Posted inଖେଳ

ନାଡାଲଙ୍କୁ ୧୩ତମ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ: ୨୦ଟି ଗ୍ରାଣ୍ଡସ୍ଲାମ ସହ ଫେଡରରଙ୍କ ସମକକ୍ଷ

ପ୍ୟାରିସ୍‌,୧୨।୧୦(ଏପି): କ୍ଲେ କୋର୍ଟର ରାଜା ବିବେଚିତ ହେଉଥିବା ସ୍ପେନ୍‌ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡାଲ ଏଥର ମଧ୍ୟ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲାରେ ଦ୍ୱିତୀୟ ସିଡ୍‌ ନାଡାଲ ଅତି ସହଜରେ ଟପ୍‌ ସିଡ୍‌ ତଥା ବିଶ୍ୱର ୧ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ଙ୍କୁ ୬-୦, ୬-୨, ୭-୫ ସେଟ୍‌ରେ ପରାସ୍ତ କରି ବାଜି ମାରିଛନ୍ତି। ଏଥିସହିତ ନାଡାଲ କୌଣସି ସେଟ୍‌ ଡ୍ରପ୍‌ ନ କରି ରେକର୍ଡ ୧୩ଥର ପାଇଁ ଫ୍ରେଞ୍ଚ୍‌ ଓପନ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ୱର ୨ ନମ୍ବର ଖେଳାଳି ନାଡାଲ ମୋଟ ଉପରେ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ସୁଇଜରଲାଣ୍ଡ ତାରାକା ରୋଜର ଫେଡରରଙ୍କ ସମକକ୍ଷ ହୋଇଛନ୍ତି। ଫେଡରର ପୂର୍ବରୁ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ବିଶ୍ୱର ସଫଳତମ ଖେଳାଳି ବିବେଚିତ ହୋଇଥିଲେ।
ରୋଲାଣ୍ଡ ଗ୍ୟାରୋସ୍‌ର ଫିଲିଫ୍‌ ଚାର୍ଟିଏର କୋର୍ଟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମ ଦୁଇଟି ସେଟ୍‌ରେ ୩୪ ବର୍ଷୀୟ ନାଡାଲ ସମ୍ପୂର୍ଣ୍ଣ ଭାବେ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ। ଜୋକୋଭିଚ୍‌ ଲୟ ପାଇବାକୁ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ତେବେ ତୃତୀୟ ସେଟ୍‌ରେ ନାଡାଲଙ୍କୁ ଜୋକୋଭିଚ୍‌ ସାମାନ୍ୟ ଟକ୍କର ଦେଇ ଆରମ୍ଭରୁ ଅଗ୍ରଣୀ ହାସଲ କରିଥିଲେ। ତେବେ ୨ ଘଣ୍ଟ ୩୦ ମିନିଟ୍‌ ମଧ୍ୟରେ ନାଡାଲ ଶେଷରେ ବିଜୟୀ ହୋଇଥିଲେ। ନାଡାଲଙ୍କ ଏହି ପ୍ରଦର୍ଶନ କ୍ଲେ କୋର୍ଟରେ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବୋଲି ବିବେଚିତ ହୋଇଛି। ସାରା ମ୍ୟାଚ୍‌ରେ ସେ ଜୋକୋଭିଚ୍‌ଙ୍କୁ କୌଣସି ସୁଯୋଗ େ ଦଇ ନ ଥିଲେ। ଏଥିସହ ନାଡାଲ ଫ୍ରେଞ୍ଚ୍‌ ଓପନରେ ୧୦୦ତମ ବିଜୟ ହାସଲ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ସେ ମାତ୍ର ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ୧୯୭୨ରେ ଆନ୍ଦ୍ରେସ ଜିମେନୋଙ୍କ ପରେ ନାଡାଲ ଫ୍ରେଞ୍ଚ୍‌ ଓପନ୍‌ରେ ବୟୋଜ୍ୟେଷ୍ଠ ଚାମ୍ପିୟନ ବିବେଚିତ ହୋଇଛନ୍ତି। ୨୦୦୫ରେ ନାଡାଲ ପ୍ରଥମ ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତିଥିଲେ। ୧୩ଟି ଫ୍ରେଞ୍ଚ୍‌ ଓପନ ଟାଇଟଲକୁ ବାଦ୍‌ ଦେଲେ ନାଡାଲ ଥରେ ଅଷ୍ଟ୍ରେଲିଆନ ଓପନ, ୨ଥର ଓ୍ବିମ୍ବେଲଡନ ଓ ୪ଥର ୟୁଏସ୍‌ ଓପନ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ନିଜ ପ୍ରଦର୍ଶନରେ ନାଡାଲ ଖୁସି ଜାହିର କରିଛନ୍ତି। ରୋମ୍‌ରେ ଡିଏଗୋ ସ୍ବାର୍ଜମ୍ୟାନଙ୍କଠାରୁ ପରାସ୍ତ ହୋଇ ସେ ଶିକ୍ଷା ପାଇଥିଲେ ବୋଲି ନାଡାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri