Posted inଖେଳ

ଫିଟ୍‌ନେସ୍‌ ପାଇଁ ଏସବୁ ଜିନିଷକୁ ବାଏ ବାଏ କହିଛନ୍ତି କୋହଲି

ନୂଆଦିଲ୍ଲୀ,୨୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବାର୍ଷିକୀ ଅବସରରେ ଦେଶର କିଛି ଫିଟ୍‌ନେସ୍‌କୁ ଧ୍ୟାନ ଦେଉଥିବା ବଛାବଛା ସେଲିବ୍ରିଟିଙ୍କ ସହ କଥା ହୋଇଥିଲେ। ଏହି କ୍ରମରେ ଭାରତୀୟ କ୍ରିକେଟର ବିରାଟ କୋହଲି ମଧ୍ୟ ମୋଦିଙ୍କ ସହ କଥା ହୋଇଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ବିରାଟ କୋହଲି, ମହିଳା ଫୁଟବଲର୍‌ ଆଫଶାନ ଆଶିକ, ଦୁଇଥର ପାରାଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝରିଆ, ପୂର୍ବତନ ଖେଳାଳି ତଥା ଅଭିନେତା ମିଲିନ୍ଦ ସୋମନଙ୍କ ସହ କଥା ହୋଇଥିଲେ। ମୋଦି ବିରାଟ କୋହଲିଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ ଆପଣଙ୍କ ନାମ ବିରାଟ ଏବଂ କାର୍ଯ୍ୟ ମଧ୍ୟ ବିରାଟ। ଏଥି ସହିତ କୋହଲି କହିଛନ୍ତି, ଯେତେବେଳେ ଆମେ ଖେଳିବା ଆରମ୍ଭ କଲୁ, ଖେଳର ଚାହିଦା ବଦଳି ଯାଇଥିଲା। ଖେଳ ପାଇଁ ଆମର ସିଷ୍ଟମ ଏବଂ ଖାଦ୍ୟପାନୀୟ ଠିକ୍‌ ନ ଥିଲା। ଖେଳ ଯୋଗୁ ମୋତେ ନିଜକୁ ପରିବର୍ତ୍ତନ କରିବାକୁ ପଡିଲା। ପ୍ରଧାନମନ୍ତ୍ରୀ କୋହଲିଙ୍କୁ ପଚାରିଥିଲେ ଯେ ଆପଣଙ୍କ ଫିଟନେସ ଯୋଗୁ ଦିଲ୍ଲୀର ଛୋଲେ ଭଟୁରେର କ୍ଷତି ହୋଇଥିବ? ଏହାର ଉତ୍ତରରେ କୋହଲି କହିଥିଲେ, ମୁଁ ଦିଲ୍ଲୀର ଛୋଲେ ଭଟୁରେକୁ ଆଜିବି ମନେ ରଖିଛି। ପିଲାବେଳେ ଆମେ ସମସ୍ତେ ପ୍ୟାକେଜ ଜଙ୍କ୍‌ଫୁଡ୍‌ ଖାଉଥିଲୁ। ତଥାପି ଏହା ସ୍ବାସ୍ଥ୍ୟ ପାଇଁ ଭଲ ନ ଥିଲା ଏବଂ ଏଥିରେ ପରିବର୍ତ୍ତନ ଆବଶ୍ୟକ ଥିଲା। ସେଥିପାଇଁ ମୁଁ ଜଙ୍କ୍‌ଫୁଡ୍‌ ଖାଇବା ଛାଡି ବ୍ୟାୟାମ ଉପରେ ଧ୍ୟାନ ଦେବା ଆରମ୍ଭ କଲି। ବ୍ୟାୟାମ ଦ୍ୱାରା ହିଁ ଶରୀର ଫିଟ୍‌ ରହିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ପ୍ରଭାବରେ ବେହାଲ ବଣାଇଁ ଅଞ୍ଚଳ; ବାଗୁନ ନାଳରେ ଭାସିଗଲା ବାଇକ, ଅଫିସରେ ଆଣ୍ଠୁଏ ପାଣି

ବଣାଇଁ,୨୮।୭( ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଏକ ପ୍ରକାର ଜନଜୀବନ ପ୍ରଭାବିତ…

ୟୁପିରେ ଏସ୍‌ପି-କଂଗ୍ରେସ ପାଇଁ ଅଡ଼ୁଆ ହେଲା କି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗ? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ, ୨୮।୭: ଭାରତୀୟ ଜନତା ପାର୍ଟିର ନେତା ତଥା ଓଡ଼ିଶାର ସମ୍ବଲପୁରରୁ ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ବଡ଼ ଆଡମ୍ବରରେ ଉତ୍ସବ ପାଳନ କଲା CJP; ହେଲେ ବଡ଼ କଥା କହିଦେଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କୋକ୍ରୋଚ ଜନତା ପାର୍ଟି (CJP)ର ସଦସ୍ୟମାନେ ହୋଟେଲରେ ମହା ଆଡମ୍ବରରେ ଉତ୍ସବ ପାଳନ କରୁଥିବା ଏକ…

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶେଷ ବିଦାୟ: ସାମିଲ ହେଲେ ହଜାର ହଜାର ଲୋକ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୁଶାନ୍ତ ସିଂଙ୍କୁ ମଙ୍ଗଳବାର ଶେଷ ବିଦାୟ ଦିଆଯାଉଛି। ଏହି କ୍ରମରେ ସକାଳୁ ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ହଲଦିପାଲି…

ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବଡ଼ ବୟାନ, ଜାଣନ୍ତୁ ତାଙ୍କର ଉଦ୍ଦେଶ୍ୟ କ’ଣ

ଜେରୁଜେଲମ,୨୮।୭: ଇରାନ ସହିତ ଯୁଦ୍ଧ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କୁ ଭେଟିବା ପାଇଁ ଆମେରିକାରେ ପହଞ୍ଚିଛନ୍ତି। ଆମେରିକା ଯିବା ପୂର୍ବରୁ, ନେତାନ୍ୟାହୁ…

ଇସ୍ତଫା ଦେବା ପରେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିବେ ଧର୍ମେନ୍ଦ୍ର! ଭାଜପାରେ ହେବ…

ଭୁବନେଶ୍ବର,୨୮।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିବା ନେଇ ସୂଚନା…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ବଡ଼ ଖୁଲାସା! ପ୍ରଥମେ CJPକୁ ସରକାର ଦେଇଥିଲେ ଏହି ଅଫର, ହେଲେ…

ନୂଆଦିଲ୍ଲୀ, ୨୮।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ସରକାରଙ୍କ ପ୍ରତିନିଧି…

କାଙ୍କଡ଼ ୮୦, ଗାଜର କିଲୋ ୧୨୦ ଟଙ୍କା : ବର୍ଷା ଋତୁରେ ବଢୁଛି ପନିପରିବା ଦର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆଖ ପାଖ ଅଞ୍ଚଳରେ ପନିପରିବା ଚାଷ କମ ପରିମାଣରେ ବଜାରକୁ ଆସୁଅଛି। କିନ୍ତୁ ବ୍ୟବସାୟୀମାନେ ରାୟପୁର ଯାଇ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri