ବାରିକେଡ୍‌ ଡେଉଁଛନ୍ତି ଅମାନିଆ, ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଆର.ଉଦୟଗିରି,୧୫ା୭(ଡି.ଏନ.ଏ)- ଗଜପତି ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆର୍‌.ଉଦୟଗିରି ପଞ୍ଚାୟତର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ହୋମ୍‌ଗାର୍ଡ କରୋନା ସଂକ୍ରମିତ ହେବାପରେ ସେମାନେ ରହୁଥିବା ପଞ୍ଚାୟତର ୩ ସାହିକୁ ୭ଦିନ ପାଇଁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଥିଲା ପ୍ରଶାସନ। ପ୍ରବେଶ ପଥରେର ବ୍ୟାରିକେଡ୍‌ କରି ସିଲ୍‌ କରାଯାଇଥିଲା। ମାତ୍ର କେତେକ ଅମାନିଆ ବ୍ୟାରିକେଡ୍‌ ଡେଇଁ ଅନ୍ୟସାହିକୁ ଯାତାୟାତ କଲେ। ବାରମ୍ବାର ତାଗିଦ୍‌ ପରେ ନ ମାନିବାରୁ ସରପଞ୍ଚ ସଞ୍ଜୁକ୍ତା ପୂଜାରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନ ପାଇଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଔଷଧ ଦୋକାନ, କ୍ଷୀର ଦୋକାନକୁ ଛାଡିଦେଲେ ଅନ୍ୟସବୁ ଦୋକାନ ଓ ସରକାରୀ ଅଫିସ ବନ୍ଦ ରହିବ। ଏହାପରେ ୧୮ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ରହିବ। ଏହି ସମୟରେ ଗ୍ରାମରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି ସରପଞ୍ଚ ପୂଜାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୫୮୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୨ା୮(ବ୍ୟୁରୋ):  ରାଜ୍ୟରୁ ଶୁକ୍ରବାର ୫୮୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୧,୭୮୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

‘ସଂଖ୍ୟାଗରିଷ୍ଠ ଥାଇ ଏସ୍‌ଟି,ଏସ୍‌ସି, ଓବିସି ଉପେକ୍ଷିତ’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ୨୨% ଅନୁସୂଚିତ ଜନଜାତି(ଏସ୍‌ଟି), ୧୭% ଅନୁସୂଚିତ ଜାତି(ଏସ୍‌ସି) ଅଧିବାସୀ ରହିଛନ୍ତି। ଏମାନଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୪୦%। ଏଥିସହିତ ଯଦି...

ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ଗୋପାଳପୁର,୩ା୧୦- ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଗୋଳନ୍ଥରା ପୋଲିସ ବୁଧବାର ରାତିରେ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ପଞ୍ଚମା...

୪ଶହ ଲିଟର ରନ୍ଧାମଦ ଜବତ, ୭ ଗିରଫ

ଧରାକୋଟ,୮ା୧୨(ଡି.ଏନ.ଏ.)- ଧରାକୋଟ ଥାନା ଗମୋହନ ପଞ୍ଚାୟତ ଚମ୍ପାପଲ୍ଲୀ ଗ୍ରାମରେ ପୋଲିସ ଶନିବାର ସକାଳୁ ଚଢ଼ାଉ କରି ୪ ଶହ ଲିଟର ଦେଶୀ ରନ୍ଧାମଦ ଜବତ କରିବା...

ତଥାଗତଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ  ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସାୟୀଙ୍କୁ ଉଦ୍ୟୋଗ କ୍ଷେତ୍ରରେ...

ବାଣୀବିହାର ପ୍ଲାଟିନମ୍‌ ଜୁବିଲି ଉଦ୍‌ଯାପନୀ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବାଣୀବିହାରର ପ୍ଲାଟିନମ୍‌ ଜୁବିଲିିର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ...

ଭୁଶୁଡ଼ିଲା କାନ୍ଥ: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର

କେନ୍ଦୁଝର,୨୦ା୮(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅଧୀନ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ବେହେରା ସାହିରେ ଏକ ଅଘଟଣ ଘଟିଛି। ଶୋଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଲଗାଣ...

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ପୁରୀ ମହନ୍ତ

ପୁରୀ ଅଫିସ,୪।୯: ଶ୍ରୀକ୍ଷେତ୍ର ପୁରୀରେ ଲାଗି ରହିଥିବା ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବୁଧବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ମହନ୍ତମାନେ ଏକ ଖୋଲା ଚିଠି ଲେଖିଛନ୍ତି।...

Advertisement
Archives

Model This Week