ମନେପଡ଼ିଲେ ଦେହ ଥରୁଛି: ୧୯୭୮ ଏପ୍ରିଲ ୧୬ ଘୂର୍ଣ୍ଣିଝଡ଼ ବିଭୀଷିକା

ଆନନ୍ଦପୁର,୧୬ା୪(ସୁଶାନ୍ତ କୁମାର ସାହୁ):ସେଦିନ ଥିଲା ଏପ୍ରିଲ ୧୬। ଅପରାହ୍ନ ସମୟରେ ହଠାତ୍‌ କଳାବାଦଲ ଆକାଶରେ ଘୋଟିଆସିଥିଲା। କେହି କିଛି ବୁଝିବା ପୂର୍ବରୁ ଚାହୁଁ ଚାହୁଁ ପ୍ରଳୟଙ୍କାରୀ ଘୂର୍ଣ୍ଣିଝଡ଼ର ରୂପନେଇ ସବୁକିଛି ଛାରଖାର କରିଦେଇଥିଲା। ଘୂର୍ଣ୍ଣିଝଡ଼ ଏତେ ଭୟଙ୍କର ଥିଲା ଯେ, ଘଟଣାରେ ୧୭୮ ଜଣଙ୍କ ଜୀବନ ଯାଇଥିଲା। ନିମିଷକ ମଧ୍ୟରେ ସବୁ କିଛି ଉଜାଡ଼ି ଦେଇଥିଲା। ଏହାରି ମଧ୍ୟରେ ଏହାକୁ ୪୭ ବର୍ଷ ବିତିଯାଇଛି। ମାତ୍ର ଆଜି ବି ମେଘ ଉଠାଇଲେ ଗ୍ରାମବାସୀ ଭୟରେ ଥରୁଥିବା କହୁଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ପୁରୁଣାବାନ୍ଧଗୋଡ଼ା ଗାଁରେ ୧୯୭୮ ଏପ୍ରିଲ ୧୬ ଅପରାହ୍ନ ୪ଟାରେ ଘୂର୍ଣ୍ଣିଝଡ଼ ହୋଇଥିଲା। ପ୍ରଥମେ ଆକାଶରେ କଳାବାଦଲ ଘୋଟିଆସିଲା। କ୍ରମଶଃ ଏହା ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେଲା। ନିମିଷକ ମଧ୍ୟରେ ପ୍ରଳୟଙ୍କରୀ ରୂପ ଧାରଣ କରି ଗଛ, ଗୋରୁ ଓ ମଣିଷଙ୍କୁ ଆକାଶକୁ ଉଡ଼ାଇନେଲା। ଗାଁର ୧୨୦ଟି ଘର ଦେଖୁଦେଖୁ ମାଟିରେ ମିଶିଗଲା। କ୍ଷଣିକ ମଧ୍ୟରେ ୧୭୮ ଲୋକଙ୍କ ସହ ୭ ଶହ ଗୃହପାଳିତ ପଶୁଙ୍କ ଜୀବନ ଚାଲିଗଲା। ଗାଁ ଏକ ପ୍ରକାର ଶ୍ମଶାନରେ ପରିଣତ ହୋଇଗଲା। କେବଳ ପୁରୁଣାବାନ୍ଧଗୋଡ଼ା ଗ୍ରାମ ନୁହେଁ, ଘୂର୍ଣ୍ଣିଝଡ଼ ନିକଟସ୍ଥ କରଡ଼ାମାଳି, ନର୍ଦ୍ଦା, ତିଗିରିଆ, ବିଲାବନ୍ଧ ଆଦି ଗାଁରେ ମଧ୍ୟ କ୍ଷତି ଘଟାଇଥିଲା। ଘଟଣା ପରେ ଦେଶ, ବିଦେଶରୁ ସହାୟତାର ସୁଅ ଛୁଟିଥିଲା। ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କର ଗାଁମୁଣ୍ଡରେ ସମୂହ ଦାହସଂସ୍କାର କରାଗଲା। ସେହି ସ୍ଥାନରେ ଏକ ସ୍ମୃତିସ୍ତମ୍ଭ ମଧ୍ୟ ସ୍ଥାପିତ ହୋଇଛି। ସେହି ଅବିଶ୍ବସନୀୟ ଘୂର୍ଣ୍ଣିଝଡ଼ ବିଷୟରେ ଆଜି ବି ଭାବିଲା ବେଳକୁ ଦେହ ଥରି ଉଠୁଥିବା ପ୍ରତ୍ୟକ୍ଷଦର୍ଶୀ ନାରାୟଣ ଚନ୍ଦ୍ର ଧୀର, ପ୍ରଦୀପ କୁମାର ନାଏକ, ନୃସିଂହ ଚରଣ ଧୀର, ସେବତୀ ନାୟକ କହିଛନ୍ତି। ଦୁର୍ଘଟଣା ପରେ ପୁରୁଣାବାନ୍ଧଗୋଡ଼ା ଗାଁରେ ଅନେକ ପରିବର୍ତ୍ତନ ଆସିଛି। କିନ୍ତୁ ଏପ୍ରିଲ ୧୬ ଆସିଲେ ଏବେ ବି ନିଜ ଲୁହକୁ ସମ୍ଭାଳି ପାରନ୍ତିନି ବୋଲି ପ୍ରତ୍ୟକ୍ଷଦର୍ଶୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…

ଗୋଟେ ପଟେ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟପଟେ ଭାଇରାଲ ହେଉଛି ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହା ସହିତ, ‘କକ୍ରୋଚ ଜନତା ପାର୍ଟି’ – ଯାହା ଏକ ମାସରୁ ଅଧିକ…

ଆଧ୍ୟାତ୍ମିକ ପରିବେଶରେ ଥୁଆମୂଳ ରାମପୁର ବ୍ଲକରେ ବାହୁଡ଼ା ଯାତ୍ରା ସମ୍ପନ୍ନ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ…

ଥୁଆମୂଳ ରାମପୁର,୨୫।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ ମହାପ୍ରଭୁ…

ଧାନ ବିଲରେ ପଶିଲା କାର :୩୨୬ ନମ୍ବର ଜାତୀୟ ରାଜପଥରେ…

ମୋହନା,୨୫।୭(ମନ୍ମଥ ମିଶ୍ର): ଦୁଇ ଦିନର ଛୁଟି କାଟି ରାୟଗଡ଼ା ଜିଲାର ପଦ୍ମପୁରରୁ ଏକ କାର୍‌ (ଓଡି–୦୭–ଏଏଫ୍–୭୯୯୬) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ଗଜପତି ଜିଲା ଅଡବା ଥାନା…

Dharmendra Pradhan Resign: କ’ଣ AAP ପରି ରାଜନୀତି ମଇଦାନକୁ ଓହ୍ଲାଇବ CJP? ପ୍ରେସ କନଫରେନ୍ସରେ କଲା ବଡ଼ ଘୋଷଣା

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା କକରୋଚ ଜନତା ପାର୍ଟି (CJP) ଏବଂ ଭାରତର ଯୁବ ଆନ୍ଦୋଳନଗୁଡ଼ିକ ପାଇଁ ଏକ ଐତିହାସିକ ଓ ଅଭୂତପୂର୍ୱ ବିଜୟ। ତଥାପି, CJPର ‘ଆମ…

CJP ମୁଖ୍ୟ ଅଭିଜିତ ଦୀପକେଙ୍କ ଘରୁ ଆସିଲା ଭାବାବେଗ ଭରା ଦୃଶ୍ୟ: ଏମିତି କହି ଭୋ ଭୋ ହୋଇ କାନ୍ଦିଲେ…

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଶନିବାର ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଶେଷରେ Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସୋସିଆଲ ମିଡିଆରେ ଏକ…

ଆନ୍ଦୋଳନ ପ୍ରତ୍ୟାହାର କଲା CJP, ଧର୍ମେନ୍ଦ୍ରଙ୍କ ଇସ୍ତାଫା ପରେ ସିଜେପିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୫।୭: ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ଶେଷ ହୋଇଥିବା ଘୋଷଣା କରିଛି। ଦଳର ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ…

ଶିକ୍ଷା ମନ୍ତ୍ରୀରୁ ଇସ୍ତଫା ପରେ କ’ଣ ବନ୍ଦ ହୋଇଯିବ ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା? ଜଣାପଡିଲା…

ନୂଆଦିଲ୍ଲୀ,୨୫।୭: NEET-UG ୨୦୨୬ ପରୀକ୍ଷାକୁ ନେଇ ସାରା ଦେଶରେ ଦେଖାଦେଇଥିବା ବିବାଦ ଏବଂ ଛାତ୍ରମାନଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri