ବିଶ୍ୱସ୍ତରୀୟ ଚିଡ଼ିଆଖାନା ହେବ ନନ୍ଦନକାନନ

ବାରଙ୍ଗ,୩୦।୧୨(ଡି.ଏନ୍‌.ଏ.): ଧଳାବାଘ, ବଜ୍ରକାପ୍ତା ଓ ଘଡ଼ିଆଳ କୁମ୍ଭୀର ପ୍ରଜନନକୁ ନେଇ କେନ୍ଦ୍ରର ଦୃଷ୍ଟିଆକର୍ଷଣ କରିପାରିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୁବ୍‌ଶୀଘ୍ର ହେବାକୁ ଯାଉଛି ବିଶ୍ୱସ୍ତରୀୟ ଚିଡ଼ିଆଖାନା। ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି ବୋଲି ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶିଶିର କୁମାର ରଥ କହିଛନ୍ତି। ବୁଧବାର ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହା ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରଥ କହିଥିଲେ, ବିଶ୍ୱସ୍ତରୀୟ ଚିଡ଼ିଆଖାନା ହେବା ପାଇଁ ନନ୍ଦନକାନନ ତା’ର କାର୍ଯ୍ୟ ଆରମ୍ଭ କରିଦେଇଛି। ନୂଆ ଢାଞ୍ଚାରେ କାର୍‌ ପାର୍କିଂସ୍ଥଳ, ଶିଶୁ ରେଳଗାଡ଼ି କାର୍ଯ୍ୟ ସାରିବା ପରେ ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ କାର୍ଯ୍ୟ ହେବାକୁ ଯାଉଛି। ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରୀୟ ଚିଡ଼ିିଆଖାନାରେ ସାମିଲ ହେବା ପାଇଁ ନିର୍ଦ୍ଧାରିତ ହୋଇଥିବା ୧୫ଟି ବଡ଼ ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନକୁ ସାମିଲ କରାଯାଇଛି ବୋଲି କହିଥିଲେ। କେବଳ ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ସୁବିଧା ନୁହେଁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ମଧ୍ୟ କାର୍ଯ୍ୟ କରାଯିବ ବୋଲି କହିଥିଲେ।

ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଥିଲେ, ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡ଼ିଆଖାନା ହେବାକୁ ଥିବାବେଳେ ନୂଆ ପଶୁପକ୍ଷୀ ଆଣିବା ପାଇଁ ସିଙ୍ଗାପୁର, ଶ୍ରୀଲଙ୍କାର ଚିଡିଆଖାନା ସହ ଚୁକ୍ତିପତ୍ର ସରିଛି। ଏହାସହ ଏନକ୍ଲୋଜରଗୁଡିକୁ ମର୍ଡନ ଲୁକ୍‌ ଦେବା ପାଇଁ ଜର୍ମାନର ବର୍ଲିନ ଟିୟର ପାର୍କ ଜୁ ସହ ଚୁକ୍ତିପତ୍ର ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ଓ ସିଜେଡିଏ ଅନୁମୋଦନ କରିସାରିଛନ୍ତି। ଏଥିସହ କାଞ୍ଜିଆ ଓ କିଆଖଣି ହ୍ରଦର ମଧ୍ୟ ପୁନରୁଦ୍ଧାର କରାଯିବ ବୋଲି ଶଶୀ ପଲ କହିଥିଲେ। ଏହି ଅବସରରେ ପ୍ରଥମକରି ଏକ ବଜ୍ରକାପ୍ତାକୁ ପରୀକ୍ଷାମୂଳକ ଭାବେ ମୁକ୍ତରେ ବିଚରଣ ପାଇଁ ଛଡ଼ାଯାଇଥିଲା। ମହାରାଷ୍ଟ୍ର ପରେ ଓଡ଼ିଶାର ପ୍ରଥମ ଚିଡିଆଖାନା ଭାବେ ନନ୍ଦନକାନନ ୨୮ନଭେମ୍ବର ୨୦୨୧ ଗଜପତି ଜିଲା ପାରଳାଖେମୁଣ୍ଡି ବନ ବିଭାଗ ଦ୍ୱାରା ଜବତ ହୋଇ ଆସିଥିବା ୧୪କେଜି ଓଜନର ଏକ ଅଣ୍ଡିରା ବଜ୍ରକାପ୍ତାର ଶରୀରରେ ଭିଏଚ୍‌ଏଫ୍‌-ରେଡିଓ ଟ୍ରାନ୍ସମିଟର ଲଗାଯାଇ ଛଡ଼ାଯାଇଥିଲା। ଏହାଦ୍ୱାରା ତା’ର ଗତିବିଧିକୁ ପରଖାଯାଇପାରିବ। ଏହାସହ ମେଘା ଓ ନନ୍ଦନ, ବିଜୟା ଓ ସେଫ ଔରସରୁ ଜନ୍ମଗ୍ରହଣ କରିଥବା ୬ଟି ଶାବକର ନାମକରଣ କରାଯାଇଥିଲା। ବାଘୁଣୀ ମେଘାର ଛୁଆ ନାମ ସାହିନି, ଅଭୟ, ବିବେକ ରଖାଯାଇ ଥିବାବେଳେ ବାଘୁଣୀ ବିଜୟା ଛୁଆଙ୍କ ନାମ ବଂଶୀ, ରକି, ରାକେଶ ରଖାଯାଇଥିଲା। ପରେ ନନ୍ଦନକାନନର ବାର୍ଷିକ ପୁସ୍ତିକା କ୍ୟାଲେଣ୍ଡର ଉନ୍ମୋଚନ ସହ ବିଶେଷ ଅବଦାନ ଥିବା କେତେଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ନିର୍ଦ୍ଦେଶକ ଡ. ମନୋଜ ଭି ନାୟାର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଉପନିର୍ଦ୍ଦେଶକ ଡ.ସଞ୍ଜିତ କୁମାର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri