Posted inTrending, ଖେଳ

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର ଚାମ୍ପିଅନ ହୋଇଛି ଆମେରିକା। ଡଲାସରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ନାମ୍ବିଆ ୨୯୮ ରନ୍‌ର ଟାର୍ଗେଟ ଦେଇଥିଲେ ମଧ୍ୟ ଆମେରିକା ୪୮.୫ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନାମ୍ବିଆ ୫୦ ଓଭରରେ ୯ ଉଇକେଟ ହରାଇ ୨୯୮ ରନ ସଂଗ୍ରହ କରିଥିଲା। ଓପନର ମାଇକେଲ ଭାନ ଲିଙ୍ଗେନ ଚମତ୍କାର ବ୍ୟାଟିଂ କରି ୧୨୪ ରନ୍‌ର ଶତକୀୟ ପାଳି ଖେଳିଥିଲେ। ତାଙ୍କ ବ୍ୟାଟ୍‌ରେ ୧୧ଟି ଚୌକା ଆସିଥିଲା। ଅନ୍ୟପଟେ ଅଧିନାୟକ ଗେରହାର୍ଡ ଇରାସମସ ୪୫ ବଲ୍‌ରୁ ୯ ଚୌକା ଓ ୩ ଛକା ସହ ୭୬ ରନ କରିଥିଲେ। ଉଭୟଙ୍କ ମଧ୍ୟରେ ଚତୁର୍ଥ ଉଇକେଟ ପାଇଁ ୧୦୬ ରନ୍‌ର ଦମଦାର ଭାଗୀଦାରୀ ହୋଇଥିଲା।

୨୯୯ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଆମେରିକାକୁ ଓପନର ସ୍ମିତ ପଟେଲ ଓ ମୋନାଙ୍କ ପଟେଲ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଉଇକେଟ ପାଇଁ ୧୦୮ ବଲ୍‌ରୁ ୯୬ ରନ ଯୋଡ଼ିଥିଲେ। ସ୍ମିତ ୬୨ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୫୦ ରନ କରି ଆଉଟ ହୋଇଥିଲେ। ଏହାପରେ ମୋନାଙ୍କ ପଟେଲ ଓ ଶେହାନ ଜୟସୂର୍ଯ୍ୟା ମିଶି ନାମ୍ବିଆ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଦ୍ୱିତୀୟ ଉଇକେଟ ପାଇଁ ଉଭୟ ୧୦୬ ବଲ୍‌ରୁ ୧୨୧ ରନ ଯୋଡ଼ିଥିଲେ। ମୋନାଙ୍କ ପଟେଲ ୧୦୦ ବଲ୍‌ରେ ୧୪ଟି ଚୌକା ସହ ୧୦୮ ରନ୍‌ର ମ୍ୟାଚ ବିଜୟୀ ପାଳି ଖେଳିଥିଲେ। ଅନ୍ୟପଟେ ଶେହାନ ଜୟସୂର୍ଯ୍ୟା ୭୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

ମୋନାଙ୍କଙ୍କ ଉଇକେଟ ପଡ଼ିବା ପରେ ମଧ୍ୟ ଆମେରିକାର ବିଜୟରେ କୌଣସି ବାଧା ସୃଷ୍ଟି ହୋଇ ନ ଥିଲା। ସୈତେଜା ମୁକ୍କମଲ୍ଲା ୬, ସଞ୍ଜୟ କୃଷ୍ଣମୂର୍ତ୍ତି ୧୭, ମିଲିନ୍ଦ କୁମାର ୧୮, ଶୁଭମନ ରଞ୍ଜନ ୬* ଓ ହରମିତ ସିଂହ ୧୨* ରନ କରି ଦଳକୁ ବିଜୟ ଦେଇଥିଲେ। ନାମ୍ବିଆ ପକ୍ଷରୁ ଜାନ ନିକୋଲ ଲଫ୍ଟି-ଇଟନ ଓ ଜେଜେ ସ୍ମିତ୍ ୨ଟି ଲେଖାଏ ଉଇକେଟ ନେଇଥିଲେ।

ନାମିବିଆ ବିପକ୍ଷରେ ବିଜୟ ସହ ଆମେରିକା ଲିଗ-୨ ପଏଣ୍ଟ ଟେବୁଲରେ ଆଉ ଦୁଇ ପଏଣ୍ଟ ହାସଲ କରିଛି। ଏହି ବିଜୟ ପରେ ଆମେରିକା ଏତେ ଆଗରେ ରହିଛି ଯେ, ଅନ୍ୟ ଦଳଗୁଡ଼ିକର କିଛି ମ୍ୟାଚ ବାକି ଥିଲେ ମଧ୍ୟ କୌଣସି ଦଳ ଆମେରିକାକୁ ପଏଣ୍ଟରେ ଟପିପାରିବ ନାହିଁ।

ଫଳରେ ଲିଗ-୨ରେ ସର୍ବାଧିକ ପଏଣ୍ଟ ହାସଲ କରି ଆମେରିକା ଚାମ୍ପିଅନ ହୋଇଛି। ଦଳର ଏହି ଐତିହାସିକ ସଫଳତାରେ ଅଧିନାୟକ ମୋନାଙ୍କ ପଟେଲଙ୍କ ଶତକକୁ ସବୁଠାରୁ ବଡ଼ ହିରୋ ଭାବେ ଦେଖାଯାଉଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?