Posted inଖେଳ

ଗୁରୁତର ଅଭିଯୋଗ ଆଣିଲେ ମୁସ୍ତାକ

ନୂଆଦିଲ୍ଲୀ, ୧୫।୭(ପି.ଟି.)-ଜାତୀୟ କ୍ରୀଡ଼ା ଆଚରଣବିଧି ଉଲ୍ଲଂଘନକରି ନିର୍ବାଚିତ ହୋଇଥିବାରୁ ନିକଟରେ ହକି ଇଣ୍ଡିଆ ସଭାପତି ପଦରୁ ଇସ୍ତଫା ଦେଇଥିବା ମହମ୍ମଦ ମୁସ୍ତାକ ଅହମ୍ମଦ ଏବେ ମୁହଁ ଖୋଲିଛନ୍ତି। ଅନ୍ୟ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯାଉ ନ ଥିବାବେଳେ ଏପରି ବିଳମ୍ବିତ ନିଷ୍ପତ୍ତରୁ ମନ୍ଦ ଅଭିଳାଷର ବାସ୍ନା ଆସୁଛି ବୋଲି ସେ ପ୍ରକାଶ କରିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବା ସେ ସନ୍ଦେହ କରୁଛନ୍ତି ବୋଲି କହିଛନ୍ତି। ଏ ସମ୍ପର୍କିତ ଏକ ପତ୍ର ସେ କେନ୍ଦ୍ର କ୍ରୀଡ଼ା ସଚିବ ରବି ମିତ୍ତଲଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଅନ୍ୟପକ୍ଷରେ କ୍ରୀଡ଼ା ମନ୍ତ୍ରଣାଳୟ ନିୟମ ଅନୁସାରେ କାର୍ଯ୍ୟ କରିଛି। ତା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।
କ୍ରୀଡ଼ା ଆଚରଣବିଧି ଉଲ୍ଲଂଘନ ସତ୍ତ୍ୱେ ସୁଧାଂଶୁ ମିତ୍ତଲ, ରାଜୀବ ମେହେଟା ଓ ଆନନ୍ଦେଶ୍ୱର ପାଣ୍ଡେ ଯଥାକ୍ରମେ ଖୋ ଖୋ, ଫେନ୍‌ସିଂ ଓ ହ୍ୟାଣ୍ଡବଲ୍‌ ସଂଘର ସଭାପତିଭାବେ କାର୍ଯ୍ୟ କରି ଆସୁଛନ୍ତି ବୋଲି ମୁସ୍ତାକ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି। ”ମୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ଅନୁଭବ ହେଉଛି। ମହମ୍ମଦ ମୁସ୍ତାକ ଅହମ୍ମଦ ନାମକୁ ନେଇ ସମ୍ଭବତଃ କିଛି ସମସ୍ୟା ରହିଛି“ ବୋଲି ସେ ନିଜ ପତ୍ରରେ ଲେଖିଛନ୍ତି। ନିୟମ ଅନୁସାରେ କ୍ରମାଗତ ତୃତୀୟ ଥର ପାଇଁ କେହି କୌଣସି ଅଫିସ୍‌ର ଦାୟିତ୍ୱରେ ରହିପାରିବେ ନାହିଁ। ଏ କ୍ଷେତ୍ରରେ କ୍ରୀଡ଼ା ସଂହିତା କାର୍ଯ୍ୟକାଳ ଗାଇଡଲାଇନ୍‌ ଉଲ୍ଲଂଘନ ହୋଇଥିବାରୁ ମୁସ୍ତାକଙ୍କୁ ଦାୟିତ୍ୱ ଛାଡ଼ିବାକୁ କୁହା ଯାଇଥିଲା। ସେ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ହକି ଇଣ୍ଡିଆ କୋଷାଧ୍ୟକ୍ଷ ଏବଂ ୨୦୧୪ରୁ ୪ ବର୍ଷ ପାଇଁ ମହାସଚିବ ଦାୟିତ୍ୱରେ ଥିଲେ। ୨୦୧୮ ନିର୍ବାଚନରେ ସେ ସଭାପତି ଭାବେ ଆଉ ୪ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଏହା ହକି ଇଣ୍ଡିଆକୁ ଅବଗତ କରାଯାଇଥିଲା। ମାତ୍ର ମନ୍ତ୍ରଣାଳୟ ନିକଟରୁ ସ୍ବୀକୃତି ପାଇବା ପୂର୍ବରୁ ସେ କୋଷାଧ୍ୟକ୍ଷ ଥିବାରୁ ତାହା ବିଚାରକୁ ନିଆ ନ ଯାଉ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ମାତ୍ର ହକି ଇଣ୍ଡିଆର ଯୁକ୍ତି ଖଣ୍ଡନ ହେବାପରେ ମୁସ୍ତାକଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ୨୦୧୦ ଅଗଷ୍ଟରେ ହୋଇଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୪ ଫେବୃୟାରୀରେ ହକି ଇଣ୍ଡିଆକୁ ସ୍ବୀକୃତି ଦିଆଯାଇଥିଲା। ତେଣୁ କୋଷାଧ୍ୟକ୍ଷଭାବେ ମୁସ୍ତାକଙ୍କ କାର୍ଯ୍ୟକୁ ପ୍ରଥମ କାର୍ଯ୍ୟକାଳ ବିବେଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri