ନେଗେଟିଭ ରିପୋର୍ଟଧାରୀ ସେବାୟତ କରିବେ ନୀତିକାନ୍ତି

ପୁରୀ ଅଫିସ,୨୬।୬:ସବୁ ସେବାୟତଙ୍କର ଦୁଇରାଉଣ୍ଡ କୋଭିଡ୍‌ ଟେଷ୍ଟ କରାଯିବ। ଗୁରୁବାରଠାରୁ ଏହି ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୬୮୮ ଜଣଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି।
ଯେଉଁମାନଙ୍କର ରଥଯାତ୍ରା ପୂର୍ବରୁ ଟେଷ୍ଟ କରାଯାଇଥିଲା ସେମାନଙ୍କର ଆଉଥରେ ପରୀକ୍ଷା କରାଯିବ। କେବଳ ନେଗେଟିଭ ରିପୋର୍ଟ ଆସିଥିବା ସେବାୟତ ବାହୁଡ଼ାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତିରେ ସାମିଲ ହେବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଗୁରୁବାର ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ପରେ କାର୍ଯ୍ୟକାରୀ ଅଧ୍ୟକ୍ଷ କହିଥିଲେ, କୋଭିଡ୍‌ ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ପ୍ରାଥମିକତା ରହିବ। ପୁରୀ ରଥଯାତ୍ରାକୁ ଏମିତି କିଛି ସର୍ତ୍ତ ରଖି ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ତେଣୁ ଏହାକୁ ଗୁରୁତ୍ୱର ସହ ନିଆଯାଉଛି। ବୈଠକରେ କୋଭିଡ଼ ଟେଷ୍ଟ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।
ପୁରୀରେ ୨ଟି ସ୍ପେଶାଲ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା ହେବ। ଡୁଡୁୱାଲା ଧର୍ମଶାଳାରେ ଏବଂ ଭିତର ସେବାୟତ ନିଯୋଗ ପରିସରରେ ଏହି କ୍ୟାମ୍ପ କରାଯିବ। ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ କରିବ। ଏଠାରେ ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସମେତ ଅନ୍ୟ ବିଭାଗର ଡାକ୍ତର ରହିବେ। ସେବାୟତଙ୍କ ମଧ୍ୟରୁ କାହାର ଯଦି କୌଣସି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଥିବ ସେଠାରେ ଦେଖାଇପାରିବେ। ଏଥିସହ କରୋନା ଲକ୍ଷଣ ଚିହ୍ନଟ ପାଇଁ ଡୋର୍‌ ଟୁ ଡୋର୍‌ ସର୍ଭେ କରାଯିବ। ଯାହାର କିଛି ଲକ୍ଷଣ ଜଣାପଡ଼ିବ ତାଙ୍କୁ ନୀଳାଦ୍ରିବିଜେ ପରେ ବି ୧୦/୧୫ ଦିନ ସର୍ଭେଲାନ୍ସରେ ରଖାଯିବ। ଏଥିସହ ଶ୍ରୀମନ୍ଦିର ଓ ମ୍ୟୁନିସିପାଲିଟି କର୍ମଚାରୀ, ପୋଲିସଙ୍କ ସମେତ ଅନ୍ୟ ଯେଉଁମାନେ ରଥଯାତ୍ରା ସହ ସମ୍ପୃକ୍ତ ସମସ୍ତଙ୍କର ମଧ୍ୟ କୋଭିଡ୍‌ ଟେଷ୍ଟ କରାଯିବ। ରଥଯାତ୍ରା ପୂରା ପ୍ରକ୍ରିୟାରେ ଯେପରି ଜଣେ ହେଲେ ବି ପଜିଟିଭ ସମ୍ପୃକ୍ତ ନ ରହିବେ ତାହା ଉପରେ ସତର୍କ ଦୃଷ୍ଟି ରହିବ। ବଡ଼ଦାଣ୍ଡ ଏବଂ ଏହାକୁ ସଂଯୋଗ କରୁଥିବା ଗଳିକନ୍ଦିକୁ ୨/୩ ପର୍ଯ୍ୟାୟ ବିଶୋଧନ କରାଯିବ। ରଥଯାତ୍ରା ଯୋଗୁ ଯେପରି ପୁରୀ ସହରରେ କୋଭିଡ଼ ସଂକ୍ରମଣ ନ ବ୍ୟାପିବ ସେଥିଲାଗି ସମସ୍ତ ପଦକ୍ଷେପ ନିଆଯିବ। ବାହୁଡା ଯାତ୍ରାରେ କେବଳ ନେଗେଟିଭ ରିପୋର୍ଟ ଆସିଥିବା ସେବାୟତମାନେ ହିଁ ରଥ ଟାଣିବେ। ଯଦି ସେମାନଙ୍କର ସଂଖ୍ୟା କମ୍‌ ରୁହେ ତେବେ କୋଭିଡ୍‌ ଟେଷ୍ଟରେ ଯେଉଁମାନେ ନେଗେଟିଭ ରହିଥିବେ ସେମାନେ ଟାଣିପାରିବେ ବୋଲି କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି। ବୈଠକରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ ଏବଂ ଛତିଶା ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri