ସର୍ବସାଧାରଣ ସ୍ଥାନକୁ କବ୍‌ଜା କରିନେଉଛନ୍ତି ଲୋକେ, ହେଲେ ପୁଣି ପୁରୁଷୋତ୍ତମପୁର ପ୍ରାଣୀ ଚିକିତ୍ସାଳୟ ଉପରେ ଏନ୍‌ଏସି ପ୍ରଶାସନର ଲୋଲୁପ ଦୃଷ୍ଟି

ପୁରୁଷୋତ୍ତମପୁର,୧୦।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପରିସରରେ ବିଭିନ୍ନ ସ୍ଥାନରେ ରହିଥିବା ସର୍ବସାଧାରଣ ପଟ୍ଟା ଖାତାରେ ଥିବା ସରକାରୀ ଜାଗାମାନକୁ ଗୋଟିଏ ପରେ ଗୋଟିଏ ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି କବ୍ଜା କରି ଦଖଲକୁ ନେବାରେ ଲାଗିଛନ୍ତି। କିଏ ବେଆଇନ ଭାବରେ ଜବର ଦଖଲ କରି ତ କିଏ ଆଇନର ଆଶ୍ରୟନେଇ ହାତେଇବାରେ ଲାଗିଛନ୍ତି। ମାତ୍ର ଏଥିପ୍ରତି ଏନ୍‌ଏସି ପ୍ରଶାସନ ଗୁରୁତ୍ୱ ଦେବା ବଦଳରେ ଜଳକା ଭାବେ ବସିରହିଛନ୍ତି, ଯାହାଦ୍ବାରା ଜାଗା ଅଭାବରୁ ଜନସାଧାରଣଙ୍କ ନିତାନ୍ତ ମୌଳିକ ଆବଶ୍ୟକତା ଲାଗି ଉନ୍ନୟନ ମୂଳକ କାର୍ଯ୍ୟମାନ ହୋଇପାରୁନାହିଁ।

