Posted inଖେଳ

ନାଡାଲଙ୍କୁ ୧୩ତମ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ: ୨୦ଟି ଗ୍ରାଣ୍ଡସ୍ଲାମ ସହ ଫେଡରରଙ୍କ ସମକକ୍ଷ

ପ୍ୟାରିସ୍‌,୧୨।୧୦(ଏପି): କ୍ଲେ କୋର୍ଟର ରାଜା ବିବେଚିତ ହେଉଥିବା ସ୍ପେନ୍‌ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡାଲ ଏଥର ମଧ୍ୟ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲାରେ ଦ୍ୱିତୀୟ ସିଡ୍‌ ନାଡାଲ ଅତି ସହଜରେ ଟପ୍‌ ସିଡ୍‌ ତଥା ବିଶ୍ୱର ୧ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ଙ୍କୁ ୬-୦, ୬-୨, ୭-୫ ସେଟ୍‌ରେ ପରାସ୍ତ କରି ବାଜି ମାରିଛନ୍ତି। ଏଥିସହିତ ନାଡାଲ କୌଣସି ସେଟ୍‌ ଡ୍ରପ୍‌ ନ କରି ରେକର୍ଡ ୧୩ଥର ପାଇଁ ଫ୍ରେଞ୍ଚ୍‌ ଓପନ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ୱର ୨ ନମ୍ବର ଖେଳାଳି ନାଡାଲ ମୋଟ ଉପରେ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ସୁଇଜରଲାଣ୍ଡ ତାରାକା ରୋଜର ଫେଡରରଙ୍କ ସମକକ୍ଷ ହୋଇଛନ୍ତି। ଫେଡରର ପୂର୍ବରୁ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ବିଶ୍ୱର ସଫଳତମ ଖେଳାଳି ବିବେଚିତ ହୋଇଥିଲେ।
ରୋଲାଣ୍ଡ ଗ୍ୟାରୋସ୍‌ର ଫିଲିଫ୍‌ ଚାର୍ଟିଏର କୋର୍ଟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମ ଦୁଇଟି ସେଟ୍‌ରେ ୩୪ ବର୍ଷୀୟ ନାଡାଲ ସମ୍ପୂର୍ଣ୍ଣ ଭାବେ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ। ଜୋକୋଭିଚ୍‌ ଲୟ ପାଇବାକୁ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ତେବେ ତୃତୀୟ ସେଟ୍‌ରେ ନାଡାଲଙ୍କୁ ଜୋକୋଭିଚ୍‌ ସାମାନ୍ୟ ଟକ୍କର ଦେଇ ଆରମ୍ଭରୁ ଅଗ୍ରଣୀ ହାସଲ କରିଥିଲେ। ତେବେ ୨ ଘଣ୍ଟ ୩୦ ମିନିଟ୍‌ ମଧ୍ୟରେ ନାଡାଲ ଶେଷରେ ବିଜୟୀ ହୋଇଥିଲେ। ନାଡାଲଙ୍କ ଏହି ପ୍ରଦର୍ଶନ କ୍ଲେ କୋର୍ଟରେ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବୋଲି ବିବେଚିତ ହୋଇଛି। ସାରା ମ୍ୟାଚ୍‌ରେ ସେ ଜୋକୋଭିଚ୍‌ଙ୍କୁ କୌଣସି ସୁଯୋଗ େ ଦଇ ନ ଥିଲେ। ଏଥିସହ ନାଡାଲ ଫ୍ରେଞ୍ଚ୍‌ ଓପନରେ ୧୦୦ତମ ବିଜୟ ହାସଲ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ସେ ମାତ୍ର ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ୧୯୭୨ରେ ଆନ୍ଦ୍ରେସ ଜିମେନୋଙ୍କ ପରେ ନାଡାଲ ଫ୍ରେଞ୍ଚ୍‌ ଓପନ୍‌ରେ ବୟୋଜ୍ୟେଷ୍ଠ ଚାମ୍ପିୟନ ବିବେଚିତ ହୋଇଛନ୍ତି। ୨୦୦୫ରେ ନାଡାଲ ପ୍ରଥମ ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତିଥିଲେ। ୧୩ଟି ଫ୍ରେଞ୍ଚ୍‌ ଓପନ ଟାଇଟଲକୁ ବାଦ୍‌ ଦେଲେ ନାଡାଲ ଥରେ ଅଷ୍ଟ୍ରେଲିଆନ ଓପନ, ୨ଥର ଓ୍ବିମ୍ବେଲଡନ ଓ ୪ଥର ୟୁଏସ୍‌ ଓପନ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ନିଜ ପ୍ରଦର୍ଶନରେ ନାଡାଲ ଖୁସି ଜାହିର କରିଛନ୍ତି। ରୋମ୍‌ରେ ଡିଏଗୋ ସ୍ବାର୍ଜମ୍ୟାନଙ୍କଠାରୁ ପରାସ୍ତ ହୋଇ ସେ ଶିକ୍ଷା ପାଇଥିଲେ ବୋଲି ନାଡାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri