ମୋ ସରକାର ଲକ୍ଷ୍ୟ ନିରନ୍ତର ସେବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବର୍ତ୍ତନ କରିବାକୁ ହେବ। ମଙ୍ଗଳବାର ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀମାନଙ୍କୁ ଏହି ବାର୍ତ୍ତା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର କାର୍ଯ୍ୟକ୍ରମ ୨ ବର୍ଷ ଧରି ଆରମ୍ଭ ହୋଇଛି। ପ୍ରଶାସନିକ ସ୍ତରରେ ସରକାରଙ୍କ ଏହି ରୂପାନ୍ତର ଉଦ୍ୟମ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ସପକ୍ଷରେ ବିଶ୍ୱାସ ସୃଷ୍ଟି କରିପାରିଛି। ଏହି ପ୍ରକ୍ରିୟା ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି।
ସରକାରୀ ଅଧିକାରୀଙ୍କ ମଧ୍ୟରେ ବୃତ୍ତିଗତ ବ୍ୟବହାର ଆଣିବା ପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ଉଦ୍ୟମ ସଫଳ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ସରକାରୀ ଅଧିକାରୀମାନେ ଏବେ ଜନସାଧାରଣଙ୍କ ସହିତ ଅଧିକ ଦାୟିତ୍ୱସମ୍ପନ୍ନ ତଥା ସହୃଦୟତାର ସହ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୋ ସରକାରରୁ ମିଳିଥିବା ଫିଡ୍‌ବ୍ୟାକ୍‌ ଅନୁଯାୟୀ ସରକାରଙ୍କ ଅନେକ ବିଭାଗ ଭଲ ପ୍ରଦର୍ଶନ କରିଛନ୍ତି।
ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ସେବା ମୋ ସରକାରର ଲକ୍ଷ୍ୟ ଅନୁଯାୟୀ ଯେପରି ସର୍ବୋତ୍ତମ ଭାବେ କାର୍ଯ୍ୟ କରିବ, ସେଥିପାଇଁ ଧ୍ୟାନ ଦେବା ଲାଗି ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ନାଗରିକମାନଙ୍କ ଡାଟାବେସ୍‌କୁ ସବୁ ସମୟରେ ନବୀକୃତ କରିବା ଜରୁରୀ। ଏହା ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିକୁ ନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ମୋ ସରକାର କାର୍ଯ୍ୟକ୍ରମରେ ୨୮ଟି ବିଭାଗର ୨୨୨ ସେବା ଅନ୍ତର୍ଭୁକ୍ତ କରାଯାଇଛି। ଏ ସମ୍ପର୍କରେ ଲୋକମାନଙ୍କ ପାଖରୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ନିୟମିତ ତଥ୍ୟ ସଂଗ୍ରହ କରାଯାଉଛି। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ବରାଷ୍ଟ୍ର, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଉପସ୍ଥାପନ ଜରିଆରେ ସେମାନଙ୍କ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହି ବିଭାଗ ସମୂହର ସେବା ପାଇଁ ମୋଟାମୋଟି ଭାବରେ ସନ୍ତୋଷଜନକ ପ୍ରତିକ୍ରିୟା ମିଳିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆହୁରି ଅଧିକ ନିଷ୍ଠାର ସହ ସେବା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମର କିପରି ଅଧିକ ଉନ୍ନତି ଆସିପାରିବ, ସେ ସମ୍ପର୍କରେ ମତାମତ ରଖିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ ଅଭୟ, ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ। ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମଗ୍ରିକ ଉପସ୍ଥାପନା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସତର୍କତା:ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ବୃଦ୍ଧି

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ସମୟ ବୃଦ୍ଧି କରିଛନ୍ତି। ଏ ନେଇ...

ଗତବର୍ଷ ଅପେକ୍ଷା ବଢ଼ିଛି ଧାନ ସଂଗ୍ରହ: ଧାର୍ଯ୍ୟ ଲକ୍ଷ୍ୟର ୭୯% ଧାନ ସଂଗ୍ରହ ସରିଛି

ଭୁବନେଶ୍ୱର,୪।୨(ବ୍ୟୁରୋ): ସାରା ରାଜ୍ୟରେ ଚଳିତ ଖରିଫ୍‌ ଧାନ ସଂଗ୍ରହ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲିଛି। ଫେବୃୟାରୀ ୩ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ବାରା ୩୯ ଲକ୍ଷ...

ପାଣି ଆଶା: ମିଳୁଛି ଦୁର୍ଦ୍ଦଶା

ଯାଜପୁର ଅଫିସ,୧୮ା୧୦: ପାନୀୟ ଜଳ ପାଇଁ ଘୋର ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ କଥା ଭାବିଲେ ଯାଜପୁର ଜିଲା ବଡ଼ଚଣା ବ୍ଲକ ସିହା ଏବଂ କୋରେଇ ବ୍ଲକ...

ଚର୍ଚ୍ଚିତ ମିଶ୍ରଙ୍କୁ ଇଡିର ୨ ଘଣ୍ଟା ଜେରା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ନିର୍ଦ୍ଦେଶକ ତଥା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ...

ଫେବୃୟାରୀରେ ୨୮ ଅପହରଣ ମାମଲା

ଭୁବନେଶ୍ୱର,୧୧।୩(ବ୍ୟୁରୋ): କମିଶନରେଟ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ କିଡ୍‌ନାପିଙ୍ଗ୍‌ ଓ ମ୍ୟାନ୍‌ ମିସିଂ ସେଲ୍‌ କାମ କରୁଛି। ଏହି ସେଲ୍‌ ଅପହରଣ ମାମଲାରେ ଥାନାର...

୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସମୟରେ ସେ ଶନିବାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଆୟୋଜିତ ହେବାକୁ ଥିବା...

ଜାଭେଲିନ ତାରକା କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ଭୁବନେଶ୍ୱର,୨୯ା୮(ଅନିଲଦାସ):ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଓଡ଼ିଆ ଭାବେ ଦେଶ ପାଇଁ ପ୍ରତିନିଧିତ୍ୱ କରି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜାଭେଲିନ ତାରକା କିଶୋର ଜେନାଙ୍କୁ ୨୫...

ରାଜ୍ୟ ବିଜେଡିର ସାଧରଣ ସମ୍ପାଦିକା ହେଲେ ଗୀତାଞ୍ଜଳି

ଡେରାବିଶ, ୨୧ା୦୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଓ ଜିଲାର ବରିଷ୍ଠ ବିଜେଡି ନେତ୍ରୀ ଗୀତାଞ୍ଜଳି ସେଠୀଙ୍କୁ ବିଜୁ ଜନତା ଦଳ(ବିଜେଡି)ର ରାଜ୍ୟ ସାଧାରଣ ସମ୍ପାଦିକା...

Advertisement
Archives

Model This Week