ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ: ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଜିଲାପାଳ

ଦେବଗଡ଼,୧୯ା୧(ଡି.ଏନ୍‌.ଏ.) -ଜାନୁୟାରୀ ୧୮ ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସୋମବାର ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଜିଲା ସଡକ ସୁରକ୍ଷା ସମିତିଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ା ଏହି ଉପଲକ୍ଷେ ସୋମବାର ପୂର୍ବାହ୍ନରେ କଲେକ୍ଟରେଟ୍‌ଠାରେ ସଡକ ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା ରଥକୁ ଜିଲାପାଳ ସୁଧାଂଶୁ ମୋହନ ସାମଲ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମହନ୍ତ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ସପ୍ତାହ ବ୍ୟାପୀ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ ା ଦେବଗଡ ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍‌ ମାନେ ପ୍ଲାକାର୍ଡ ସହିତ ସଚେନତା ଶୋଭାଯାତ୍ରାରେ ରଥ ସହିତ ସହର ପରିକ୍ରମା କରିଥିଲେ ା ଏହି ଉପଲକ୍ଷେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଲିଫ୍‌ଲେଟ୍‌ ବଣ୍ଟନ କରାଯାଇ ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ୍‌ର ବ୍ୟବହାର, ଚାରି ଚକିଆ ଯାନରେ ସିଟ୍‌ ବେଲ୍‌ଟର ବ୍ୟବହାର, ନିଶାଶକ୍ତ ଅବସ୍ଥାରେ ଗାଡି ଚାଳନା ନ କରିବା ଏବଂ ଟ୍ରାଫିକ୍‌ ନିୟମ ମାନି ଗାଡି ଚଳାଇବା ସମ୍ପର୍କରେ ସଚେତନ କରାଯାଇଥିଲା। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଜିଲାସ୍ତରୀୟ ଜାତୀୟ ସଡକ ସୁରକ୍ଷା ସପ୍ତାହ ଆସନ୍ତା ୨୪ ତାରିଖ ଉଦ୍‌ଯାପିତ ହେବ ା ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା, ସହକାରୀ ପରିବହନ ଅଧିକାରୀ ଗୋଲାପ ଚନ୍ଦ୍ର ହାଁସଦା, ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ଦେବଗଡ ମହାବିଦ୍ୟାଳୟର ଏନସିସି. ଅଧିକାରୀ ସଂଗ୍ରାମ କିଶୋର ନନ୍ଦ, ବ୍ରହ୍ମା ଗାଡି ଚାଳନା ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ସୁଧୀର କୁମାର ବ୍ରହ୍ମାଙ୍କ ସମେତ ପୋଲିସ ପ୍ରଶାସନ ଓ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ା ସୂଚନାଯୋଗ୍ୟ ଯେ,ଏହି ସପ୍ତାହ ପାଳନ ଅବସରରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ା ୧୯ ତାରିଖ ପୂର୍ବାହ୍ନରେ ତିଲେଇବଣିଠାରେ ଏବଂ ୨୦ ତାରିଖ ପୂର୍ବାହ୍ନରେ ରିଆମାଳଠାରେ ସଚେତନତା ର଼୍ୟାଲି ଆୟୋଜନ କରାଯିବ ା ୨୧ ତାରିଖ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସମ୍ବନ୍ଧୀୟ ୱାଲ ପେଣ୍ଟିଂ ପ୍ରତିଯୋଗିତା, ୨୨ ତାରିଖ ସାଇକଲ ସଚେତନତା ଶୋଭାଯାତ୍ରା, ୨୩ ତାରିଖ କଲ୍ୟାଣ ମଣ୍ଡପ ଓ ଟାଉନ ହଲଠାରେ ଡ୍ରାଇଭରମାନଙ୍କ ନିମନ୍ତେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଏବଂ ଚକ୍ଷୁ ପରୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି ା ଏହି ଅବସରରେ ଜିଲାର ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ସଚେତନତା ସହିତ ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିବ। ଟ୍ରାଫିକ ନିୟମ ମାନି ଗାଡି ଚଳାଇ ଜିଲାରେ ଦୁର୍ଘଟଣାହାର ହ୍ରାସ କରିବାରେ ସହଯୋଗ ନିମନ୍ତେ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଇଡି କାର୍ଯ୍ୟାଳୟରେ ଡାକ୍ତରୀ ଟିମ୍‌

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ବୁଧବାର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାକ୍ତରୀ ଟିମ୍‌।ଏହି ଟିମ୍‌ ଆସିଥିବାରୁ ଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗ୍‌ ମାମଲାରେ କାହାକୁ ଗିରଫ...

