Posted inଜାତୀୟ

ଲୁଚି ଛପି ମହିଳା ବିକ୍ରି କରିଦେଲେ ୧୦୦ କୋଟି ଟଙ୍କାର ପୋୖତ୍ରିକ ଜମି, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୫/୧୦: ପରିବାରର ୧୦୦ କୋଟି ଟଙ୍କାର ଜମି ବିକ୍ରି ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୫୮ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ତାଙ୍କର ଭାଇଙ୍କୁ ନ ଜଣାଇ ଗୋଟିଏ ଜମିର କିଛି ଅଂଶକୁ ୧୦୦ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ, ଯାହାଙ୍କ ପାଖରେ ଜମିର ସମାନ ଭାଗ ରହିଥିଲା। ବିକ୍ରି ହୋଇଥିବା ଜମି ମୁମ୍ବାଇର ଏକ ପ୍ରମୁଖ କେନ୍ଦ୍ରରେ ରହିଥିବାରୁ ଏହା ବିବାଦ ମଧ୍ୟକୁ ଆସିଛି।

ମହିଳା ଜଣଙ୍କ ନାଁରେ ତାଙ୍କର ସାବତ ଭାଇ ଥାନାରେ ଅଭିଯୋଗ କରିବା ପରେ ଅବିଦା ଇସାମେଲ ନାମକ ମହିଳାଙ୍କୁ ମୁମ୍ବାଇ ପୋଲିସ କର୍ଣ୍ଣାଟକର ମୟୁଶୂରୁ ଗିରଫ କରିଛି। ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ଅବିଦାଙ୍କ ସାବତ ବାପାଙ୍କର ପୁଅ ଆୟେଜ଼ କପାଡିଆ। ତେବେ ଏହି ଜମି ବାସ୍ତବରେ ଆୟାଜଙ୍କର ସ୍ୱର୍ଗତ ବାପା, ଜାଫର କାପଡ଼ିଆ ଏବଂ ତାଙ୍କ ଭାଇ ଲତିଫ କାପଡ଼ିଆଙ୍କ ନାମରେ ଥିଲା।

ଆୟାଜ ନିକଟରେ ଜାଣିବାକୁ ପାଇଥିଲେ କି ଲତିଫ/ ଆବିଦାଙ୍କ ପରିବାର, ଜମିର କିଛି ଅଂଶ ବିକ୍ରି କରିଛନ୍ତି ସେମାନଙ୍କୁ କୌଣସି ସୂଚନା ନ ଦେଇ। ଠିକାଦାରଙ୍କ ସହ ବିକ୍ରି ଆଲୋଚନା କରୁଥିବାବେଳେ ଆବିଦା ଏବଂ ଅନ୍ୟମାନେ ପଞ୍ଜୀକରଣ କାର୍ୟ୍ୟାଳୟରେ ନକଲି ଦଲିଲ ଦାଖଲ କରି ଗୁରୁତର ତଥ୍ୟ ପ୍ରକାଶ ନକରି ସମ୍ପତ୍ତିର ସମ୍ପୂର୍ଣ୍ଣ ମାଲିକାନା ଦାବି କରିଥିଲେ।

ପୋଲିସର ସୂଚନାନୁସାରେ, ଅବିଦାଙ୍କ ତାଙ୍କର ସାବତ ଭାଇ ପରିବାରକୁ କୌଣସି ସୂଚନା ନ ଦେଇ ସମ୍ପତି ବିକ୍ରି କରି ଆର୍ଥିକ ଲାଭର ରହିବାକୁ ଚାହିଁଥିଲେ। ପରେ ଆୟାଜ ଏହା ସମ୍ପର୍କରେ ସୂଚନା ପାଇବା ପରେ ସେ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗରେ ଅଭିଯୋଗ କରିଥିଲେ, ଯାହା ଫଳରେ ମାଇସୋରରେ ଆବିଦା ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

SIR ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଲା ନିର୍ବାଚନ ଆୟୋଗ: କହିଲେ, ସମସ୍ତଙ୍କ ସହମତି କ୍ରମେ…

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।…

ପେଟ୍ରୋଲ ଚିନ୍ତା ଦୂର! ଅକ୍ଟୋବରରେ ଆସିବ ୧୦୦%…ଗଡକରୀଙ୍କ ବଡ଼ ଘୋଷଣାକୁ ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୯: E20 ପେଟ୍ରୋଲକୁ ନେଇ ଦେଶରେ ବିତର୍କ ଚାଲିଥିବା ବେଳେ ଇଥାନଲ ଇନ୍ଧନକୁ ନେଇ ପୁଣିଥରେ ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ…

ଆଜି ‘ନୋ UPI ଡେ’: QR କୋଡ୍‌ରେ କଳା କପଡ଼ା ବାନ୍ଧିଲେ ବ୍ୟବସାୟୀ; ପକେଟ୍‌ରେ ରଖନ୍ତୁ ନଗଦ

ନୂଆଦିଲ୍ଲୀ,୨୩।୯: UPI ପେମେଣ୍ଟକୁ ନେଇ ପ୍ରସ୍ତାବିତ ନୂଆ ନିୟମ ବିରୋଧରେ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବଡ଼ ସହରରେ ‘ନୋ UPI ଡେ’…

LPG ଦର ନେଇ ନୂଆ ଖବର: ୬୦୦ ଟଙ୍କା ଯାଏ କମିଲା ଗ୍ୟାସ ଦାମ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୯: କମର୍ସିଆଲ LPG ସିଲିଣ୍ଡରକୁ ନେଇ ଏବେ ବଜାରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କିଛି ଅଞ୍ଚଳରେ ସରକାରୀ ଦରଠାରୁ ଯଥେଷ୍ଟ କମ ମୂଲ୍ୟରେ ୧୯…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?