Posted inଜାତୀୟ

ପେଟ୍ରୋଲ ଚୋରି ଅଭିଯୋଗ ଆଣିଲେ ରାହୁଲ

ନୂଆଦିଲ୍ଲୀ,୮ା୧୧(ପି.ଟି.): ଦେଶରେ ପ୍ରଚଳିତ ଇ୨୦ ପେଟ୍ରୋଲକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କର୍ନାଟକ ସରକାରଙ୍କ ଦ୍ୱାରା ସଂଗୃହୀତ ନମୁନା ପରୀକ୍ଷାରେ ଦେଶରେ ବିକ୍ରି ହେଉଥିବା ଇନ୍ଧନରେ ଅଧିକ ଇଥାନଲ ମିଶିଥିବା ଜଣାପଡ଼ିଛି। ପ୍ରକୃତରେ ଇନ୍ଧନରେ କେତେ ପରିମାଣରେ ଇଥାନଲ ମିଶୁଛି, କେନ୍ଦ୍ର ତାହା ସ୍ପଷ୍ଟ କରୁ ବୋଲି ରାହୁଲ ଦାବି କରିଛନ୍ତି। ‘X’ରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି ଇ୨୦ ଏବେ ୪୨୦ରେ ପରିଣତ ହୋଇଛି ଅର୍ଥାତ୍‌ ଇନ୍ଧନରେ ଠକେଇ କରାଯାଉଛି। ଲୋକଙ୍କ କାରରୁ ପେଟ୍ରୋଲ ଚୋରି ହେଉଛି।
ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ କହିଛନ୍ତି, ଇ୨୦ରେ ୨୦ ପ୍ରତିଶତ ଇଥାନଲ ରହୁଥିବା ସରକାର କହୁଛନ୍ତି, କିନ୍ତୁ କର୍ନାଟକର ୭ ଜିଲାରୁ ସଂଗୃହୀତ ନମୁନା ପରୀକ୍ଷାରୁ ଯଥେଷ୍ଟ ଅଧିକ ଇଥାନଲ ଥିବା ଜଣାପଡ଼ିଛି। ୧୪ଟି ନମୁନାରୁ ୧୧ଟିରେ ଇଥାନଲ ପରିମାଣ ଅଧିକ ରହିଥିଲା। ଆଇଓସିଏଲ୍‌ର ଇ୨୦ ପେଟ୍ରୋଲରେ ୩୧.୨ ପ୍ରତିଶତ ଇଥାନଲ ଥିବାବେଳେ ଏଚ୍‌ପିସିଏଲ୍‌ ଇନ୍ଧନରେ ୩୦.୫% ଥିଲା। ସେହିପରି ବିପିସିଏଲ୍‌, ନାୟରା ଓ ଶେଲ୍‌ କମ୍ପାନୀର ଇନ୍ଧନରେ ମଧ୍ୟ ଅଧିକ ଇଥାନଲ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଅଧିକ ଇଥାନଲ ମିଶ୍ରଣ ଯୋଗୁ ଗାଡ଼ିର ମାଇଲେଜ୍‌ ହ୍ରାସ ପାଇବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ପାଉଛି। ପେଟ୍ରୋଲରେ ଥିବା ଇଥାନଲ ପରିମାଣ ବିଷୟରେ ସୂଚନା ଦେଉଥିବା ଲେବଲ ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ କାହିଁକି ନାହିଁ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଖୋଲା ବିତର୍କରେ ଇଥାନଲ ମିଶ୍ରଣକୁ ମଧ୍ୟ ସାମିଲ କରିବା ପାଇଁ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ବାନ ଦେଇଛନ୍ତି। ଇ୨୦ ପେଟ୍ରୋଲରେ ଅଧିକ ଇଥାନଲ ଥିବା ଲାବରେଟୋରି ପରୀକ୍ଷାରୁ ସ୍ପଷ୍ଟ ହୋଇଛି ବୋଲି କର୍ନାଟକ ସରକାର କହିବା ପରେ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପତନମୁଖୀ ସାମ୍ରାଜ୍ୟବାଦୀ ନେତୃତ୍ୱ

ବିଶ୍ୱ ନେତୃତ୍ୱ ବହନ କରିଆସିଥିବା ଆମେରିକା ଏବେ ୧୨୦ ବର୍ଷ ପରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜର ଅହଂକାରିତା ଓ…

ସୀମିତ ଅଧିକାର

ପଶ୍ଚିମବଙ୍ଗରେ ଭାଜପା କ୍ଷମତାକୁ ଆସିବା ପରେ ବଙ୍ଗୀୟ ଖ୍ରୀଷ୍ଟିଆନଙ୍କ ଚର୍ଚ୍ଚଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ଗତ ସପ୍ତାହରେ କାରୱାନ-ଇ-ମୋହବତ (ପୂର୍ବତନ ଆଇଏଏସ୍‌ ଅଧିକାରୀ ହର୍ଷ ମନ୍ଦରଙ୍କ…

ପାର୍କିଂକୁ ନେଇ ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ଗୁଳିକରି ହତ୍ୟା

ଫରିଦାବାଦ,୮ା୧୧: ପୁତୁରା ବାହାଘର ପାଇଁ ସିଙ୍ଗାପୁରରୁ ହରିୟାଣାର ଫରିଦାବାଦସ୍ଥିତ ଘରକୁ ଫେରିଥିବା ପ୍ରଯୁକ୍ତି ବିଜ୍‌ନେସ ଏକ୍‌ଜିକ୍ୟୁଟିଭ ପରମଜିତ୍‌ଙ୍କୁ ଶୁକ୍ରବାର ରାତିରେ ତାଙ୍କ ପଡ଼ୋଶୀ ଗୁଳିକରି ହତ୍ୟା କରିଛନ୍ତି।…

ପୃଥିବୀର ପ୍ରତିରକ୍ଷା ପ୍ରାଚୀର ଭେଦକଲେ ‘କିଲର ଇଲେକ୍ଟ୍ରୋନ୍‌’

ଟୋକିଓ, ୮ା୧୧ ବିଜ୍ଞାନ ଜଗତରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପୃଥିବୀର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପ୍ରାକୃତିକ ବିକିରଣ ପ୍ରାଚୀର ବା ରେଡିଏଶନ ବ୍ୟାରିଅର…

୩ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୮।୧୧,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ଦିନରେ ରାଜ୍ୟର କୃଷି, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ୍‌ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ…

ଗୋଟିଏ ରାତିରେ ୨ ହତ୍ୟାକାଣ୍ଡ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ବମିଖାଲ କଟକ ରୋଡ ଝାରପଡ଼ା ବ୍ରିଜ୍‌ ନିକଟରେ ଅଭିଯୁକ୍ତମାନେ ଜଣେ ଯୁବକଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ…

ଷ୍ଟିଫେନ୍‌ଙ୍କୁ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଦାୟିତ୍ୱ ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୮ା୧୧: ମଧ୍ୟବର୍ତ୍ତୀ ନିର୍ବାଚନରେ ବଡ଼ ପରାଜୟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜର ଆଭିମୁଖ୍ୟକୁ ଅଧିକ ଆକ୍ରମଣାତ୍ମକ କରି ହ୍ବାଇଟ ହାଉସର ନୂଆ ‘ଚିଫ୍‌…

‘ମୋ ପରିବାରକୁ ଶୁଭେଚ୍ଛା’, ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୧: ଆଜି ସାରା ଦେଶ ଆଲୋକର ପର୍ବ ଦୀପାବଳି ପାଳନ କରୁଛି। ଏହି ଅବସରରେ ଅନେକ ନେତା ‘ଏକ୍ସ’ (ପୂର୍ବରୁ ଟୁଇଟର) ମାଧ୍ୟମରେ ଏହି ଶୁଭ ପର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?