କାର୍‌ରେ କଳା କାଚ ଲଗାଇଲେ ଗଣିବେ ତଣ୍ଡ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜଧାନୀରେ କଳା କାଚ ଥିବା କାର୍‌ ଦେଖିଲେ ପୋଲିସ ନେବ ଜରିମାନା। ଅପରାଧ ରୋକିବାକୁ କମିଶନରେଟ ପୋଲିସ ଏପରି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି।...

ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ବ୍ୟାଙ୍କ ଧର୍ମଘଟ, ୧୧ରେ ଖୋଲା ରହିବ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଛି ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ। ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ଆସନ୍ତା ୧୧ରୁ ୧୩ ତାରିଖ...

ବୋହିନେଲେ ଲୁହାପଥର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଖଣି ରାଜସ୍ବରେ ବ୍ୟାପକ ହେରଫେର ଓ ଅନିୟମିତତା ହୋଇଛି। ଲିଜ୍‌ଧାରୀ ଅନୁମୋଦିତ ପରିମାଣଠାରୁ ଅଧିକ ପରିମାଣର ଲୁହାପଥର ଉତ୍ତୋଳନ କରିଥିଲେ ମଧ୍ୟ ଖଣି ଯୁଗ୍ମ...

ପ୍ରଦୂଷଣ ସାର୍ଟିଫିକେଟ ନ ଦେଖାଇଲେ ଜରିମାନା: ୧ରୁ ଆଉ ଛାଡ଼ ନାହିଁ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଆଉ ଛାଡ ନାହିଁ। ପ୍ରଦୂଷଣ ନିୟନ୍ତ୍ରଣାଧୀନ (ପିୟୁସି) ସାର୍ଟିଫିକେଟ ନ ଥିଲେ ଗଣିବାକୁ ପଡିବ ଜରିମାନା। ଆସନ୍ତା ଅକ୍ଟୋବର ପହିଲାରୁ ଏହାକୁ କଡାକଡି ଲାଗୁ...

ଦିଲ୍ଲୀ ଗଲେ କୋଶଲ ରାଜ୍ୟ ସମନ୍ବୟ ସମିତି ପ୍ରତିନିଧି

ବରଗଡ଼ ଅଫିସ, ୨୩।୭: ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିନେଇ ମଙ୍ଗଳବାର ସକାଳୁ କୋଶଲ ରାଜ୍ୟ ସମନ୍ବୟ ସମିତିର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ...

‘ଧର୍ମାନ୍ତରିତଙ୍କୁ ଅନୁସୂଚିତ ଜନଜାତିରୁ ବାଦ୍‌ ଦିଆଯାଉ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଧର୍ମାନ୍ତରିତ ବ୍ୟକ୍ତିମାନଙ୍କୁ ଅନୁସୂଚିତ ଜନଜାତିରୁ ବାଦ୍‌ ଦେବା ଦାବିକୁ ଜୋର୍‌ଦାର କରିଛି ଜନଜାତି ସୁରକ୍ଷା ମଞ୍ଚ। ଏହାକୁ ନେଇ ଶନିବାର ମଞ୍ଚ ପକ୍ଷରୁ ରାଜଧାନୀ...

ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ ‘ଗୁଲାବ୍‌’

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଶନିବାର ସନ୍ଧ୍ୟାରେ ବାତ୍ୟାରେ ପରିଣତ ହୋଇପାରେ। ଆଉ ରବିବାର ସନ୍ଧ୍ୟାରେ ଏହା ଓ ଗୋପାଳପୁର ଓ ଆନ୍ଧ୍ର...

Advertisement
Archives

Model This Week