ତେବେ ପୁରୁଷୋତ୍ତମପୁର ଏନ୍‌ଏସି ଅଞ୍ଚଳରେ ପୋଲିସ ବିଭାଗୀୟ ସବ୍‌ଡିଭିଜିନାଲ ଅଫିସ, ବ୍ଲକ,ତହସିଲ,କୋର୍ଟ, ବ୍ୟାଙ୍କ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି। ଏହା ବାଣିଜ୍ୟ ଫେଣ୍ଠସ୍ଥଳ ହୋଇଥିବା ହେତୁ ପ୍ରତ୍ୟେହ ଶହଶହ ସଂଖ୍ୟାରେ ଲୋକେ ପୁରୁଷୋତ୍ତମପୁର ସହର ଉପରେ ନିର୍ଭର କରିଥାନ୍ତି। ମାତ୍ର ଜାଗା ଅଭାବରୁ ପାର୍କିଂ ସ୍ଥଳଟିଏ ନିର୍ମାଣ ହୋଇପାରୁନାହିଁ। ଫଳରେ ଲୋକେ ଏଣେତେଣେ ରାସ୍ତାଉପରେ ଗାଡିମୋଟର ରଖିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ବାରମ୍ବାର ଦୁର୍ଘଟଣା ଘଟୁଛି। ଅପରପକ୍ଷରେ କାଳୀ ମନ୍ଦିର ଛକଠାରୁ ରଥସାହି ଛକ ମଧ୍ୟରେ ବ୍ୟାଙ୍କ, ତହସିଲ, କୋର୍ଟ ଛକରେ ପରିଶ୍ରାଗାର ନ ଥିବା ହେତୁ ଜନସାଧାରଣ ବିଶେଷକରି ମହିଳା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ସହର ମଧ୍ୟରେ ଥିବା କୋଟିକୋଟି ଟଙ୍କାର ସରକାରୀ ଜମିକୁ ଜବରଦଖଲକାରୀଙ୍କ କବଜାରୁ ଏନ୍‌ଏସି ଦଖଲକୁ ଆଣି ସେଠାରେ ଉନ୍ନୟନ କାର୍ଯ୍ୟକରିବା ପରିବର୍ତ୍ତେ ପ୍ରାଣୀମାନଙ୍କ ସୁବିଧାଲାଗି ରହିଥିବା ପ୍ରାଣୀ ଚିକିତ୍ସାଳୟ ଉପରେ ଏନ୍‌ଏସି ପ୍ରଶାସନ ଲୋଲୁପ ଦୃଷ୍ଟି ପକାଇଛି। ଏହି ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା କୁକୁଡା ସଂରକ୍ଷଣ ଗ୍ରୁହକୁ ଭାଙ୍ଗି ଗତ ୨୦୦୨ ମସିହାରେ ସେଠାରେ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ନିର୍ମାଣ କରିଥିଲେ। ମାତ୍ର ସେହି କଲ୍ୟାଣ ମଣ୍ଡପ ବର୍ତ୍ତମାନ ଏନ୍‌ଏସିର ଗୋଦାମ ପାଲଟିଛି। ସେହିଭଳି ଏହି ପ୍ରାଣି ଚିକିତ୍ସାଳୟ ପରିସରରେ ଥିବା ଷ୍ଟାଫ କ୍ୱାଟର, କୁକୁଡା ଚିଆଁ ଉତ୍ପାଦନ, ଆହତ ପ୍ରାଣୀଙ୍କ ଚିକିତ୍ସା ଗୃହ , ଲାବ୍ରୋଟରୀ ନିର୍ମାଣ ଲାଗି ରହିଥିବା ଜାଗାକୁ ଏନ୍‌ଏସି କବ୍ଜା କରିବାକୁ ଚାହୁଁଛି। ସେଠାରେ ଏନ୍‌ଏସି କାର୍ଯ୍ୟାଳୟର କୋଠା ନିର୍ମାଣ କରିବାଲାଗି ମସୁଧା ଆରମ୍ଭ ହୋଇଛି। ବର୍ତ୍ତମାନର ସରକାର ଗୋଶାଳା, ପ୍ରାଣୀ ମାନଙ୍କ ଚିକିତ୍ସା, ଚାଷୀଙ୍କ ବିକାଶ କ୍ଷେତ୍ରରେ ଗୁରୁତ୍ୱ ଦେଉଥିବାବେଳ ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା ଜାଗାକୁ ଯଦିି ଏନଏସି ପ୍ରଶାସନ ପୁଣି ଦଖଲ କରିନିଏ ତେବେ ସରକାରଙ୍କ ଏହି ଯୋଜନାର ମାନ ହ୍ରାସ ପାଇପାରେ। ଏଣୁ ଏନ୍‌ଏସି ଏହି ସ୍ଥାନରେ କାର୍ଯ୍ୟାଳୟ କରିବା ପରିବର୍ତ୍ତେ ସହରର ବିଭିନ୍ନ ସ୍ଥାନରେ ସର୍ବସାଧାରଣପଟ୍ଟାରେ ଥିବା ଜାଗାକୁ କବ୍ଜାକରିନେଇଥିବା ବ୍ୟକ୍ତିଙ୍କ କବଳରୁ ଆଣି ସେଠାରେ ନିଜର କାର୍ଯ୍ୟାଳୟ କୋଠା ର୍ନିମାଣ କରିବା ଜରୁରୀ ବୋଲି ମତ ପ୍ରକାଶ ପାଉଛି।

ଏହାକୁ ନେଇ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡାକ୍ତର ମନୋଜ କୁମାର ଶତପଥୀ କହିଛନ୍ତି ଯେ, ଚିକିତ୍ସାଳୟ ପରିସରରେ ବର୍ତ୍ତମାନ ଯେଉଁ ଜାଗା ରହିଛି, ସେଠାରେ ପ୍ରାଣୀବିଭାଗର ସରକାରୀ ଯୋଜନା ଲାଗି ଆବଶ୍ୟକୀୟ ଗୃହ ଏବଂ ଷ୍ଟାଫ୍‌ କ୍ୱାଟର ନିର୍ମାଣ ସକାଶେ ନିତାନ୍ତ ଆବଶ୍ୟକ ରହିଛି। ଏହି ଜାଗାକୁ ନେଇ ସେଠାରେ ଏନ୍‌ଏସି କାର୍ଯାଳୟ ନିର୍ମାଣ ଲାଗି ଯୋଜନା କରାଯାଉଛି ଯାହାକୁ ପ୍ରାଣୀ ବିଭାଗ ପକ୍ଷରୁ ପ୍ରତିବାଦ କରାଯାଉଛି। ଏଥିନେଇ ତହସିଲଦାରଙ୍କଠାରେ ଏଲିନେସନ୍‌ ଲାଗି ଚିଠି କରିଛି। ଏହି ଜାଗାକୁ ଜଦି ଏନ୍‌ଏସି ନେଇଯାଏ ତେବେ ପ୍ରାଣୀଙ୍କ ସୁବିଧା ଲାଗି ସରକାର ନେଉଥିବା ଯୋଜନାର କାର୍ଯ୍ୟ ଓ ବିକାଶରେ ସମ୍ପୂର୍ଣ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?