କଟକ
    ମୋ: ୯୪୩୭୦୧୬୩୮୪

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?