ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର କାଟୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି ଯେ, ଏବେ ତାଙ୍କୁ ଅଧିକ କାମ କରିବା ଉଚିତ ନୁହେଁ ଏବଂ ନୂଆ ପିଢ଼ିକୁ ମଧ୍ୟ କାମ କରିବାର ସୁଯୋଗ ମିଳିବା ଦରକାର।

ଗଡକରୀଙ୍କ ଏହି ବୟାନ ପରେ ସେ ସକ୍ରିୟ ରାଜନୀତିରୁ ଦୂରେଇବାକୁ ସଙ୍କେତ ଦେଉଛନ୍ତି କି ବୋଲି ପ୍ରଶ୍ନ ଉଠିଛି । ତେବେ ଗଡକରୀ ନିଜ ବୟାନରେ ରାଜନୀତି ଛାଡ଼ିବା କିମ୍ବା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ କୌଣସି ସିଧାସଳଖ ଘୋଷଣା କରିନାହାନ୍ତି।କାଟୋଲରେ ‘ଏକଲବ୍ୟ ଏକଲ ବିଦ୍ୟାଳୟ ଶିକ୍ଷକ-ପର୍ଯ୍ୟବେକ୍ଷକ ପ୍ରଶିକ୍ଷଣ ଶ୍ରେଣୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଗଡକରୀ ତାଙ୍କ ପ୍ରାୟ ୩୦ ବର୍ଷର ସାର୍ବଜନୀନ ଜୀବନ ବିଷୟରେ କହିଥିଲେ। ସେ ଏହି ଦୀର୍ଘ ଯାତ୍ରାରେ ଅନେକ ଉତ୍ଥାନ-ପତନ ଦେଖିଥିବା ସହ ବହୁ ସମ୍ମାନ ଓ ପୁରସ୍କାର ପାଇଥିବା କହିଥିଲେ।

ଏହାପରେ ସେ କହିଥିଲେ ଯେ, “ଏବେ ମୋତେ ଅଧିକ କାମ କରିବା ଉଚିତ ନୁହେଁ। ନୂଆ ପିଢ଼ିକୁ ମଧ୍ୟ କାମ କରିବାର ସୁଯୋଗ ଦେବା ଉଚିତ।” ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ଗଡକରୀଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କୋଭିଡ୍ ମହାମାରୀ ପରେ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥିବା ଗଡକରୀ କହିଛନ୍ତି ଯେ, ସେ ଏବେ ନିୟମିତ ଯୋଗ କରୁଛନ୍ତି। ତାଙ୍କ ମତରେ, ଜଣେ ବ୍ୟକ୍ତି ସୁସ୍ଥ ନଥିଲେ କ୍ଷମତା କିମ୍ବା ପଦର କୌଣସି ମୂଲ୍ୟ ନାହିଁ।

ଗଡକରୀ କହିଥିଲେ ଯେ, ପୂର୍ବରୁ ଦଳ ପାଇଁ କାମ କରିବା ସମୟରେ ତାଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେତେବେଳେ ଯେକୌଣସି ସମୟରେ ସିଙ୍ଗଡା ଖାଇଦେଉଥିଲେ ଏବଂ ଯେକୌଣସି ସ୍ଥାନରେ ଶୋଇ ପଡ଼ୁଥିଲେ। ଏବେ କିନ୍ତୁ ସେ ନିଜ ସ୍ୱାସ୍ଥ୍ୟକୁ ଅଧିକ ପ୍ରାଥମିକତା ଦେଉଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?