Posted inଫୁରସତ

ଛାଡ଼ପତ୍ର ପରେ କାହା ପାଖରେ ରହିବେ ପୋଷା କୁକୁର..ଦମ୍ପତିଙ୍କ ବିବାଦକୁ ନେଇ ଏପରି ରାୟ ଦେଲେ କୋର୍ଟ

ବମ୍ବେ: ଗୃହପାଳିତ ପଶୁମାନଙ୍କ ମଧ୍ୟରେ ଅଧିକାଂଶ ଲୋକ କୁକୁରଙ୍କୁ ଭଲପାଆନ୍ତି। ସ୍ବଭାବରେ ବିଶ୍ୱାସୀ ହୋଇଥିବା ହେତୁ ପୋଷା କୁକୁରଙ୍କ ସହ ଏକ ନିଆରା ମୋହ ଯୋଡ଼ି ହୋଇଥାଏ। ତେବେ ବମ୍ବେରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କଥାଟି ଏପରି। ଦୀର୍ଘ ୧୮ ବର୍ଷର ବୈବାହିକ ଜୀବନ ପରେ ଏକ ଦମ୍ପତି ଅଲଗା ହେବାକୁ ନିଶ୍ଚିତ କରିଥିଲେ। ଡିସେମ୍ବର ୨୦୧୮ରୁ ଉଭୟ ଅଲଗା ରହୁଥିଲେ। ଉଭୟଙ୍କ ଅଭ୍ୟାସ, ବିଚାର, ଜୀବନଶୈଳୀ ପରସ୍ପର ସହ ମେଳ ଖାଉ ନ ଥିବାରୁ ଆପୋସ ବୁଝାମଣା କ୍ରମେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା କୋର୍ଟ ସମ୍ମୁଖରେ କହିଥିଲେ। ମାତ୍ର ତାଙ୍କ ଘରେ ଥିବା ଦୁଇଟି ପୋଷା କୁକୁରଙ୍କୁ ଅଲଗା ଅଲଗା ରହିବାକୁ ପଡ଼ୁ ବୋଲି ସେମାନେ ଚାହୁଁ ନ ଥିବା ପ୍ରକାଶ କରିଥିଲେ।

ପ୍ରଥମେ କୋର୍ଟ ଉଭୟଙ୍କୁ ପୁର୍ନବିଚାର ପାଇଁ ୬ ମାସ ସମୟ ଦେଇଥିଲେ। ଏବେ ରାୟ ଶୁଣାଇଛନ୍ତି। ଉଭୟଙ୍କ ଛାଡ଼ପତ୍ରକୁ କୋର୍ଟ ମଞ୍ଜୁରୀ ଦେଇଥିବା ବେଳେ ପୋଷା କୁକୁରଙ୍କ କଷ୍ଟଡି ସ୍ବାମୀଙ୍କୁ ଦିଆଯାଇଥିଛି। ହେଲେ ଯେତେବେଳେ ଇଚ୍ଛା ସେତେବେଳେ ମହିଳା ପୋଷା କୁକୁରଙ୍କୁ ଭେଟିବାକୁ ଯାଇପାରନ୍ତି ବୋଲି କୋର୍ଟ ଅଧିକାର ମଧ୍ୟ ଦେଇଛନ୍ତି। ଏପରିକି ବର୍ଷକୁ ତିନି ଥର ଏକ ମାସ ଧରି କୁକୁରକୁ ନିଜ ପାଖରେ ରଖିପାରନ୍ତି ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri