ଝିଅଙ୍କ ପ୍ରେମିକଙ୍କୁ ଭଲପାଇ ବସିଲେ ମହିଳା, ଫେରାର ହୋଇଯିବାକୁ କରିଥିଲେ ବଡ଼ ପ୍ଲାନ; ହେଲେ…

ମୁମ୍ବାଇ,୧୧।୯: ହସଖୁସିରେ ଜୀବନ ଚାଲିଥିଲା। ହେଲେ ଝିଅଙ୍କ ପ୍ରେମିକଙ୍କୁ ହୃଦୟ ଦେଇ ବସିଲେ ମହିଳା। ଏହାପରେ ଫେରାର ହୋଇଯିବାକୁ ଯୋଜନା ବି କଲେ। ହେଲେ ଆଉ କିଛି ଘଟିଗଲା। ସହରର ଗୋରେଗାଁ ଅଞ୍ଚଳରୁ ଏଭଳି ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି।
ସୂଚନାନୁଯାୟୀ, ବିଏମ୍‌ସି କଲୋନିର ସନ୍ତୋଷନଗରରେ ରହୁଥିବା ରମେଶ ଧୋଣ୍ଡୁ ହଲ୍ଦିଭେଙ୍କ ଘରୁ ହଠାତ ସୁନାଗହଣା ଗାଏବ ହୋଇଯାଉଥିଲା। ତାଙ୍କ ପତ୍ନୀ ଉର୍ମିଳା ପ୍ରଥମେ ରମେଶଙ୍କ ଉପରେ ସନ୍ଦେହ ପ୍ରକାଶ କରୁଥିଲେ। ସେ ବାରମ୍ବାର ନିଜର ନିର୍ଦ୍ଦୋଷତାର ଦାବି କରିଥିଲେ, କିନ୍ତୁ ମାମଲା ପୋଲିସ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା।
ଦିଣ୍ଡୋଶି ପୋଲିସ ଯେତେବେଳେ ତଦନ୍ତ ଆରମ୍ଭ କଲା, ସେତେବେଳେ ଅନେକ ବିଷୟ ସନ୍ଦିଗ୍ଧ ଲାଗିଥିଲା। କଲ୍‌ ବିବରଣୀ ଏବଂ ଅନ୍ୟ ଯାଞ୍ଚରୁ ଜଣାପଡ଼ିଲା ଯେ ଉର୍ମିଳାଙ୍କ ଅନ୍ୟ ଏକ ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପକରେ ଥିଲେ। ଯେଉଁ ବ୍ୟକ୍ତିଙ୍କ ସହିତ ମହିଳାଙ୍କର ସମ୍ପର୍କ ଚାଲୁଥିଲା, ସେ ତାଙ୍କ ଝିଅଙ୍କ ପ୍ରେମିକ ଥିଲେ।
ପୋଲିସର ପଚରାଉଚରା ପରେ ଉର୍ମିଳା ସ୍ବୀକାର କରିଥିଲେ ଯେ ସେ ଘରୁ ଗହଣା ଚୋରି କରିଥିଲେ। ସେଗୁଡ଼ିକୁ ନିଜର ପ୍ରେମୀଙ୍କୁ ଦେଇଥିଲେ, ଯାହା ଦ୍ୱାରା ସେ ତାଙ୍କ ସହିତ ପଳାଇବାର ଯୋଜନା କରିଥିଲେ। ପୋଲିସ ଉର୍ମିଳାଙ୍କ  ନିକଟରୁୁ ପ୍ରାୟ ୧୦.୫ ଭରି ସୁନା ଜବତ କରିଛି। ଏହା ବ୍ୟତୀତ ଗହଣାଗୁଡ଼ିକୁ ବିକ୍ରି କରି ପ୍ରେମୀଙ୍କ ଆକାଉଣ୍ଟରେ ପ୍ରାୟ ୧୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା।
ବର୍ତ୍ତମାନ ଉର୍ମିଳା ପୋଲିସ ହେପାଜତରେ ରହିଛନ୍ତି ଏବଂ ଯାଞ୍ଚ ଜାରି ରହିଛି ଯେ ଏହି ମାମଲାରେ ଆଉ କେହି ଜଡ଼ିତ କି ନାହିଁ। ସୋସିଆଲ ମିଡିଆ ମାଧ୍ୟମରେ ପ୍ରେମୀଙ୍କ ସହ ଯୋଗାଯୋଗ ରଖି ସେମାନେ ପଳାଇବାର ଯୋଜନା କରିଥିଲେ, ଯାହା ପୋଲିସଙ୍କୁ ଆଘାତ ଦେଇଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଭାଜପାର ଟେନସନ ବଢାଇଲେ ଜଣେ ପୂର୍ବତନ ଭାଜପା ନେତା? ଜାଣନ୍ତୁ କ’ଣ କଲେ

ଲକ୍ଷ୍ନୌ,୧୬।୯: ଉତ୍ତର ପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବର୍ଦ୍ଧିତ ଆହ୍ବାନର ସମ୍ମୁଖୀନ ହୋଇପାରେ। କର୍ଣ୍ଣି ସେନା ରାଜ୍ୟରେ ୫୦ଟି ଆସନରେ ନିର୍ବାଚନ ଲଢ଼ିବାକୁ ଯୋଜନା…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ବଡ଼ ଦୁର୍ଘଟଣା: ଏକ ଲାଇଭ କାର୍ଯ୍ୟକ୍ରମର ଖବର ସଂଗ୍ରହ ସମୟରେ ଗଣମାଧ୍ୟମର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୩ ମୃତ ଦେଖନ୍ତୁ ଭିଡ଼ିଓ

ଲସ ଆଞ୍ଜେଲସ,୧୬।୯: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। କାଲିଫର୍ନିଆର ଲସ ଆଞ୍ଜେଲସରେ ଏକ ମିଡିଆ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଟ୍ସୱର୍ଥ (Chatsworth) ଅଞ୍ଚଳରେ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

LPG e-KYCର ସମୟସୀମା ଶେଷ: ଆଜିଠୁ ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ସର୍ଭର ସମସ୍ୟା ଯୋଗୁ ପ୍ରଥମେ…

୨୦୦୦ ଟଙ୍କାରୁ ଅଧିକ ରେଳ ଟିକେଟ ବୁକିଂରେ କେତେ ଚାର୍ଜ ଦେବେ ଯାତ୍ରୀ? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। UPI ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?