Posted inଖେଳ

ଦ୍ୱିତୀୟ ଟେଷ୍ଟ:ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୫।୭-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟକୁ ୪ ଉଇକେଟରେ ଜିତି ଓ୍ବେଷ୍ଟଇଣ୍ଡିଜ ୧-୦ରେ ଅଗ୍ରଣୀ ହାସଲ କରିଛି। ତେବେ ସଫଳ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ଘରୋଇ ଇଂଲଣ୍ଡ। ଦ୍ୱିତୀୟ ସନ୍ତାନର ଜନକ ହୋଇଥିବା ଅଧିନାୟକ ଜୋ ରୁଟ୍‌ ପ୍ରଥମ ଟେଷ୍ଟରେ ଖେଳିପାରି ନ ଥିଲେ। ସେ ଦ୍ୱିତୀୟ ଟେଷ୍ଟରେ ଖେଳିବେ। ତେଣୁ ଜୋ ଡେନ୍‌ଲି ବାଦ୍‌ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି। ପ୍ରଥମ ଟେଷ୍ଟରେ ଡେନ୍‌ଲି ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲେ। ସେ ପ୍ରଥମ ଇନିଂସରେ ୧୮ ଓ ଦ୍ୱିତୀୟ ଇନିଂସରେ ୨୯ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ବିଫଳ ହେବାଯୋଗୁ ସମାଲୋଚିତ ହୋଇଥିବା ଉଇକେଟ କିପର ଜୋସ୍‌ ବଟଲର ଆଉ ଏକ ସୁଯୋଗ ପାଇପାରନ୍ତି। କାରଣ ମୁଖ୍ୟ କୋଚ୍‌ କ୍ରିସ୍‌ ସିଲଭରଉଡ୍‌ଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ଏବଂ ସେ ଦଳରେ ଅଧିକ ପରିବର୍ତ୍ତନ ଚାହୁଁନାହାନ୍ତି। ୨୦୧୯ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଡେନ୍‌ଲି ଇତିମଧ୍ୟରେ ୧୫ଟି ଟେଷ୍ଟ ଖେଳିଛନ୍ତି। ମାତ୍ର ଏବେ ତାଙ୍କ ଆଭରେଜ ୩୦ ତଳକୁ ଖସି ଆସିଛି। ଅନ୍ୟପକ୍ଷରେ ତାଙ୍କଠାରୁ ୧୨ ବର୍ଷ ସାନ କେଣ୍ଟ ଟିମ୍‌-ମେଟ୍‌ ଜ୍ୟାକ କ୍ରାଓଲେ ଦ୍ୱିତୀୟ ଇନିଂସରେ କ୍ୟାରିୟର ଶ୍ରେଷ୍ଠ ୭୬ ରନ ସ୍କୋର କରି ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି।
ରୁଟ୍‌ଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ଦଳର ଉପ-ଅଧିନାୟକ ଦାୟିତ୍ୱ ତୁଲାଇଥିବା ବଟଲର ଦୁଇ ଇନିଂସରେ ଯଥାକ୍ରମେ ୩୫ ଓ ୯ ରନ କରିଥିଲେ। ଏକଦିବସୀୟରେ ସେ ଯେପରି ଖେଳୁଛନ୍ତି ତାହାକୁ ଟେଷ୍ଟରେ ରୂପାନ୍ତରିତ କରିପାରୁ ନାହାନ୍ତି। ସେ ଦିନିକିଆରେ ୧୪୨ ମ୍ୟାଚରେ ୪୦.୮୮ ଆଭରେଜ ରଖିଥିବାବେଳେ ଟେଷ୍ଟରେ ୪୨ ମ୍ୟାଚରେ ତାଙ୍କର ଆଭରେଜ ମାତ୍ର ୩୧.୪୬। ଫଳରେ ଚଳିତ ମାସ ଶେଷ ଭାଗରେ ଆୟର୍ଲାଣ୍ଡ ବିପକ୍ଷ ସୀମିତ ଓଭର କ୍ରିକେଟ ପାଇଁ ଉଇକେଟ କିପର ଭାବେ ଜନି ବେୟାରଷ୍ଟୋଙ୍କୁ ଚୟନ କରାଯାଇଛି। ମାତ୍ର ଦ୍ୱିତୀୟ ଟେଷ୍ଟରେ ବଟଲରଙ୍କୁ ଆଉ ଏକ ସୁଯୋଗ ଦିଆଯିବା ସପକ୍ଷରେ ରହିଛନ୍ତି କୋଚ୍‌ ସିଲଭରଉଡ୍‌। ପ୍ରଥମ ଟେଷ୍ଟରେ ପରାଜୟ ସତ୍ତ୍ୱେ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରି ସିରିଜ ଜିତିବା ଦୃଷ୍ଟାନ୍ତ ରହିଛି। ତେଣୁ ସେହି ସ୍ପିରିଟ୍‌ ଏଠାରେ ଦେଖିବାକୁ ମିଳିବ ବୋଲି ସିଲଭରଉଡ୍‌ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଲଢ଼ୁଆ ପ୍ରଦର୍ଶନ ଜାରିରଖି ଦ୍ୱିତୀୟ ଟେଷ୍ଟ ସହ ସିରିଜ ବିଜୟ ଲକ୍ଷ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୨ ରନ୍‌…

ହରାରେ, ୨୦।୮ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ହାରାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଭାରତ...

ଏଜିଏମ୍‌ରେ ଭାଗ ନେଇପାରିବେ ନାହିଁ ଟିଏନ୍‌ସିଏ, ହରିୟାଣା, ମହାରାଷ୍ଟ୍ର

ପୁଣେ,୧୦।୧୦(ପି.ଟି.)- ମୁମ୍ବାଇରେ ଆସନ୍ତା ୨୩ ତାରିଖରେ ଆରମ୍ଭ ହେବାକୁ ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଅଂଶଗ୍ରହଣ କରିବାକୁ...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ସିଡନୀ, ୪।୧୨: ଆୟୋଜକ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ୧-୧ରେ ବରାବର ହୋଇଛି। ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଦିଲ୍ଲୀର ଅରୁଣ ଜେଟଲୀ...

ଦିନିକିଆରେ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଥିବା ୩ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୩୦।୬- ଟୁର୍ନାମେଣ୍ଟ କିମ୍ବା ସିରିଜ ସାରା ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥାଏ। ଜଣେ ଖେଳାଳିର...

କୁସ୍ତିଯୋଦ୍ଧାଙ୍କ ଉପରେ କ୍ଷୁବ୍‌ଧ ପି.ଟି. ଉଷା

ନୂଆଦିଲ୍ଲୀ, ୨୮ା୪ (ପି.ଟି.): ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ଘଟୁଥିବାରୁ ପୁଣି ଧାରଣାରେ ବସିଥିବା...

ଆଇପିଏଲ୍‌ରେ କୌଣସି ଦଳ କିଣି ନ ଥିଲେ, ଚମତ୍କାର ଭାବେ ଦଳରେ ପ୍ରବେଶ କରି ରଚିଲେ ଇତିହାସ

କୋଲକତା,୨୬।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି)କୁ ୧୪ ରନ୍‌ରେ ପରାସ୍ତ କରି କ୍ୱାଲିଫାୟର୍‌...

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୯୦…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୨୭ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଟସ ଜିତି...

Advertisement
Archives

Model This Week